।। କଣ୍ଟାବାଞ୍ଜି ଷ୍ଟେସନ ରୁ ୩ ଜଣ ଅଚେତ ଛାତ୍ର ଉଦ୍ଧାର, କଣ୍ଟାବାଞ୍ଜି ଡ଼ାକ୍ତରଖାନା ରେ ଭର୍ତ୍ତି ଫର୍ମାଟ ।।

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ରୁ ଆଜି ଅଚେତ ଅବସ୍ଥାରେ ଥିବା ୩ ଜଣ ଛାତ୍ର ଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଜଣେ ଅଚିହ୍ନା ବ୍ୟକ୍ତି ଆସି ଥଣ୍ଡା ପାନୀୟ ରେ କିଛି ମିଶାଇ ପିଇବାକୁ ଦେଇ ମୋବାଇଲ ଓ ଟଙ୍କା ଲୁଟ କରିଥିବା ନେଇ ଅଭିଯୋଗ ହୋଇଛି । ବିଭିନ୍ନ ପ୍ରଲୋଭିତ କଥା କହି ତାଙ୍କୁ ଥଣ୍ଡା ପାଣି ପିଇ ବାକୁ ଦେଇଥିଲା । ଅଚେତ ହେବା ପରେ ତାଙ୍କ ଠାରୁ ଲୁଟ କରିଥିବା ଅଭିଯୋଗ ହୋଇଛି । ମୋଟ ୫ ଜଣ ଛାତ୍ର ସମ୍ବଲପୁର ରେ ଆସୁଥିବା ବେଳେ ସେମାନେ କଣ୍ଟାବାଞ୍ଜି ରେଳ ଷ୍ଟେସନ ରେ ବିଶ୍ରାମ ନେଉଥିଲେ ।
ତେବେ ସେମାନଙ୍କ ମଧ୍ୟ ରୁ ଜଣେ ଛାତ୍ର ଫେରାର ହୋଇ ଯାଇଥିବା ବେଲେ ଅନ୍ୟ ଜଣେ ଛାତ୍ର ସୁସ୍ଥ ଥିବା ଜଣାପଡିଛି । ଅନ୍ୟ ୩ ଜଣ ଅଚେତ ଛାତ୍ର କଣ୍ଟାବାଞ୍ଜି ଡାକ୍ତର ଖାନା ରେ ଚିକିତ୍ସିତ ହେଉଛନ୍ତି ଆଗକୁ ସମସ୍ତ ଙ୍କୁ ଜଣାଇ ଯେ କୌଣସି ଅଜଣା ବ୍ୟକ୍ତି ଙ୍କ ଠାରୁ କୌଣସି ଜିନିସ ଖାଆନ୍ତୁ ନାହିଁ ।
କଣ୍ଟାବାଞ୍ଜି ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






