।। ଓଡିଶା ICRP ମହିଳା ସଙ୍ଘ ତରଫରୁ ଜିଲ୍ଲାପାଳ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ସହ ଜିଲ୍ଲା ପାଲ ଅଫିସ ଘେରାଉ ।।

ଓଡିଶା ସରକାରଙ୍କ ମାଳ ମାଳ ଯୋଜନା ବଣ୍ଟନ ଓ କାର୍ଯ୍ୟକାରୀ କରିବାକୁ ଅନେକ ପନ୍ଥା ଅଛି l
ସେ ଯୋଜନାରେ ଅନେକ ପଦାଧିକାରୀ ଓ ନିମ୍ନ କର୍ମଚାରୀ ନିଯୁକ୍ତ ହୋଇଛନ୍ତି l ଖଟଣି, ମିଟିଙ୍ଗ, ରିପୋର୍ଟରେ ସଭିଏ ବ୍ୟସ୍ତ l କିନ୍ତୁ ଉପକୃତ ହେଲାବେଳକୁ ଫଳାଫଳ ଶୂନ୍ୟ l କାରଣ ନିମ୍ନ କର୍ମଚାରୀଙ୍କୁ ମିଳୁନାହିଁ ପ୍ରକୃତ ପ୍ରାପ୍ୟ l
କାର୍ଯ୍ୟଭାର ଅନେକ କିନ୍ତୁ ସଠିକ ଭାବରେ ମିଳୁନାହିଁ ପାରିଶ୍ରମିକ ମିଳୁନାହିଁ ବୋଲି ଆଜି ବଲାଙ୍ଗୀର ଜିଲ୍ଲାର ଦେଓଗାଁ, ସଇଁତଲା, ମୁରିବାହାଲ, ଲୋଇସିଂହା, ଆଗଲପୁର ପରି ଅନେକ ବ୍ଲକରୁ ମହିଳାମାନେ ସଂଗଠିତ ହୋଇ "ଛ" ଟି ଦଫା ଦାବିପତ୍ର ଜିଲ୍ଲାପାଳଙ୍କୁ ଦେଇଥିଲେ ଓ ପରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟକୁ ଯାଇ ନିଜର ଅଭିଯୋଗ ଜଣାଇଥିଲେ l ସେଠାରେ ପ୍ରଶାସନିକ ଅଧିକାରୀ ଆଗାମୀ ଦିନରେ ତଦନ୍ତ କରି ତାଙ୍କ ଅସୁବିଧା ର ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ l ଯଦି ସମାଧାନ ନହେଲେ ରାଜରାସ୍ତାରେ ଉଲ୍ଲାଇବାକୁ ଚେତାବନୀ ଦେଇଛନ୍ତି ମହିଳା ସଙ୍ଘ l
ବଲାଙ୍ଗୀର ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






