କୁଲିଆବନ୍ଧା ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ
ନୂଆପଡ଼ା ସଦର ବ୍ଲକ୍ କୁଲିଆବନ୍ଧା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷକ କିଶୋର କୁମାର୍ ପରିଡ଼ା ଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ଜନ ମଙ୍ଗଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ନରେଶ ଚନ୍ଦ୍ରକାର ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହି ସବୁଜ ରଙ୍ଗର ପତାକା ଦେଖାଇ ପ୍ରତିଯୋଗିତା ଆରମ୍ଭ କରିବାକୁ ସଂକେତ ଦେଇଥିଲେ । ଏହି ଅବସରରେ ଶିଶୁ ବାଟିକା ,ସବ୍ଜୁନିୟର, ଜୁନିୟର ଓ ସିନିୟର ବର୍ଗରେ ଦୌଡ଼ , ଲମ୍ଭ ଡିଆଁ, ଉଚ୍ଚ ଡିଆଁ , ରଶି ଡିଆଁ, ଯାଭେଲିଂ ଥ୍ରୋ, ଡିସ୍କୋସ ଥ୍ରୋ, ଧୀର ସାଇକଲ ଚଲା , ଝିଲାପି ଡିଆଁ, ପୁଚି, ବେଙ୍ଗ ଡିଆଁ , ମ୍ୟୁସିକ ଚେୟାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଉଦଯାପନୀ ଉତ୍ସବ ରେ କୁଲିଆବନ୍ଧା ପଞ୍ଚାୟତ ର ସରପଂଚ ସଂତ୍ ରାମ ପାଣ୍ଡେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଗ୍ରାମ ର ବରିଷ୍ଠ ନାଗରିକ ହୀରାଲାଲ ପଟେଲ, ଲୋହିତ ଶବର, ବିଶ୍ଵେଶ୍ଵର ବେମାଲ, ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଜନମଙ୍ଗଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପୂର୍ବତମ ଖେଳ ଶିକ୍ଷକ ଅର୍ଜୁନ ମାଝି କ୍ରୀଡ଼ା ପ୍ରତିଯୋଗିତା ପରିଚାଳନା କରିଥିଲେ। ବିଦ୍ୟାଳୟ ର ଶିକ୍ଷକ ନାନ୍ତା ମାଝୀ , ରବି ଶଙ୍କର ଭୋଇ , ହୃଷିକେଶ ସାହୁ , ପଦନ କୁମାର ସିଂହ, ମନୋଜ କୁମାର ବରିହା , ପବିତ୍ର କୁମାର୍ ଦେଓ ଓ ସମୀର କୁମାର ବେହେରା ଏହି କାର୍ଯକ୍ରମ କୁ ସଫଳ କରେଇ ଥିଲା ।ଶେଷରେ ବିଦ୍ୟାଳୟର ଶିକ୍ଷକ ରବି ଶଙ୍କର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0