କଳାହାଣ୍ଡି ଉତ୍ସବ ଘୁମୁରା 2026 ପାଇଁ ପ୍ରସ୍ତୁତି ବୈଠକ
କଲାହାଣ୍ଡି ମକୁନ୍ଦ ନାଏକ:-(ଫାଷ୍ଟ ନ୍ୟୁଜ ଓଡିଶା) କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସ୍ଥିତ ପଞ୍ଚାୟତ ସମିତି ସଭାଗୃହରେ ଆଦ୍ୟ ତା 16/12/2025 ରିଖ ମଙ୍ଗଳବାର କଳାହାଣ୍ଡି ଉତ୍ସବ 2026ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ଧ୍ରୁବ ଚରଣ ମୁଦୁଲି, ଅତିରିକ୍ତ ତହସିଲଦାର ସନାତନ ମହାରଣା, ସହକାରୀ ଯନ୍ତ୍ରୀ ସାଲକୋ ହେମ୍ରୋମ, ସାଂସଦ ପ୍ରତିନିଧି ପବିତ୍ର ନାଏକ, ଜୋନ 1ମଣ୍ଡଳ ସଭାପତି ପୁଷ୍ପ ନାଏକ, ସମସ୍ତ ବିଭାଗର ଅଧିକାରୀ, ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ବ୍ଳକ ରେ ସମସ୍ତ ଅନୁଷ୍ଠାନ କର୍ମକର୍ତା, ବ୍ଲକ ରେ ଥିବା ସମସ୍ତ ସଂସ୍ଥା ର ଅଧିକାରୀ,ଗଣମାଧ୍ୟମ ପ୍ରତିନିଧି, ସମେତ ଜନସାଧାରଣ ଉପସ୍ଥିତ ରହିଥିଲେ l ଆସନ୍ତା 06/01/2026ଏବଂ 07/01/2026ରିଖ ଦୁଇଦିନିଆ ବ୍ଲକ ସ୍ଥରୀୟ କଳାହାଣ୍ଡି ଉତ୍ସବ ଘୁମୁରା କରାଯିବା ନେଇ ସର୍ବ ସମ୍ମତିକ୍ରମେ ନିଷ୍ପତି ନିଆଯାଇଛି l ପ୍ରତି ବର୍ଷ ଭୋଳି ଏଥରକେ କେମିତି ଶାନ୍ତି ଶୃଙ୍ଖଳାର ସହିତ କଳାହାଣ୍ଡି ଉତ୍ସବ କାର୍ଯ୍ୟକ୍ରମ ସମାପନ ହେବ ତାହାକୁ ନେଇ ଆଲୋଚନା ହୋଇଥିଲା l ଏଥିରେ ବି.ଏସ. ଏସ.ଓ. କାର୍ଯ୍ୟକ୍ରମ କୁ ପରିଚାଳନା କରିବା ସହ ସଭା ସାଙ୍ଗ କରିଥିଲେ l
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0