।। କୋରାପୁଟ ବିଧାୟକ ରଘୁରାମ ପାଡାଲଙ୍କ ଗାଡ଼ିକୁ ଅଣ୍ଡା ମାଡ଼ ।।

May 23, 2023 - 18:41
 0  213
।। କୋରାପୁଟ ବିଧାୟକ ରଘୁରାମ ପାଡାଲଙ୍କ ଗାଡ଼ିକୁ ଅଣ୍ଡା ମାଡ଼ ।।

।। ବିଧାୟକଙ୍କ ଗାଡ଼ିକୁ ଅଣ୍ଡା ମାଡ଼ ।। କୋରାପୁଟ ଜିଲ୍ଲା ଲମତାପୁଟ୍ ବ୍ଲକ୍ ଜନ ଅସନ୍ତଷ ହୋଇଥିବା ଦେଖିବାକୁ ମିଳିଛି ।ଲମତାପୁଟ ବ୍ଲକ୍ କାର୍ଯାଳୟ ପରିସରରେ ନୂତନ ପଞ୍ଚାୟତ ସମିତି ଗୃହକୁ ଉଦ୍ଧଘାଟନ କରିବାକୁ ନେଇ କଂଗ୍ରେସ୍ ଦଳ ପକ୍ଷରୁ ଘର୍ ବିରୋଧ କରିଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଲମତା ପୁଟ୍ ବ୍ଲକରେ ଏକ ନୂତନ ପଞ୍ଚାୟତ ସମିତି ଗୃହ ଉଦ୍ଘାଟନ କରିବାକୁ ଯାଉଥିବା ବେଳେ କୋରାପୁଟ ବିଧାୟକ ରଘୁରାମ ପଡ଼ାଲଙ୍କ ଗାଡ଼ି ଉପରେ ଲାମତାପୁଟ ବ୍ଲକ୍ କଂଗ୍ରେସ୍ କର୍ମୀ ଅଣ୍ଡା ମାଡ଼ ମାରିଥିବା ଦେଖିବାକୁ ମିଳିଛି ।

 

ଫଲକରେ ଏମ୍ ପି ର ନା ନଥିବାରୁ ଲାମତାପୁଟ୍ ଜିଲ୍ଲାପରିଷଦ ଫଳକ ଭାଙ୍ଗିଥିବା ଦେଖିବାକୁ ମିଳିଛି। ଏହିଘଟଣାକୁ ନେଇ କଂଗ୍ରେସ୍ ଦଳୀୟ ଛଅ ଜଣ କର୍ମୀଙ୍କୁ ଲମତାପୁଟ୍ ଫାଣ୍ଡି ପୋଲିସ୍ ଅଟକ ରଖିଥିବା ସୂଚନା ରହିଛି। କୋରାପୁଟ ବିଧାୟକ ରଘୁରାମ ପାଡ଼ାଲ୍ ଲମତାପୁଟ୍ ବ୍ଲକରେ ପଞ୍ଚାୟତ ସମିତି ଗୃହ ଉଦ୍ଘାଟନ କରିବାକୁ ଯାଉଥିବାବେଳେ ବିଧାୟକଙ୍କ ଗାଡ଼ି ଉପରେ ଅଣ୍ଡା ମାରିବା ସହ ଲମତାପୁଟ୍ ବ୍ଲକ୍ ରେ ପସେଇ ଦବୁ ନାହିଁ ଲମତାପୁଟ୍ କଂଗ୍ରେସ୍ କର୍ମୀ ଚେତାବନୀ ଦେଇଛନ୍ତି । ଫଳକରେ ବିଧାୟକ , ଜିଲ୍ଲାପାଳ , ବ୍ଲକ ଅଧକ୍ଷ , ବିଡିଓ ଏବଂ ଏ ଇ ଙ୍କ ନାମ ରହିଥିବା ବେଳେ କୋରାପୁଟ ସାଂସଦ ଶ୍ରୀଯୁକ୍ତ ସପ୍ତଗିରି ଉଲକାଙ୍କ ନାମ ନଥିବା ସହ ଲମତାପୁଟ୍ ବ୍ଲକର ଦୁଇ ଜଣ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟାଙ୍କୁ ଉଦ୍ଘାଟନ କାର୍ଯ୍ୟ କ୍ରମରେ ନିମନ୍ତ୍ରଣ ଦେଇ ନଥିବାରୁ ଏହି ପରି ପ୍ରତିବାଦ କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି । 

ବୈପାରିଗୁଡ଼ା ରୁ ଗୋମତି ପାଙ୍ଗି ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ