।। କାର୍ଗିଲ୍ ବିଜୟ ଦିବସ ଅବସରରେ ଡିପେଣ୍ଡମ୍ ବିଦ୍ୟାଳୟ ର ପିଲା ଙ୍କ ସହ NSS,YRC ପିଲାଙ୍କ ବନମହୋତ୍ସବ ପାଳନ ।।

Jul 26, 2023 - 17:18
Jul 26, 2023 - 17:33
 0  10
।। କାର୍ଗିଲ୍ ବିଜୟ ଦିବସ ଅବସରରେ ଡିପେଣ୍ଡମ୍ ବିଦ୍ୟାଳୟ ର ପିଲା ଙ୍କ ସହ  NSS,YRC ପିଲାଙ୍କ ବନମହୋତ୍ସବ ପାଳନ ।।

ସୁନାବେଢା ମହିଳା ଉଚ୍ଚ ବିଦ୍ୟାଳୟ NSS , YRC ପିଲାମାନଙ୍କ ସହ ଶ୍ରବଣ ବାଧିତ ବିଦ୍ୟାଳୟ ର ପିଲା ମିଶି ଆଜି କାର୍ଗିଲ୍ ବିଜୟ ଦିବସ ପାଳନ କରିବା ସହ ବିଭିନ୍ନ ପ୍ରକାର ଗଛର ଚାରା ଲଗାଇ ବନମହୋତ୍ସବ ପାଳନ କରିଛନ୍ତି ।

ଏହି ଦିବସ ଅବସରରେ ଡିପେଣ୍ଡମ୍ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ - କେଳୁଚରଣ ମହାନ୍ତି , ମହିଳା ଉଚ୍ଚ ବିଦ୍ୟାଳୟ ର ଯୁକ୍ତ ଦୁଇ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ - ଇନ୍ଦିରା ପ୍ରିୟଦର୍ଶୀନୀ ପଟ୍ଟନାୟକ ଙ୍କ ସହ ଏହି ବିଦ୍ୟାଳୟ ର NSS teacher ପ୍ରାଚୀ ପରାଜିତା ପଣ୍ଡା ଏବଂ ଅନେକ ସହକର୍ମୀ ମାନେ ମିଶି ଦିବସ ଟିକୁ ପାଳନ କରିଥିଲେ ।

କାର୍ଯ୍ୟକ୍ରମ ର ପ୍ରଥମରେ ଶପଥ ପାଠ ଗ୍ରହଣ କରାଯାଇଥିଲା ଏବଂ ପରେ ପିଲାମାନଙ୍କ ଦ୍ୱାରା ବୃକ୍ଷ ରୋପଣ କରାଯାଇ କାର୍ଗିଲ୍ ବିଜୟ ଦିବସ ପାଳନ କରାଯାଇଥିଲା ।

ଦେଖିବାକୁ ମିଳିଛି ଯେ ଗତ ସୋମବାର ଦିନ NSS ଏବଂ YRC ପିଲାମାନଙ୍କ ସହ ମିଶି କିଛି ଅତିଥି ଆସି ବୃକ୍ଷ ରୋପଣ କରିଥିଲେ ଏବଂ ପିଲାମାନଙ୍କୁ ବୃକ୍ଷ ରୋପଣ ର ବାର୍ତ୍ତା ମଧ୍ୟ ଦେଇଥିଲେ ।

 ଦାମୋନଯୋଡି ରୁ ଭାରତୀ ମିଶ୍ର ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ