କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବକୁ ବରଦାସ୍ତ କରାଯିବ ନାହିଁ -ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ବଲାଙ୍ଗୀର

Oct 1, 2025 - 04:11
 0  13
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବକୁ ବରଦାସ୍ତ କରାଯିବ ନାହିଁ -ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ବଲାଙ୍ଗୀର

ବଲାଙ୍ଗୀର:- ତା ୨୮. ୦୯. ୨୦୨୫ ରିଖ ସ୍ଥାନୀୟ ଗଣ୍ଡୱାନା ଭବନ ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ର ସଭାପତି ଶ୍ରୀ ଶ୍ୟାମସୁନ୍ଦର ଭୋଇଙ୍କ ଅଧକ୍ଷତା ରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ବଲାଙ୍ଗୀର ର ଏକ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକ ରେ ଜିଲ୍ଲା ର ୧୪ ଗୋଟି ବ୍ଲକ ର ବ୍ଲକ ସଭାପତି, ସମ୍ପାଦକ, ନାରୀ ନେତ୍ରୀ ମାନେ ସମାଜ ର ସାମ୍ପ୍ରତିକ ବିଭିନ୍ନ ସମସ୍ୟା ଉପରେ ଆଲୋକ ପାଥ ଏବଂ ଆଲୋଚନା କରିଥିଲେ ରାଜ୍ୟ ରେ ନୁଆଁ ସରକାର ଆସିବା ପରେ ଆଦିବାସୀ ମାନଙ୍କୁ ସବୁଠାରୁ ଅଧିକ ଅଣଦେଖା କରାଯାଉଅଛି। ଯଦିଓ ରାଜ୍ୟ ରେ ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ ଅଛନ୍ତି ସେ ବିଗତ ଦେଢ଼ ବର୍ଷ ଭିତରେ ଆଦିବାସୀ ମାନଙ୍କର ବିକାଶ କରିବା ପରିବର୍ତ୍ତେ ଅଧିକ ବିନାଶ ମୂଳକ ପଦକ୍ଷେପ ହାତ କୁ ନେଇ ଥିବା ର ନଜର ସାମ୍ନା କୁ ଆସିଛି ବୋଲି ଆଦିବାସୀ ମାନେ ସଙ୍ଗୀନ ଅଭିଯୋଗ କରି କ୍ଷଭ ପ୍ରକାଶ କରି ଥିଲେ। ନୁଆଁ ସରକାର ଆସିବା ପରେ ଗୋଟିଏ ହେଲେ ନକଲି ଆଦିବାସୀ ମାନଙ୍କ ଉପରେ କୌଣସି ପଦକ୍ଷେପ ନିଆଯାଇପାରିନାହିଁ। ଆଦିବାସୀ ମାନେ ପୂର୍ବ ସରକାର ଠାରୁ ପାଇଥିବା ସମସ୍ତ ଯୋଜନା କୁ ଏହି ସରକାର ଉଦ୍ଦେଶ୍ୟ ମୂଳକ ଭାବରେ ବନ୍ଦ କରିଦେଇଛନ୍ତି। ଯଥା -ରାଜ୍ୟ ରେ ଆଦିବାସୀ ମାନର ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ, ଶୈଖିକ, ବିକାଶ ନିମନ୍ତେ ଗତ ସରକାର ଓଡିଶା ରେ ସତନ୍ତ୍ର ଆଦିବାସୀ ବିକାଶ ପରିଷଦ ଗଠନ କରି ପ୍ରତ୍ୟେକ ବ୍ଲକ କୁ ଆର୍ଥିକ ଅନୁଦାନ ଦେଉ ଥିଲେ। ବର୍ତମାନ ତାହା କୁ ବନ୍ଦ କରିଦିଆ ଯାଇଅଛି। ଗରିବ ଆଦିବାସୀ ଛାତ୍ର ଛାତ୍ରୀ ମାନଙ୍କୁ ସହର ରେ ମାଗଣା ରେ ଇଂରାଜୀ ମିଡିୟମ ବେସରକାରୀ ବିଦ୍ୟାଳୟ ପଢ଼ାଇବା ପାଇଁ ଗତ ସରକାର ଅର୍ବାନ ଏଜୁକେସନ ମାଧ୍ୟମ ରେ ଅନ୍ୱେଷା ଛାତ୍ରାବାସ ଯୋଜନା ପ୍ରତି ବ୍ଲକ ରେ ତିଆରି କରି ସହ ସହ ଛାତ୍ର ଛାତ୍ରୀ ମାଗଣା ରେ ଇଂରାଜୀ ମିଡିୟମ ବିଦ୍ୟାଳୟ ରେ ପାଠ ପଢ଼ିବାର ସୁଯୋଗ ପାଇପାରୁଥିଲେ। ଏହି ସାକାର ତାହାକୁ ବନ୍ଦ କରି ଦେଇଛନ୍ତି।ବିଗତ ନାମ ଲେଖା ଋତୁ ରେ ନାମ ଲେଖା ପାଇଁ କୋଣସି ବିଜ୍ଞପ୍ତି ବାହାର କଲେ ନାହିଁ। ଫଳରେ ହଜାର ହଜାର ଆଦିବାସୀ ଛାତ୍ର ଛତ୍ରୀ ଙ୍କର ସପ୍ନ କୁ ଚୁରମାର କରି ଦେଲେ।ଆଦିବାସୀ ଜି ଏନ ଏମ ନରସିଂ ଛାତ୍ରୀ ମାନେ ପାଉଥିବା ଛତ୍ର ବୃତ୍ତି କୁ ଏ ସରକାର ବନ୍ଦ କରି ଦେଇଛି। ସ୍କୁଲ କଲେଜ ରେ ପାଠ ପଢ଼ୁଥିବା ଛାତ୍ର ଛାତ୍ରୀ ମାନଙ୍କ ବୃତ୍ତି ମଧ୍ୟ ଏ ସରକାର ବନ୍ଦ କରିବା ଷଡଯନ୍ତ୍ରଚଳାଇ ଛନ୍ତି।ବର୍ତମାନ ର ସ ରକାର ହରିଶ୍ଚନ୍ଦ୍ର ଯୋଜନା ଭଳି ଏକ ସମ୍ବେଦନଶୀଳ ଯୋଜନାରେଅନୁକମ୍ପା ରାଶି କୁ କେତେ ମାସ ହେଲା ବନ୍ଦ କରି ଦେଇଛନ୍ତି। ସରକାର ବସିବା ଦିନ ଠାରୁ ଗୋଟିଏ ହେଲେ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିପାରିନାହାନ୍ତି।ରାଜସ୍ୱ ମନ୍ତ୍ରୀ ନିଜ କୁ ନିଜେ ଡିମ ଡିମ ପିଟୁଥିବା ବେଳେ ଅଣ ଆଦିବାସୀଙ୍କ କବ୍ଜା ରେ ଥିବା ଗୋଟିଏ ହେଲେ ଆଦିବାସୀ ଜମି,ଆଦିବାସୀଙ୍କୁ ଫେରେଇବାରେ ପୁରାପୁରି ବିଫଳ ହୋଇଥିବା ବେଳେ ସେଥିପାଇଁ କୌଣସି ଆଇନ ମଧ୍ୟ ଏପର୍ଯ୍ୟନ୍ତ ଆଣି ପାରିନାହାନ୍ତି। ବରଂ ସରକାର ନିଜେ ଆଦିବାସୀ ଜମି କୁ ଲାଳୁପ ଦୃଷ୍ଟି ଦେଖି ସବୁ ଆଦିବାସୀ ଜମିକୁ କିପରି ହଡପ କରି ଆଦିବାସୀଙ୍କୁ ସର୍ବ ହରା କରିବାର ଯୋଜନା ଚିନ୍ତା କରିଛନ୍ତି, ଆଦିବାସୀ ଜମିକୁ ସାକାର ନିଜେ କିଣିବେ ବୋଲି ଆଇନ ଆଣିଛନ୍ତି।ସରକାର ଉଚ୍ଚ ଶିକ୍ଷା ତଥା ମେଡିକାଲ ଏବଂ ଇଞ୍ଜିନିୟରିଙ୍ଗ ପାଠ ପଢିବା ପାଇଁ ୧୨%ବଦଳରେ ୨୩%ସଂରକ୍ଷଣ ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି।ସରକାରଙ୍କର ଏଭଳି ଆଦିବାସୀଙ୍କ ପ୍ରତି ହୀନ ମନ୍ୟ ଭାବନା, ଆଦିବାସୀ ମାରଣ ନୀତି କୁ ବୈଠକ ରେ କଡା ନିନ୍ଦା କରିବା ସଙ୍ଗେ ସାଙ୍ଗେ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ଆଗାମୀ ଦିନରେ ରାଜ୍ୟ ବ୍ୟାପି ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି।ଆସନ୍ତା ପଞ୍ଚଯାତ ରାଜ ତ୍ରିସ୍ତରୀୟ ନିର୍ବାଚନ ରେ ସରକାର ପଶ୍ଚିମ ଓଡିଶା ରେ ସରପଞ୍ଚ, ଜିଲ୍ଲା ପରିଷଦ ଅଧକ୍ଷ ଭଳି ପଦବୀ ରେ ସଂରକ୍ଷଣ ଲାଗୁ ନ କରନ୍ତି,ଖଣି ଖାଦାନ ନାମରେ ଆଦିବାସୀଙ୍କୁ ବିସ୍ଥାପିତ କରିବା,ଆଦିବାସୀ ଜମି କୁ ହଡପ କରିବା,ସରକାରୀ ଜମି ରୁ ଆଦିବାସୀଙ୍କୁ ଉଛେଦ କରିବା ଆଦି ଆଦିବାସୀ ବିରୋଧୀ କାର୍ଯ୍ୟ ରୁ ନିବୃତ ନ ରହନ୍ତି, ତେବେ ସରକାର ବିରୋଧ ରେ ଦୁର୍ବାର ଆନ୍ଦୋଳନ କରିବାର ରଣହୁଙ୍କାର ଦେଇଛି ଆଦିବାସୀ କଲ୍ୟାଣ ସଙ୍ଘ।ଆସନ୍ତା ନଭେମ୍ବର ୧୫ ଆଦିବାସୀ ସହିଦ ବୀର ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ଉତ୍ସବ ବଲାଙ୍ଗୀର ଜିଲ୍ଲା ସ୍ତର ରେ ପାଳନ କରା ଯିବ ଏବଂ ଆଦିବାସୀ ମାନଙ୍କର ବିଭିନ୍ନ ସମସ୍ୟା ସମ୍ବଳିତ ଦାବୀ ପତ୍ର ବଲାଙ୍ଗୀର ଜିଲ୍ଲା ପାଳ ଙ୍କ ମାଧ୍ୟମ ଦିଆଯିବ ବୋଲି ବୈଠକ ରେ ନିଷ୍ପତି ଗ୍ରହଣ କରାଗଲା। ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସମ୍ପାଦକ ହେମେନ୍ଦ୍ର ନାଥ ହାଁସଦା, କୋଷାଧକ୍ଷ ପ୍ରଫୁଲ୍ଲ ତୁମୁନିଆ, ବରିଷ୍ଠ ସଦସ୍ୟ ମଧୁ ବିଶ୍ୱାଳ,ଟିଟିଲାଗଡ଼ ବ୍ଲକ ସଭାପତି ପଦ୍ମନ ପ୍ରଧାନୀ, ଲାଇସିଂହା ବ୍ଲକ ସଭାପତି ଦଶରଥ ଛତ୍ରିଆ, ପାଟଣାଗଡ ବ୍ଲକ ସଭାପତି ଭୁବନେଶ୍ୱର କୂଅଁର, ବେଲପଡା ବ୍ଲକ ସଭାପତି ରସିକ ଧାରୁଆ, ବଙ୍ଗମୁଣ୍ଡା ବ୍ଲକ ସଭାପତି ମନରଞ୍ଜନ ଭୋଇ, ଯୁଗ୍ମ ସମ୍ପାଦକ ଗିରିରାଜ ଭୋଇ, ସଇଁତଳା ପଞ୍ଚାନନ ଭୋଇ, ବଲାଙ୍ଗୀର ବ୍ଲକ ସଭାପତି ପଳେଶ୍ୱର ଭୋଇ,ଗୁଡଭେଳାବ୍ଲକ ବିକ୍ରମ ଭୋଇ, ମୁରିବାହାଲ ବ୍ଲକ ରାଜୀବ କୂଅଁର, ଆଗଲ ପୁର ବ୍ଲକ ସଭାପତି ବଳଦେବ ଭୋଇ, ଦେଓଗାଁ ବ୍ଲକ ସଭାପତି ସୁରଥ ଧାରୁଆ, ଟିଟିଲାଗଡ ନଗର ସଭାପତି ନିତ୍ୟାନନ୍ଦ ଭୋଇ, ଦିଲୀପ ମାଝୀ, ଅଚ୍ୟୁତ ଧାରୁଆ, ନାରୀନେତ୍ରୀ କିରଣ ଭୋଇ,ଗୀତାଞ୍ଜଳି ଧାରୁଆ। ସଞ୍ଜୟ ଛତ୍ରିଆ, ଘନ ଭୁଏ, ଯୁଧିଷ୍ଠିର ମିର୍ଧା ପ୍ରଭୃତି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।ଟିଟିଲାଗଡ ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ