।। କଂଗ୍ରେସ ପ୍ରାର୍ଥୀମାନେ ବିରାଟ ପଟୁଆରରେ ଆସି ପ୍ରାର୍ଥୀପତ୍ର ଦାଖଲ କଲେ ।।

May 5, 2024 - 14:02
 0  9
।। କଂଗ୍ରେସ ପ୍ରାର୍ଥୀମାନେ ବିରାଟ ପଟୁଆରରେ ଆସି ପ୍ରାର୍ଥୀପତ୍ର ଦାଖଲ କଲେ ।।

ଲୋକସଭା କ୍ଷେତ୍ର ଲାଗି ବିନୋଦ, ବିଧାୟକ ପ୍ରାର୍ଥୀ ଭାବେ ହୃଷୀକେଶ,ନିର୍ମଳ ଓ ପ୍ରତିଭା ମଞ୍ଜରୀଙ୍କ ପ୍ରାର୍ଥୀପତ୍ର ଦାଖଲ କେନ୍ଦୁଝର ଜାତୀୟ କଂଗ୍ରେସ ଦଳର ସାଂସଦ ପ୍ରାର୍ଥୀ ଇଂ ବିନୋଦ ବିହାରି ନାଏକଙ୍କ ସହ କେନ୍ଦୁଝର,ତେଲକୋଇ ଓ ପାଟଣା ବିଧାନସଭା ଆସନର ବିଧାୟକ ପ୍ରାର୍ଥୀ ପ୍ରତିଭା ମଞ୍ଜରୀ ନାଏକ , ନିର୍ମଳ ନାଏକ ଓ ହୃଷିକେଷ ନାଏକ ଶନିବାର ଦିନ ନିଜ ନିଜର ପ୍ରାର୍ଥପତ୍ର ଦାଖଲ କରିଛନ୍ତି । ଦିନ ପ୍ରାୟ ୧୧ ଟା ସମୟରେ ସ୍ଥାନୀୟ କାଳୀ ପଡିଆ ଠାରୁ କଂଗ୍ରେସ କର୍ମୀ ଓ ନିଜ ନିଜ ସମର୍ଥକଙ୍କ ସହ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ଆସି ପ୍ରାର୍ଥୀପତ୍ର ଦାଖଲ କରିଥିଲେ। କେନ୍ଦୁଝର ଜିଲ୍ଲାରେ ୫ମ ପର୍ଯ୍ୟାୟ ଅର୍ଥାତ ମେ ୨୫ ତାରିଖରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ନାମାଙ୍କନ ପତ୍ର ଦାଖଲର ଷଷ୍ଠ ଦିନରେ ଶନିବାର ଭାରତୀୟ କଂଗ୍ରେସ ଦଳର ସାଂସଦ ଓ ତିନି ଜଣ ବିଧାୟକ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀମାନେ ପ୍ରଥମେ ସ୍ଥାନୀୟ କାଳୀ ପଡିଆ ଠାରୁ କଂଗ୍ରେସ କର୍ମୀ ଓ ନିଜ ନିଜର ସମର୍ଥକଙ୍କ ସହ କଂଗ୍ରେସ ପତକା ଧରି ଆଦିମ ଜନଜାତି ଜୁଆଙ୍ଗ, ବାଥିଡି ଓ ସାନ୍ତାଳଙ୍କ ପାରମ୍ପାରିକ ଚାଙ୍ଗୁ ମାଦଳ ବାଦ୍ୟ ଶହ ନୃତ୍ୟ କରି ଆଦିବାସୀ ପାରମ୍ପରିକ ନୃତ୍ୟ , ମାଦଳ, ଢୋଲର ତାଳେ ତାଳେ ନାଚ ଗୀତ କରି ଏକାଧିକ ସୁସଜ୍ଜିତ ଗାଡିରେ ଛିଡ଼ା ହୋଇ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲେ । ସେଠାରେ ବିନୋଦ ବିହାରୀ ନାଏକ ଓ ହୃଷିକେଶ ନାଏକ ଗାଡିରୁ ଓହ୍ଲାଇ ଜିଲ୍ଳାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ନିଜ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ସେହିପରି ପ୍ରତିଭା ମଞ୍ଜରୀ ନାଏକ ଓ ନିର୍ମଳ ନାଏକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଶୋଭାଯାତ୍ରାରେ ଯାଇ କେନ୍ଦୁଝର ଉପଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ଯଦିଓ ଶୁକ୍ରବାର ଦିନ ଭଲ ସମୟ ଥିବାରୁ ପ୍ରତିଭା ବିନା ଶୋଭାଯାତ୍ରାରେ ଆସି ଏକ ସେଟ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ ପୁନର୍ବାର ଶନିବାର ଦିନ ଆଉ ତିନି ସେଟ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । କଂଗ୍ରେସର ଏହି ଶୋଭାଯାତ୍ରାରେ ପ୍ରାର୍ଥୀ ମାନଙ୍କ ସହ ସାମିଲ ହୋଇଥିଲେ ଆନନ୍ଦପୁର ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଜୟଦେବ ଜେନା । ପ୍ରାର୍ଥୀ ପତ୍ର ଦାଖଲ ପରେ ପ୍ରାର୍ଥୀ ମାନେ ଉଭୟ ଦଳକୁ ଟାର୍ଗେଟ କରି କହିଥିଲେ ବିଜେପିର ଦଶ ବର୍ଷର ଶାସନ ଓ ବିଜେଡିର ୨୫ ବର୍ଷ ଶାସନ କାଳରେ ଦୁର୍ନିତି ଓ ଭ୍ରଷ୍ଟାଚାରରେ ସେମାନେ ବୁଡ଼ି ରହିଛନ୍ତି। ତେଣୁ ଓଡ଼ିଶାର ଖଣି ପାଣି ଲୁଟିବାକୁ ମେଣ୍ଟ କରୁଥିଲେ ଆଗାମୀ ଦିନରେ ପୁଣି କରିବେ। ଏମାନଙ୍କ ଲାଗି ଓଡ଼ିଶାବାସୀ ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି । ଖଣି ଖାଦାନ ଭରା କେନ୍ଦୁଝର ଜିଲ୍ଲାରେ ବେକାରୀ ସମାସ୍ୟା ବୃଦ୍ଧି ପାଇଛି । ଏଥର କଂଗ୍ରେସ ଶାସନକୁ ଆସିଲେ ଏହି ସବୁ ସମାସ୍ୟର ସମାଧାନ କରାଯିବ ବୋଲି କଂଗ୍ରେସ ପ୍ରାର୍ଥୀ ମାନେ କହିଛନ୍ତି ।

କେନ୍ଦୁଝର ଜିଲ୍ଲା ପ୍ରତିନିଧି ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ