।। ଖରିଆର ରୋଡ ଏନ୍‌.ଏ.ସି.ଅର୍ପଣ ରଥ ପରିକ୍ରମା ଗୁଆ ଚାଉଳ ସଂଗ୍ରହ ।।

Jan 14, 2024 - 17:51
 0  20
।। ଖରିଆର ରୋଡ ଏନ୍‌.ଏ.ସି.ଅର୍ପଣ ରଥ ପରିକ୍ରମା ଗୁଆ ଚାଉଳ ସଂଗ୍ରହ ।।

ନୂଆପଡା : ଖରିଆର ରୋଡ ଏନ୍‌.ଏ.ସି. 12, ୧୩, 14 ନଂ ୱାର୍ଡରେ ଅର୍ପଣ ରଥ ଗଡ଼ିଲା l ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟନ ନିମନ୍ତେ ରାଜ୍ୟରେ ଶ୍ରୀ ଜଗନ୍ନାଥଙ୍କ ଅର୍ପଣ ରଥ ଗାଁ ଗାଁ ବୁଲି ଚାଉଳ ଓ ଗୁଆ ସଂଗ୍ରହ କରାଯାଉଛି । ଏହି ଅବସରରେ ନୂଆପଡ଼ା ଜିଲା ଖଡ଼ିଆର ରୋଡ ଏନ.ଏ.ସିର 12, ୧୩, 14 ନଂ ୱାର୍ଡରେ ଜଗନ୍ନାଥ ଅର୍ପଣ ରଥ ଭ୍ରମଣ କରୁଥିବା ବେଳେ ହରିବୋଲ ହୁଳହୁଳି ଓ ଶଙ୍ଖଧ୍ୱନିରେ ଫାଟି ପଡୁଥିଲା। ବିଭିନ୍ନ ସାଂସ୍କୃତିକ ଦଳ ସହ ବିରାଟ ପଟୁଆରା ସହର ପରିକ୍ରମା କରିଥିବା ବେଳେ ଘରେ ଘରେ ବନ୍ଦାପନା କରାଯାଇଥିଲା । ମା’ ମାନେ ଝୋଟି ଆଙ୍କି, କଳସ ସ୍ଥାପନ କରି ଜଗନ୍ନାଥଙ୍କ ପୂଜା କରିଥିଲେ। ପ୍ରବଳ ଜନସମାଗମ ହୋଇଥିଲା । ସହରସ୍ଥିତ ମାଉସୀ ମା ମନ୍ଦିରରେ ପୂଜାର୍ଚ୍ଚନା ପରେ ରଥ ବାହାରିଥିଲା । ସେହିପରି ପରିକ୍ରମା ସମୟରେ ଏନଏସିର ପ୍ରତେକ ୱାର୍ଡର ସଭ୍ୟ ସଭ୍ୟl ଓ ଶତାଧିକ ମହିଳା ପୁରୁଷ ଓ ଜଗନ୍ନାଥ ପ୍ରେମି ଏବଂ ଏନ୍‌.ଏ.ସି. କର୍ମଚାରୀ ଉକ୍ତ ପରିକ୍ରମା ରଥରେ ଉପସ୍ଥିତ ଥିଲେ ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ