କୃଷି ବିଜ୍ଞାନ କେନ୍ଦ୍ର ନୂଆପଡା ଠାରେ କୃଷକ ଉତ୍ପାଦନ ସଂଗଠନର ଜ଼ିଲ୍ଲା ସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ
ନୂଆପଡା ଜ଼ିଲ୍ଲାର କୃଷକ ଉତ୍ପାଦନ ସଂଗଠନର ସଦସ୍ୟ ମାନଙ୍କ ନିମନ୍ତେ ତା: 28.12. 2025ରେ କୃଷି ବିଜ୍ଞାନ କେନ୍ଦ୍ର ନୂଆପଡା ତରଫରୁ କେନ୍ଦ୍ରର ତାଲିମ ଗୃହ ଠାରେ ଜ଼ିଲ୍ଲା ସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି l ତାଲିମ ଶିବିର କେନ୍ଦ୍ରର ସମ୍ପ୍ରସାରଣ ବୈଜ୍ଞାନିକ, ଶ୍ରୀ ଲଖନ ଲାଲ ମିନା ଙ୍କ ଦ୍ୱାରା ଦିଆଯାଇଥିବା ସ୍ୱାଗତ ଉଦ୍ବୋଧନ ଦ୍ୱାରା ଶୁଭାରମ୍ଭ ହୋଇଥିଲା l ବ୍ୟବସାୟ ବିକାଶ ପରିଚାଳନା, ବ୍ୟାଲୁ ଚେନ ବିସ୍ଲେସଣ , ଏଫ.ପି.ଓ ପାଇଁ ବିଭିନ୍ନ ବିବରଣୀ କୌଶଳ ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଥିଲା l କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଏବଂ ମୁଖ୍ୟ ଶ୍ରୀ ଲବ ସୋରେନ ସମସ୍ତ ସଦସ୍ୟ ମାନଙ୍କୁ ବ୍ୟବସାୟରେ ଉନ୍ନତି ପାଇଁ ଉତ୍ସାହିତ କରିଥିଲେ ଏବଂ ବ୍ଲକ କୃଷି ଅଧିକାରୀ ଶ୍ରୀ ସତ୍ୟ ଭୂଷଣ ନାଗ ମଧ୍ୟ ଶିକ୍ଷଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହି କୃଷି ବିଭାଗର ଜ଼ିଲ୍ଲା ର ବିଭିନ୍ନ ଯୋଜନା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ l ଏହି ତାଲିମ ଶିବିରରେ ମୋଟ 25 ଜଣ ପ୍ରତି ଭାଗୀ ଉପସ୍ଥିତ ଥିଲେ ଏବଂ 8 ଗୋଟି ଏଫ.ପି.ଓ ର ବି.ଓ.ଡ଼ି. ଏବଂ ସି.ଇ.ଓ. ମାନେ ଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ l ଶେଷରେ କେନ୍ଦ୍ରରେ ଉଦ୍ୟାନ କୃଷି ବୈଜ୍ଞାନିକ ଡା. ବିଜୟ କୁମାର ବୈଦ୍ୟ ଧନ୍ୟବାଦ ଅର୍ପଣ କରିଥିଲେ l
ନୂଆପଡ଼ାରୁ ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0