କ୍ଷୁଦ୍ର ଷସ୍ୟ ବଦଳାଇବ ରକ୍ତହୀନତାର ଚିତ୍ର, ବିଶ୍ଵ ରକ୍ତହୀନତା ଦିବସ ପାଳିତ
ପଡିଆ : ମାଲକାନଗିରି ଜିଲ୍ଲା ସୀମାବର୍ତ୍ତୀ ପଡିଆ ବ୍ଲକ ସଦର ମହକୁମାରେ ଥିବା ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବିଶ୍ଵ ରକ୍ତହୀନତା ଦିବସ ପାଳନ କରାଯାଇଛି। ଆଇଟିସି ମିଶନ ସୁନହରାକାଲ ସହଯୋଗରେ ପରିଚାଳିତ ଆଇଜିଡି ଏନଜିଓ ପକ୍ଷ୍ୟରୁ ଆୟୋଯିତ ଏହି କାର୍ଯ୍ୟକ୍ରମରେ ରକ୍ତହୀନତାର ଲକ୍ଷଣ, କାରଣ, ବିବିଧତା ଓ ପ୍ରତିକାର ବାବଦରେ ଫୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି । ମାଲକାନଗିରି ଜିଲ୍ଲା ଭଳି ଆାଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରକ୍ତହୀନତା ଏକ ପ୍ରମୁଖ ସମସ୍ୟା ଭାବେ ସାମ୍ନାକୁ ଆସୁଥିବା ବେଳେ ସମ୍ପ୍ରତି ସ୍ଥିତିରେ ଏହାର ମୁକାବିଲା ଲାଗି ସରକାରୀ ଓ ବେସରକାରୀ ଭାବେ ଦ୍ରୁତ ପ୍ରୟାସ ଜାରି ରହିଛି ବୋଲି କୁହାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଡିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଶ୍ଵିନୀ କୁମାର ମହାପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ, ପଡିଆ କଲେଜ ଅଧ୍ୟକ୍ଷ ପରମାନନ୍ଦ ମହାପାତ୍ର ଓ କ୍ଷୁଦ୍ରଷସ୍ୟକୁ ରାଜ୍ୟ ସ୍ତରରେ ଜନ ମାନସରେ ପରିଚିତ କରାଇଥିବା ଜାତୀୟ ଖ୍ୟାତିସମ୍ପନ୍ନ ଜଗନ୍ନାଥ ଚିନ୍ନାରା ଓ ଆଇଟିସି ମିଶନ ସୁନହରାକାଲର ସାଗର ଭାରତୀୟ ପ୍ରମୁଖ ଉପସ୍ଥିତ ଥିଲେ। ସମାଜରେ ବିଭିନ୍ନ ପ୍ରକାରର ରକ୍ତହୀନତା ଦେଖା ଦେଉଥିଲା ବେଳେ ଉତ୍ତମ ଖାଦ୍ୟପେୟ, ସଠିକ ଜୀବନ ଶୈଳୀ ଓ ନିୟମିତ ଭାବେ କ୍ଷୁଦ୍ର ଷସ୍ୟ ଗ୍ରହଣ କଲେ ରକ୍ତହୀନତା ନିୟନ୍ତ୍ରଣ କରାଯାଇ ପାରିବ ବୋଲି କହିଛନ୍ତି। ଏହି ଅବସରରେ କ୍ଷୁଦ୍ର ଷସ୍ୟକୁ ବିଶ୍ଵ ସ୍ତରରେ ପରିଚିତ କରାଇବା ପାଇଁ ଅହରହ ପ୍ରୟାସ ଜାରି ରଖିଥିବା ଶ୍ରୀ ଚୀନାରା ରକ୍ତହୀନତା ଦୁରୀକରଣରେ ଓ ଚିତ୍ରରେ ପରିବର୍ତ୍ତନରେ କ୍ଷୁଦ୍ର ଷସ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି। ଏହି କାର୍ଯ୍ୟକ୍ରମରେ ୯ ପ୍ରକାରର କ୍ଷୁଦ୍ର ଷସ୍ୟ ପ୍ରଦର୍ଶିତ କରାଯିବା ସହ ଉପସ୍ଥିତ ପିଲାଙ୍କୁ ଭଳିକି ଭଳି ବ୍ୟଞ୍ଜନ ପ୍ରସ୍ତୁତ କରି ନିୟମିତ ଗ୍ରହଣ କରିବାକୁ କୁହାଯାଇଛି। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଆଇଟିସି ମିଶନ ସୁନହରାକାଲ ସହଯୋଗରେ ପରିଚାଳିତ ଆଇଜିଡି ଏନଜିଓର ଝିଲି ସିଲ୍, ଗୋବିନ୍ଦ ସର୍ଦାର ସମେତ ପ୍ରାୟ ଦୁଇଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0