କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କୁ ଯୌନ ଉତ୍ପୀଡ଼ନ (ପ୍ରତିରୋଧ ନିଷିଦ୍ଧ ଓ ନିରାକରଣ) ଆଇନ -୨୦୧୩ ସମ୍ବନ୍ଧୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

Sep 25, 2025 - 21:20
 0  7
କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କୁ ଯୌନ ଉତ୍ପୀଡ଼ନ (ପ୍ରତିରୋଧ ନିଷିଦ୍ଧ ଓ ନିରାକରଣ) ଆଇନ -୨୦୧୩ ସମ୍ବନ୍ଧୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ବାରିପଦା ତା ୨୫-୦୯-୨୦୨୫ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ କାର୍ଯ୍ୟ କ୍ଷେତ୍ରରେ ମହିଳାଙ୍କୁ ଯୌନ ଉତ୍ପୀଡ଼ନ (ପ୍ରତିରୋଧ, ନିଷିଦ୍ଧ ଓ ନିରାକରଣ) ଆଇନ-୨୦୧୩ ସମ୍ବନ୍ଧୀୟ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ବାରିପଦା ଉପଜିଲ୍ଲାପାଳ ଡ଼ ଦୟାସିନ୍ଧୁ ପରିଡା, ଜିଲ୍ଲା ଏଲସିସିର ଅଧ୍ୟକ୍ଷା ଶ୍ରୀମତୀ ସୁମିତ୍ରା ମୁର୍ମୁ, ଏଲସିସିରେ ସଦସ୍ୟା ଏଡ଼ଭୋକେଟ କାବେରୀ ମିଶ୍ର ଯୋଗ ଦେଇଥିଲେ।

ପ୍ରାରମ୍ଭରେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର କାର୍ଯ୍ୟକ୍ରମ ତଥା ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ସସ୍ମିତା ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଏହି ଶିବିର ଆୟୋଜନର ଉଦେଶ୍ୟ ବ୍ୟକ୍ତ କରିଥିଲେ। ଉପଜିଲ୍ଲାପାଳ ଡ଼.ପରିଡା, ସରକାରଙ୍କ ଦ୍ୱାରା ଏହି ଆଇନ ପ୍ରଣୟନର କାହିଁକି ଆବଶ୍ୟକତା ଦେଖାଦେଲା ସେ ବିଷୟରେ ଉଲ୍ଲେଖ କରିବା ସହ କାର୍ଯ୍ୟାଳୟରେ ଆମେ ଉଭୟ ପୁରୁଷ ଓ ମହିଳା ପ୍ରତ୍ୟେକ କର୍ମଚାରୀ କୌଣସି ପ୍ରକାର ଅବାଂଛିତ ଯୌନ ଆଚରଣ ବା ବ୍ୟବହାର ନକରି ଗୋଟିଏ ସୁସ୍ଥ ବାତାବରଣ ମଧ୍ୟରେ ନିଜ ନିଜ ଦାୟିତ୍ୱ ସମ୍ପାଦନ ପାଇଁ ପରାମର୍ଶ ଦେଇଥିଲେ। ଏହାପରେ ଏଲସିସି ସଦସ୍ୟା ଏହି ଆଇନ ବିଷୟରେ ବିସ୍ତୃତ ଭାବେ ଉପସ୍ଥାପନ କରିବାକୁ ଯାଇ ବିଭିନ୍ନ ପ୍ରସଙ୍ଗ ଯଥା କାର୍ଯ୍ୟକ୍ଷେତ୍ରରେ ଯୌନ ଉତ୍ପୀଡ଼ନ କ'ଣ ଓ ଏହାର ପ୍ରକାର ଭେଦ, କାର୍ଯ୍ୟକ୍ଷେତ୍ର କାହାକୁ କୁହାଯାଏ, ଯୌନ ଉତ୍ପୀଡ଼ନ ଘଟୁଥିବା କାର୍ଯ୍ୟକ୍ଷେତ୍ରର ପରିସର, ଏହି ଆଇନ ଅନୁସାରେ କିଏ ଅଭିଯୋଗ କରିପାରିବେ, କାହା ନିକଟରେ ଅଭିଯୋଗ କରିପାରିବେ, ଆଇନରେ କାହାକୁ ସୁରକ୍ଷା ଦିଆଯାଏ, ଆଇସିସି (ଆଭ୍ୟନ୍ତରୀଣ ଅଭିଯୋଗ କମିଟି) ଓ ଏଲସିସି (ସ୍ଥାନୀୟ ଅଭିଯୋଗ କମିଟି) ର ଗଠନ ପ୍ରଣାଳୀ ଓ ଏଗୁଡିକର କାର୍ଯ୍ୟପରିସର, ଦାୟିତ୍ୱ ତଥା ଅଭିଯୋଗ ବାବଦରେ ତଦନ୍ତ ପ୍ରକ୍ରିୟା, ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ, କମିଟିର କାର୍ଯ୍ୟାନୁଷ୍ଠାନରେ ନିର୍ଯ୍ୟାତିତ ସନ୍ତୋଷ ନହେଲେ ପରବର୍ତୀ ପଦକ୍ଷେପ ଇତ୍ୟାଦି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ଏବଂ ଏହି ଆଇନର ଉପଯୁକ୍ତ କାର୍ଯ୍ୟକାରିତା ପାଇଁ ବ୍ୟାପକ ଜନ ସଚେତନତାର ଆବଶ୍ୟକତା ଅଛି ବୋଲି କହିଥିଲେ। କାରଣ ଆଇନ ବିଷୟରେ ଲୋକେ ଯେତେ ବେଶୀ ସଚେତନ ହେବେ, ଯୌନ ଉତ୍ପୀଡ଼ନ ମାମଲା ସେତିକି ମାତ୍ରାରେ କମ ହେବ। ଏହାକୁ ରୋକିବାକୁ ହେଲେ ସମାଜର ସବୁ ବର୍ଗର ଲୋକଙ୍କ ସହଭାଗୀତା ଆବଶ୍ୟକତା ଅଛି ବୋଲି କହିଥିଲେ। ଏହାପରେ ପ୍ରଶ୍ନ ଉତ୍ତର ମାଧ୍ୟମରେ ପ୍ରଶିକ୍ଷାର୍ଥୀ ମାନଙ୍କ ସନ୍ଦେହ ମୋଚନ କରିଥିଲେ। ଏହାପରେ ଶ୍ରୀମତୀ ସସ୍ମିତା ମହାନ୍ତି ଓ କପ୍ତିପଦା ଉପଖଣ୍ଡର କାର୍ଯ୍ୟକ୍ରମ ଅଧିକାରୀଣୀ ପିପିଟି ଜରିଆରେ ଏହି ଆଇନ ଉପରେ ତାଲିମ ପ୍ରଦାନ କରିଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ନିହାରିକା ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଇସିଡିଏସ ସେଲର ପ୍ରୋଗ୍ରାମ ଅଫିସର ସୁକାନ୍ତି ସେଠୀ, ମିନତୀ ସାହୁ, ସାଲମଣି ସୋରେନ,ଜୟଶ୍ରୀ ହୋତା, ବିଭିନ୍ନ ବ୍ଲକର ସିଡିପିଓ,ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ରର ଜିଲ୍ଲା ସଂଯୋଜକ ସୀମାନ୍ତ ଦିଗାର ଓ ଏହାର କର୍ମଚାରୀ ବୃନ୍ଦ, ବିଭିନ୍ନ ବିଭାଗର ଆଇସିସି ସଦସ୍ୟ ଓ ସ୍ବେଛାସେବୀ ଅନୁଷ୍ଠାନର ସଦସ୍ୟ ଯୋଗ ଦେଇ ତାଲିମ ଗ୍ରହଣ କରିଥିଲେ। ଶେଷରେ ଶ୍ରୀମତୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ବାରିପଦାରୁ -ଗୌର ଦାସଗିରି

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ