କୋଲନିସାହି ପ୍ରାଥମିକ ବିଦ୍ୟାଳୟର ସବୁ ଲୁଟି ନେଲେ ଦୃର୍ବୁତ୍ତ

Apr 13, 2026 - 16:16
 0  4
କୋଲନିସାହି ପ୍ରାଥମିକ ବିଦ୍ୟାଳୟର ସବୁ ଲୁଟି ନେଲେ ଦୃର୍ବୁତ୍ତ

ରାଇକିଆ ୧୩/୦୪/୦୨୬(ରିପୋର୍ଟ ରୋନାଲ ଦିଗଲ first news odisha)କାଲି ବିଳମ୍ୱିତ ରାତିରେ ରାଇକିଆ ଥାନା। ମଣ୍ଡାକିଆ ପଞ୍ଚାୟତ ଅନ୍ତର୍ଗତ କୋଲନିସାହି ପ୍ରାଥମିକ ବିଦ୍ୟାଳୟର ପ୍ରାଚେରି ଗେଟ୍ ତାଲା ଭାଙ୍ଗିବା ସହ ଶ୍ରେଣୀ ଗୃହ ଗୁଡ଼ିକର ତାଲା ଭାଙ୍ଗି ବିଦ୍ୟାଳୟରେ ଥିବା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟାହ୍ନ ଭୋଜନ ପାଇଁ ସରକାର ଦେଇଥିବା ଚାଉଳ, ଡାଲି, ଗ୍ୟାସ୍ ସିଲିଣ୍ଡର୍ ଦୃର୍ବୁତ୍ତ ମାନେ ନେଇଥିବା ଜଣା ପଡ଼ିଛି I ଆଜି ସକାଳେ ସେହି ଗ୍ରାମର ଜଣେ ବ୍ୟକ୍ତି ବୁଲିବାକୁ ଯାଇଥିବା ସମୟରେ ଦେଖିବାକୁ ପାଇଥିଲେ ଯେ ବିଦ୍ୟାଳୟର ଗେଟ୍ ତାଲା ଭଙ୍ଗା ଯାଇଛି ପୁଣି ଶ୍ରେଣୀ ଗୃହ ର ତାଲା ଭାଙ୍ଗିଛନ୍ତି ଏହା ଦେଖି ସେ ବିଦ୍ୟାଳୟର ଏସ ଏମ ସି କମିଟିର କର୍ମ କର୍ତ୍ତା ମାନଙ୍କୁ ଜଣାଇଥିଲେ ପରେ କମିଟି ସଦସ୍ୟ ମାନେ ବିଦ୍ୟାଳୟକୁ ଯାଇ ଦେଖିବା ପରେ ଜାଣିଲେ ଦୃର୍ବୁତ୍ତ ମାନେ ଚାଉଳ ଦୁଇ ବସ୍ତା ଡାଲି ଗ୍ୟାସ୍ ସିଲିଣ୍ଡର୍ ଧରି ଚମ୍ପଟ୍ ମାରିଛନ୍ତି I ଏହି ଘଟଣା ଏହି ବିଦ୍ୟାଳୟ ପାଈଁ ପ୍ରଥମ ନୁହେଁ ଏହି ବିଦ୍ୟାଳୟର ତିନି ତିନି ଥର ଚୋରି ହେବା ଜଣା ପଡିଛି । ଏମିତି ଦୁର୍ବୃତ୍ତ ମାନେ ବାରମ୍ଵାର ଚୋରି କରି ନେଉଛନ୍ତି I ଏହି ଘଟଣା କୁ ନେଇ ରାଇକିଆ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି I ଏହା ପଛର କାରଣ କଣ କିଏ ଏପରି କାର୍ଯ୍ୟ କରୁଛନ୍ତି ଏହାର ସଠିକ୍ ତଦନ୍ତ କରିବାରେ ଅବହେଳିତ କାହିକିଁ କରୁଛନ୍ତି ରାଇକିଆ ପୋଲିସ।ପୋଲିସ ପ୍ରଶାସନ ଜାଣି ଏପରି କାଣ୍ଡ ଘଟାଉଛନ୍ତି ଦୃର୍ବୁତ୍ତ ମାନେ ଏହା ପ୍ରଶ୍ନବାଛି ସୃଷ୍ଟି ହେଉଛି I ବର୍ତ୍ତମାନ ଚୋରି ଘଟଣା କୁ ତଦନ୍ତ ପାଇଁ ରାଇକିଆ ଥାନାରେ ଏକ ଏତଲା ଦେଇଛନ୍ତି କଲୋନୀ ସାହି ପ୍ରାଥମିକ ବିଦ୍ୟାଳୟର ଏସ. ଏମ. ସି ର ସଭ୍ୟ ସଭ୍ୟା ତଥା ଶିକ୍ଷତ୍ରିଗଣ । ଏହି ଖବର ପ୍ରସାରଣ ପରେ କଣ ପଦକ୍ଷେପ ଗ୍ରହଣ କରିବେ ରାଇକିଆ ଥାନା ଅଧିକାରୀ ଦେଖିବାକୁ ବାକି ରହିଲା I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ