କୋରାପୁଟ ରେ ସାମ୍ବାଦିକ ଭବନ ନିର୍ମାଣ ପାଇଁ ଓୟୁଜେ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

Aug 10, 2025 - 20:45
 0  16
କୋରାପୁଟ ରେ ସାମ୍ବାଦିକ ଭବନ ନିର୍ମାଣ ପାଇଁ ଓୟୁଜେ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋରାପୁଟ ୧୦୮(): ରାଜ୍ୟ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝି ଙ୍କ ଦୁଇ ଦିନିଆ କୋରାପୁଟ ଜିଲ୍ଲା ଗସ୍ତ ଅବସରର ଓୟୁଜେ ଅନୁବନ୍ଧିତ କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ରବିବାର ଦିନ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ଅବିଭକ୍ତ କୋରାପୁଟ ଜିଲ୍ଲାର ମୁଖ୍ୟ କେନ୍ଦ୍ର କୋରାପୁଟ ଜିଲ୍ଲା ସଦରମହକୁମା ହୋଉଥିବା ବେଳେ ଏଠାରେ ଆଜିଯାଏଁ ଏକ ସାମ୍ବାଦିକ ଭବନ ନିର୍ମାଣ ହୋଇପାରିନାହିଁ । କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘ (କେ ଜେଡ ଏସ ଏସ) ଜିଲାର ଏକ ପୁରାତନ ଏବଂ ବୃହତ ସଂଘ। ଏହି ସଂଘ ରେ ଜିଲ୍ଲାର ୧୫୦ ରୁ ଉର୍ଦ୍ଧ ସଦସ୍ୟ ପ୍ରତିଷ୍ଠିତ ଖବର କାଗଜ ଓ ବୈଦୁତିକ ଗଣମାଧ୍ୟମର ପ୍ରତିନିଧି ଅଛନ୍ତି।କାର୍ଯ୍ୟାଳୟ ନଥିବାରୁ ସାମ୍ବାଦିକ ମାନେ କୈଣସି ସଭାସମିତି ବା ସାଧାରଣ ବୈଠକ ଟିଏ କରିବା ପାଇଁ ନାହଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କୋରାପୁଟ ଜିଲ୍ଲା ସଦର ମହକୁମା ଠାରେ ଥିବା ଏକ ଖାଲି ଗୃହ ଦିର୍ଘ ବର୍ଷ ହେଲା ଅବ୍ଯବହୃତ ଭାବେ ତାଲା ପଡି ରହିଛି। ଏହି ଗୃହକୁ ଜିଲ୍ଲା ସାମ୍ବାଦିକ ସଂଘ କୁ ହସ୍ତାନ୍ତର କରାଗଲେ ଜିଲ୍ଲାର ୧୪ ବ୍ଳକର ସାମ୍ବାଦିକ ମାନେ ଉପକୃତ ହୋଇପାରିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି। । କୋରାପୁଟ ଠାରେ ସହିଦ୍ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଥିବା ଯୋଗୁଁ ବିଭିନ୍ନ ସମୟରେ ଜିଲାର ବିଭିନ୍ନ ସ୍ଥାନରୁ ସାମ୍ବାଦିକ ଏବଂ ସେମାନଙ୍କ ପରିବାର ବର୍ଗ କୋରାପୁଟ ଆସି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କୌଣସି ସୁବିଧା ଅସୁବିଧା ରେ ରହିବା ପାଇଁ ସାମ୍ବାଦିକ ଙ୍କ ନିମନ୍ତେ ଗୃହ ଟିଏ ନହଁ। । ନିକଟରେ ଆମ ଜିଲ୍ଲା ସାମ୍ବାଦିକ ସଂଘ ର ସାଧାରଣ ପରିଷଦ ବୈଠକ ରେ ଜିଲ୍ଲାର ୪ ବିଧାୟକ ଙ୍କ ସମେତ ତତ୍କାଳୀନ ଜିଲ୍ଲାପାଳ ଭି କିର୍ତ୍ତୀଭାସନ ଉପସ୍ଥିତ ଥିଲେ । । ଏହାର ଗୁରୁତ୍ଵ କୁ ଅନୁଭବ କରି ସମସ୍ତ ଅତିଥି ଜିଲ୍ଲାରେ ସାମ୍ବାଦିକ ଭବନ ନିର୍ମାଣ ହେବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ। ଆମେ ନିଶ୍ଚିତ ଆଶା କରୁଛି ଆପଣ ଆମର ଏହି ପ୍ରୟାସ କୁ ସଫଳ କରିବା ପାଇଁ ଅବ୍ଯବହୃତ ହୋଇ ରହିଥିବା ସମ୍ପୃକ୍ତ ଗୃହ କୁ ସାମ୍ବାଦିକ ଙ୍କ ହିତ ପାଇଁ ପ୍ରଦାନ କରିବେ।ଏଥିସହ ରାଜ୍ୟ ରେ ଅନ୍ୟ ରାଜ୍ୟ ଭଳି ସାମ୍ବାଦିକ ସୁରକ୍ଷା ଆଇନ ପ୍ରଚଳନ ସହ ଖୁବଶୀଘ୍ର ସାମ୍ବାଦିକ ଙ୍କ ପାଇଁ ପେନସନ ଯୋଜନା ଘୋଷଣା କରିବେ ବୋଲି ଆମେ ଆପଣଙ୍କ ନିକଟରେ ନିବେଦନ କରୁଛୁ। ସଂଘର ସଭାପତି ଶଶଧର ରାଉତଙ୍କ ନେତୃତ୍ବରେ କାର୍ଯ୍ୟକାରୀ ସଭାପତି ଶରତ ନାୟକ, ସଂଗଠନ ସମ୍ପାଦକ ପରମେଶ୍ବର ସାହୁ, ଟି ଗୌରୀ ଶଙ୍କର, ରାଜେନ୍ଦ୍ର ଗୌଡ଼, ତ୍ରିଲୋଚନ ମହାରଣା, ସୌମ୍ୟରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ