।। କଳାହାଣ୍ଡି ସାମ୍ବାଦିକ ସଂଘ ବାର୍ଷିକ ଉତ୍ସବ ସମ୍ବର୍ଦ୍ଧନା ସମାରୋହ ଉତ୍ସବ ।।

Dec 3, 2023 - 15:35
 0  43
।। କଳାହାଣ୍ଡି ସାମ୍ବାଦିକ ସଂଘ ବାର୍ଷିକ ଉତ୍ସବ ସମ୍ବର୍ଦ୍ଧନା ସମାରୋହ ଉତ୍ସବ ।।

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍ ନୂତନ ମାର୍କେଟ ୟାର୍ଡ ଠାରେ ଆଜି ରାଜ୍ୟ ସାମ୍ବାଦିକ ସଂଘ SUJ (O) ଏବଂ NUJ (I) ସହ ଅନୁବନ୍ଧିତ କଳାହାଣ୍ଡି ସାମ୍ବାଦିକ ସଙ୍ଘ ର ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସମାରୋହ ହୋଇଛି। ପ୍ରଥମେ ମାଁ ଲଙ୍କେଶ୍ଵରୀ ଙ୍କୁ ପୂଜା ଅର୍ପଣ କରି ସଙ୍ଗୀତ ଗାନ ପରେ ସଭା ସଂଘ ଆରମ୍ଭ କରାଗଲା, ଏଠାରେ କଳାହାଣ୍ଡି ଜିଲ୍ଲା ର ପ୍ରତ୍ୟେକ ସାମ୍ୱାଦିକ ଭାଇ ଭଉଣୀ ମାନେ ଅନେକ ସ୍ଥାନରୁ ଯୋଗଦେଇଛନ୍ତି । ଗଣମାଧ୍ୟମ ରେ ଯୋଗ ଦେଇଥିବା ଭାଇ ଓ ଭଉଣୀ ମାନଙ୍କୁ ତାଙ୍କର ସାମ୍ବାଦିକତା ର ଜୀବନ ଯାପନ ଲୋକଙ୍କ ପାଇଁ ସମାଜ ସେବା, ଦାୟିତ୍ଵ ସଠିକ୍ ଏବଂ ସୁନ୍ଦର ଦିଗ ଦର୍ଶନ ର ପଥ ଦେଇ ଚାଲିବା ପାଇଁ ପ୍ରେରଣା ଦିଆଯାଇଥିଲା । ରାଜ୍ୟସ୍ତରୀୟ ସଭାପତି - କୈଳାଶ ଚନ୍ଦ୍ର ନାଏକ, ରାଜ୍ୟ ଉପ ସଭାପତି - ଦୁଷ୍ମନ୍ତ କୁମାର ପଣ୍ଡା, ମହମ୍ମଦ ଅଲ୍ଲୀ ଖାଁ, ସଭାପତି, କେ ଜେ ୟୁ, ଏବଂ ଅନେକ ବରିଷ୍ଠ ସାମ୍ବାଦିକ ବନ୍ଧୁ ଭାଇ ଭଉଣୀ ମାନେ କିଛି ଗୁରୁତ୍ଵ ବାର୍ତ୍ତା ଦେଇ ସଭା ଶେଷ କରାଗଲା।

 କଳାହାଣ୍ଡି ଜିଲ୍ଲା ରୁ ରଜନୀକାନ୍ତ ଶଗଡ଼ିଆ ଙ୍କ ସହ ବାବୁଲି ହରିଜନଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ