ଓଡିଶା କର୍ମଜୀବି ସାମ୍ବାଦିକ ସଙ୍ଘର ବାର୍ଷିକ ବୈଠକ ଓ ଆଲୋଚନା ସଭା ଅନୁଷ୍ଠିତ
ନବରଙ୍ଗପୁର,( ରଞ୍ଜିତନାୟକ ) ତା: ୨୮.୦୧.୨୦୨୬ ରିଖ : ଓଡିଶା କର୍ମଜୀବି ସାମ୍ବାଦିକ ସଙ୍ଘ ନବରଙ୍ଗପୁର ଶାଖା ପକ୍ଷରୁ ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଅନ୍ତର୍ଗତ ମଙ୍ଗରଦରା ପର୍ଯ୍ୟଟନ ସ୍ଥଳୀ ଠାରେ ସଭାପତି ଶେଖର ଖୁରାଙ୍କ ଅଧକ୍ଷତା ରେ ଅନୁଷ୍ଠାନିକ ବୈଠକ ତଥା ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି ! ଅନୁଷ୍ଠିତ ଉକ୍ତ ଅନୁଷ୍ଠାନିକ ବୈଠକ ତଥା ଆଲୋଚନା ସଭାରେ ମୁଖ୍ୟ ଅତିଥିଭାବେ ନବରଙ୍ଗପୁର ଜିଲ୍ଲା ଓଡିଶା କର୍ମଜୀବି ସାମ୍ବାଦିକ ସଂଘର ପରାମର୍ଶଦାତା ଶିରାଜ ଉଦ୍ଦିନ ଅହମ୍ମଦ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ନବରଙ୍ଗପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁନୀଲ ଖରା,ତେନ୍ତୁଳୀଖୁଣ୍ଟି ବ୍ଲକ ଅଞ୍ଚଳର ବରିଷ୍ଠ ସମାଜସେବୀ ନାରାୟଣ ପାତ୍ର,ପୂଜାରୀଗୁଡା ଅଞ୍ଚଳର ବରିଷ୍ଠ ସମାଜସେବୀ କିଶୋର ସିଂ,କେଭା ସଂସ୍ଥାର ସଭାପତି ତଥା ସମାଜସେବୀ ପ୍ରଶାନ୍ତ ରାୟ ପ୍ରମୁଖ ମଞ୍ଚାସିନ ରହିଥିଲେ !ବରେଣ୍ୟ ଅତିଥି ମାନଙ୍କୁ ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣେଇବା ପରେ ଅତିଥିମାନେ ମଞ୍ଚାସିନ ହୋଇଥିଲେ ଓ ଗଣତନ୍ତ୍ର ଓ ଗଣମାଧ୍ୟମ ଉପରେ ନିଜ ନିଜ ମନ୍ଥବ୍ୟ ରଖିବା ସହିତ ସଦା ସର୍ବଦା ନିର୍ଭିକ ଓ ନିରପେକ୍ଷ ଭାବେ ସମ୍ବାଦ ପରିବେଷଣ କରିବାକୁ ପରାମର୍ଶ ଦେଇଥିଲେ !ପରେ ସଂଘର ବରିଷ୍ଠ ସଦସ୍ୟ ମାନଙ୍କୁ ନୂତନ ପରିଚୟ ପତ୍ର ପ୍ରଦାନ କରି ଶୁଭେଚ୍ଛା ଜଣେଇଥିଲେ ! ନବରଙ୍ଗପୁର ଜିଲ୍ଲାର ଦଶ ଗୋଟି ବ୍ଲକର ସମସ୍ତ କାର୍ଯ୍ୟରତ ସାମ୍ବାଦିକ ବନ୍ଧୁ ମାନେ ଉପସ୍ଥିତ ରହି ଏକତା ର ବାର୍ତ୍ତା ପ୍ରଦାନ କରିଥିଲେ !
ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0