କୋମନା କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରଠାରେ ବ୍ୟଞ୍ଜନ ବିଧି ପ୍ରକ୍ରିୟା କରଣ ଅନୁଷ୍ଠିତ

ନୂଆପଡା ଜ଼ିଲ୍ଲା କୋମନା କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ ଅନ୍ତର୍ଜାତୀୟ କ୍ଷୁଦ୍ରଶସ୍ୟ ବର୍ଷ 2023 ଉପଲକ୍ଷେ ବେସରକାରୀ ସଂସ୍ଥା ସିପିଏସଡବ୍ଲୁ କେନ୍ଦୁଭଟା ଓ ଆତ୍ମାଙ୍କ ମିଳିତ ଅନୁକୂଲ୍ୟରେ ବ୍ୟଞ୍ଜନ ବିଧି ପ୍ରକ୍ରିୟା କରଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l କୋମନା ପଞ୍ଚାୟତସମିତି ଅଧକ୍ଷ୍ୟା ଅନୁଶୁୟା କୁମ୍ଭାର ମୁଖ୍ୟ ଅତିଥିଭାବେ ଯୋଗଦେଇଥିବାବେଳେ ଅତିରିକ୍ତ କୃଷି ଅଧିକାରୀ କୋମନା ଆଶିଷ କୁମାର ମେହେର, ସିପିଏସଡବ୍ଲୁ ସମ୍ପାଦକ ବିରଞ୍ଚି ନାରାୟଣ ମହାପାତ୍ର ସମ୍ମlନିତ ଅତିଥିଭାବେ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ବ୍ଲକ ର ବିଭିନ୍ନ ପଞ୍ଚାୟତରୁ ମୋଟ 5 ଟି ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ ଭାଗ ନେଇ 24 ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ l ଉଦ୍ଯାନ ବିଭାଗର ଏଏଚଓ ଆରାଧନା ଶବର, ଏଏଓ ସଂଗୀତl ମେହେର, ସିଡିପିଓ ବିମଳନି ପ୍ରଧାନ ବିଚାରକ ଭାବେ ଦାୟିତ୍ୱ ତୁଲାଇଥିଲେ l ମା ବୈଷ୍ଣଦେବୀ ସ୍ୱୟଂ ସହାୟକ ମହିଳା ଗୋଷ୍ଠି କୋମନା ପ୍ରଥମ ହୋଇଥିବା ବେଳେ ଜୟ ମା'ସମଲେଶ୍ୱରୀ ସ୍ୱୟଂ ସହାୟକ ମହିଳା ଦଳ ସୁକୁଳିମୁଣ୍ଡି ଓ ମା ମଙ୍ଗଳା ସ୍ୱୟଂ ସହାୟକ ମହିଳା ଦଳ କlଣ୍ଡେତରl ତୃତୀୟ ସ୍ଥାନ ଅଧିକାର କରି ମୁଖ୍ୟ ଅତିଥିଙ୍କ ଠାରୁ ପୂରୁସ୍କୃତ ହୋଇଥିଲେ l ଓଏମଏମ ଡିପିସି ଗୁପ୍ତା ଖଲ୍ଲୋ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲlବେଳେ ବ୍ଲକ ସଂଯାଜକ ଉଦେମଣି ନିଆଲ, ସହ ସଂଯୋଜକ ଗୌତମ ଦୁରିଆ ଓ ଅନ୍ୟାନ୍ୟ ସହକର୍ମୀ ସହଯୋଗ କରିଥିଲେ l
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର
What's Your Reaction?






