।। କବ ସିରପ ଜବତ, ଦୁଇ କୋର୍ଟ ଚାଲାଣ: ଖପ୍ରାଖୋଲ ପୋଲିସ କୁ ବଡ଼ ସଫଳତା ।।

Aug 31, 2023 - 22:28
 0  25
।। କବ ସିରପ ଜବତ, ଦୁଇ କୋର୍ଟ ଚାଲାଣ: ଖପ୍ରାଖୋଲ ପୋଲିସ କୁ ବଡ଼ ସଫଳତା ।।

ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ, ୩୧।୮ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଖପ୍ରାଖୋଲ ପୁଲିସ୍ ୬୧ ବୋତଲ କଫ ସିରଫ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଏନେଇ ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରେସ ମିଟ ଜରିଆରେ ସୁଚନା ଦେଇଛନ୍ତି।

ସୁଚନା ଅନୁଯାୟୀ ଗତ କାଲି ରାତିରେ ଖପ୍ରାଖୋଲ ପୁଲିସ୍ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଏକ ବାଇକ୍ ଯୋଗେ ଶହେ ମିଲିଗ୍ରାମ୍ ବିଶିଷ୍ଟ ୬୧ଟି କଫ ସିରଫ୍ ଅନ୍ୟତ୍ର ଚାଲାଣ ହେଉଥିବା ବେଳେ ଖପ୍ରାଖୋଲ ଥାନା ଅନ୍ତର୍ଗତ ବଡ଼ ଗୁର୍ଜିଭଟା ପାଖରେ ପୁଲିସ୍ ଦୁଇ ଜଣଙ୍କୁ କାବୁ କରିଥିଲେ। ସେମାନଙ୍କ ପାଖରୁ ଦୁଇଟି ମୋବାଇଲ ଓ ୬୧ଟି ଏସ କଫ ସୀରଫ ସହ ଗୋଟିଏ ବାଇକ ଜବତ ହୋଇଥିବା ବେଳେ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି।

ଉକ୍ତ ଦୁଇ ଜଣଙ୍କ ମଧ୍ୟରୁ ଜଣେ ନୂଆପଡା ଜିଲ୍ଲା କୋମନା ଅନ୍ତର୍ଗତ ପାଇକପଡ଼ା ର ମାଧବ ନାଏକ ହୋଇଥିବା ବେଳେ ଅନ୍ୟ ଜଣକ ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ ମାଳପଡା ର କ୍ଷିରୋଧର ବାରିକ ବୋଲି ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ସୁଚନା ଦେଇଛନ୍ତି।

ଖପ୍ରାଖୋଲ ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋଟ କୋରାପୁଟ ପ୍ରଥମ ଖବର ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 1
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ