କୋମନା ବ୍ଲକ୍ ରେ" ଜୁହାର" କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନ ମନ୍ତ୍ରୀ ଆବାସ ନିର୍ମାଣ ପାଇଁ ସଚେତନତା ସୃଷ୍ଟି

Dec 9, 2025 - 20:06
 0  5
କୋମନା ବ୍ଲକ୍ ରେ" ଜୁହାର" କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନ ମନ୍ତ୍ରୀ ଆବାସ ନିର୍ମାଣ ପାଇଁ ସଚେତନତା ସୃଷ୍ଟି

ନୂଆପଡା : କୋମନା ବ୍ଲକ୍ ଦର୍ଲିପଡା ପଞ୍ଚାୟତରେ ଏକ ଅଭିନବ କାର୍ଯ୍ୟକ୍ରମ " ଜୁହାର "ମାଧ୍ୟମରେ ପ୍ରଧାନ ମନ୍ତ୍ରୀ ଆବାସ ନିର୍ମାଣ ପାଇଁ ହିତାଧୀକାରୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଛି l ସୂଚନାଯୋଗ୍ୟ ଯେ ଦୀର୍ଘ ଦିନ ଧରି ନିର୍ମାଣ କାର୍ଯ୍ୟାଦେଶ ପାଇଥିଲେ ମଧ୍ୟ ବହୁ ହିତାଧୀକାରୀ ପ୍ରଧାନ ମନ୍ତ୍ରୀ ଆବାସ ନିର୍ମାଣ କରୁନାହାନ୍ତି କିମ୍ବା ଗୃହ ନିର୍ମାଣ ସଂପୂର୍ଣ୍ଣ କରୁ ନାହାନ୍ତି l ଏହା ଫଳରେ ପ୍ରଶାସନ ଉପରେ ଅଯଥା ଚାପ ସୃଷ୍ଟି ହେଉଛି ଏବଂ ନୂତନ କୋଟା ପୂରଣ ପାଇଁ ଅସୁବିଧା ହେଉଛି l ଏହାକୁ ଦୃଷ୍ଟିରେ ରଖି ପ୍ରୋଗ୍ରାମ ମେନେଜର ରୁରାଲ୍ ହାଉସିଂ, ପିଏମ–ଆର୍‌ଏଚ୍‌ ନୂଆପଡା ବିଦେଶ ଘୋଷ , ଏ ବି ଡି ଓ କୋମନା ଭକ୍ତବନ୍ଧୁ ବୁଡେକ୍, ବିପିସି ଆର୍ ଏଚ ରୁଦ୍ରେଶ୍ୱର ନାଗ ଏବଂ ପି. ଇ. ଓ. ଙ୍କ ସମ୍ମିଳିତ ଉଦ୍ୟମ କ୍ରମେ ଏକ ଅଭିନବ ଜୁହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ମୃଦଙ୍ଗ ଓ ତାଳର ଗୁଞ୍ଜରଣରେ ଭକ୍ତିସହିତ ମନୋହର ଭାବେ କୀର୍ତ୍ତନ ଦ୍ଵାରା ଏହା ଆରମ୍ଭ ହେଲା। ହାତ ଯୋଡ଼ି ବିନମ୍ର ଭାବରେ ହିତାଧିକାରୀମାନଙ୍କୁ ଅଧିକାରୀ ମାନେ ନିବେଦନ କଲେ ଯେ ଆର୍‌ଏଚ୍‌ ଯୋଜନାରେ ପ୍ରାପ୍ତ ଆବାସଗୁଡ଼ିକୁ ସେମାନେ ଶୀଘ୍ର ନିର୍ମାଣ କରି ସ୍ୱପ୍ନର ଘରକୁ ବାସ୍ତବରେ ପରିଣତ କରନ୍ତୁ। କୀର୍ତ୍ତନ ଓ ମୃଦଙ୍ଗ ତାଳ ସହ ଘରେ ଘରେ ପହଞ୍ଚି, ଶ୍ରଦ୍ଧା, ସମ୍ମାନ ଓ ସଚେତନତାର ପରିବେଶ ସୃଷ୍ଟି କରାଯାଇଥିଲା l ହିତାଧିକାରୀ ମାନଙ୍କୁ ମାଳା ଅର୍ପଣ କରି ସମ୍ମାନର ସହ ସେମାନଙ୍କୁ ଘର ନିର୍ମାଣକାର୍ଯ୍ୟ ଶୀଘ୍ର ସମାପ୍ତ କରିବାପାଇଁ ପ୍ରେରିତ କରାଗଲା। ଏହି ନୂତନ " ଜୁହାର" ଉଦ୍ୟମ ପଞ୍ଚାୟତରେ ଜାଗରଣ, ସକାରାତ୍ମକତା ଓ ସମୃଦ୍ଧ ଦାୟିତ୍ୱବୋଧର ଅନୁପମ ପରିବେଶ ସୃଷ୍ଟି କରିଥିଲା।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ