।। କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୪ ଅନୁଷ୍ଠିତ ।।

Oct 4, 2024 - 22:29
 0  60
।। କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୪ ଅନୁଷ୍ଠିତ ।।

ନୂଆପଡା : ଡୁମେରପାଣି ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ୧୩ ଗୋଟି ବିଦ୍ୟାଳୟକୁ ନେଇ ଆଜି ଶିଶୁ ମହୋତ୍ସଵ ସୁରଭି ୨୦୨୪ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରିଯୁକ୍ତ କରୁଣା କର୍ ଭୁଏ ଙ୍କ ମାର୍ଗ ଦର୍ଶନ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ହେମ ସାଗର ମହାନନ୍ଦ ଙ୍କ ତତ୍ତ୍ଵାବଧାନରେ ସରକାରୀ ଉଚ୍ଚ ବିଦ୍ୟାଳୟ, ଡୁମେରପାଣି ରେ ମହା ଆଡମ୍ବର ସହକାରେ ଆୟୋଜିତ ହୋଇ ଯାଇଛି। କାର୍ଯ୍ୟକ୍ରମର ପ୍ରଥମ ଅଧିବେସନରେ ମୂଖ୍ୟ ଅତିଥି ଭାବେ ବ୍ଲକ ଚେୟାରମେନ ଶ୍ରୀମତୀ ତାରେଶ୍ୱରି ସାହୁ , ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀମତୀ ଉମା ଠାକୁର, ସରପଞ୍ଚ ଶ୍ରୀ ଟେକରାମ ସାହୁ, ସମିତି ସଭ୍ୟ ଶ୍ରୀ ଚୁରନ ଲାଲ୍ ମାଝୀ, ସ୍ଥାନୀୟ ସ୍କୁଲ୍ ଚେୟାରମେନ ଶ୍ରୀ ଟିକେଶ୍ୱର୍ ସାହୁ , ଦୀପ ପ୍ରଜ୍ବଳନ କରି ଉଦ୍ଘାଟିତ କରି ଥିଲେ । ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀମତି ପ୍ରତିଭା ଦାଶ ସ୍ବାଗତ ସମ୍ଭାଷଣ ଦେଇଥିବା ବେଲେ ସାଧନ କର୍ମୀ ସଂଯୋଜକ ଶ୍ରୀ ଅମିୟ ଜ୍ୟୋତି ପାଢ଼ୀ ସଭାପତିତ୍ବ କରିଥିଲେ। ଦ୍ଵିତୀୟ ଅଧିବେସନ ର ମୁଖ୍ୟ ଅତିଥି ସମାଜସେବୀ ଶ୍ରୀଯୁକ୍ତ ପ୍ରସନ୍ନ ପାଢ଼ୀ, ସମ୍ମାନୀତ ଅତିଥି ସମାଜସେବୀ ଶ୍ରୀଯୁକ୍ତ ଜୟ ଢୋଲକିଆ , ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଉତ୍କଳ ମଣି ଅଗସ୍ତି, ବାର ଆସସିଏସନର ପ୍ରେସିଡେଣ୍ଟ ଶ୍ରୀଯୁକ୍ତ ଖିତିଶ ବୋଧଙ୍କର , ମୁଖ୍ୟବକ୍ତା ଶିକ୍ଷାବିତ୍ ଡ ଶିବ ପ୍ରସାଦ ବେହେରା ଆୟୋଜିତ କାର୍ଯ୍ୟକ୍ରମର ସଫଳତା ପାଇଁ ଉପଦେଶ ଓ ଶୁଭେଛା ବାର୍ତ୍ତା ଛାତ୍ର ଛାତ୍ରୀ ଙ୍କୁ ଦେଇଥିଲେ। ବିଗତ ଦିନରେ ଶିକ୍ଷକତା ରୁ ଅବସରନେଇସାରିଥିବା ପ୍ରଧାନ ଶିକ୍ଷକ ଶ୍ରୀ କୋଶଳ ନାଥ ସାହୁ, ସହ ଶିକ୍ଷୟିତ୍ରୀ ଶ୍ରୀମତୀ ମିନତୀ ମହାନ୍ତି, ପ୍ରଧାନ ଶିକ୍ଷୟିତ୍ରି ଶ୍ରୀମତୀ ଚନ୍ଦ୍ରମା ସେନାପତି ଙ୍କୁ ଏହି ମଞ୍ଚରେ ଆଗାମୀ ଦିନର ମଙ୍ଗଳ କାମନା କରି ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ମଞ୍ଚଟିକୁ ସି ଆର ସି ସି ଶ୍ରୀଯୁକ୍ତ ଅମିୟ ଜ୍ୟୋତି ପାଢ଼ୀ ସଂଯୋଜନା କରିଥିଲେ । ମଞ୍ଚ ପରିଚାଳନା ଶ୍ରୀଯୁକ୍ତ ସୁଶାନ୍ତ କୁମାର ମୁଣ୍ଡ ଓ ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ସାହୁ କରିଥଲେ। ପୁରସ୍କାର ବିତରଣ ଦାୟିତ୍ଵ ରେ ଶ୍ରୀ ରବୀନ୍ଦ୍ର ମହାରଣା ଓ ଦୁର୍ଗା ପ୍ରସାଦ ଶବର ଥିଲେ । ଖାଦ୍ୟ ବିଭାଗ ରେ ଶ୍ରୀ ଅରୁଣ ସାହୁ, ଗୋପାଳ ଚନ୍ଦ୍ରକାର ଥିଲେ। କ୍ଲଷ୍ଟର ରୁ ଶିକ୍ଷକ ଶିକ୍ଷୟତ୍ରୀ ବିଭିନ୍ନ ପ୍ରତିଯୋଗିତା ପରିଚାଳନା କରୁଥଲେ।କାର୍ଯ୍ୟକ୍ରମ ରେ କ୍ଲଷ୍ଟର ର ସମସ୍ତ ପ୍ରଧାନ ଶିକ୍ଷକ ଓ ଶିକ୍ଷକ ଶିକ୍ଷୟତ୍ରି ଙ୍କ ପୂର୍ଣ୍ଣ ସହଯୋଗ ପ୍ରଦାନ କରିଥଲେ ଓ ଅକ୍ଲାନ୍ତ ପରିଶ୍ରମରେ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ସଫଳତା ପ୍ରାପ୍ତ କରିଥିଲା।ଏହି ଶିଶୁ ମହୋତ୍ସଵ ରେ ପ୍ରତିଯୋଗୀ ଛାତ୍ର/ଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।ଯେଉଁ ଛାତ୍ର/ଛାତ୍ରୀ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ସେମାନେ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବରେ ଯୋଗଦାନ କରିବେ। ଏହି ମଞ୍ଚରେ ଡୁମରପାଣି ଉଚ୍ଚ ବିଦ୍ୟାଳୟ ର ତ୍ରୟ ମାସିକ ପତ୍ରିକା "ଉନ୍ମେଷ "ର ତୃତୀୟ ସଂସ୍କରଣ ସମସ୍ତ ଅତିଥି ଙ୍କ ଦ୍ବାରା ଉନ୍ମୋଚନ ହୋଇଥିଲା ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ