ଓଡିଆ ଭାଷା ସାହିତ୍ୟକୁ ମୟୂରଭଞ୍ଜର ଅବଦାନ ଶୀର୍ଷକ ଆଲୋଚନା ଚକ୍ର

Nov 28, 2025 - 16:59
 0  14
ଓଡିଆ ଭାଷା ସାହିତ୍ୟକୁ ମୟୂରଭଞ୍ଜର ଅବଦାନ ଶୀର୍ଷକ ଆଲୋଚନା ଚକ୍ର

ବାରିପଦା ତା 27/11(ପି.ଏନ.ଏସ.) ବାରିପଦାସ୍ଥିତ ସହୀଦ ସ୍ମୃତି ଭବନ ଠାରେ ଓଡିଆ ଭାଷା ସାହିତ୍ୟକୁ ମୟୂରଭଞ୍ଜର ଅବଦାନ ସମ୍ପର୍କିତ ଏକ ଦିବସୀୟ ଆଲୋଚନା ଚକ୍ର ଓଡିଶା ସାହିତ୍ୟ ଏକାଡେମୀ, ରୂପାନ୍ତର ଓ ମୟୂରଭଞ୍ଜ ସାହିତ୍ୟ ପରିଷଦ ମିଳିତ ଆନୁକୂଲ୍ୟରେ ପରିଷଦର ସଭାପତି ପଦ୍ମନାଭ ସାହୁଙ୍କ ପୌରହିତରେ ଅନୁଷ୍ଠିତ ହୋଇଯାଇଛି. ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ଡ଼. ଶିରୀଶ ଚନ୍ଦ୍ର ଜେନା, ଓଡ଼ିଆ ଭାଷା ସାହିତ୍ୟ ଏକାଡେମୀର ସହ ସମ୍ପାଦକ ସଞ୍ଜୟ କୁମାର ଛୁଆଳ ସିଂ, ବରିଷ୍ଠ ସାହିତ୍ୟିକ ଡ଼. ଲକ୍ଷ୍ମୀକାନ୍ତ ତ୍ରିପାଠୀ, ପ୍ରାକ୍ତନ କଲେଜ ଅଧ୍ୟକ୍ଷ ଶ୍ରୀନିବାସ ଭଞ୍ଜ, ପ୍ରାକ୍ତନ ଅଧ୍ୟକ୍ଷା ଡ଼ ପୁଷ୍ପା ପାତ୍ର, ଇଂ ମନୋଜ କୁମାର ଦଳବେହେରା ପ୍ରମୁଖ ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟ ସହିତ ମୟୂରଭଞ୍ଜର ଅନୁଦାନରେ ପ୍ରକାଶିତ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଓ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଙ୍କର ଅବଦାନ ଉପରେ ଆଲୋକପାତ କରିଥିଲେ. ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ଡ଼. ଶଶିଧର ବିଶ୍ୱାଳ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ, ମଞ୍ଚରେ କବି ଓ ସାହିତ୍ୟିକ ମାନଙ୍କୁ ଉଚ୍ଚ କୋଟିର ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା. ସେହିପରି ଦ୍ଵିତୀୟ ଅଧିବେଶନରେ ଅଧ୍ୟାପକ ସନ୍ଦୀପ କୁମାର ଚାନ୍ଦଙ୍କ ଅଧ୍ୟକ୍ଷତାରେ କବି ଗୋପାଳ ଚନ୍ଦ୍ର ସାଓ ଓ କବିୟତ୍ରୀ ବୀଣାପାଣି ପଣ୍ଡାଙ୍କ ସଂଯୋଜନାରେ ଏକ କବିତା ଆସର ଅନୁଷ୍ଠିତ ହୋଇଥିଲା. ଏହି ଅବସରରେ ରୂପାନ୍ତର ତରଫରୁ ସାହିତ୍ୟକୁ ସମାଜସେବା, କଳାକାର ଓ ବିଭିନ୍ନ ସଂଗଠନର ମୁଖ୍ୟକୁ ରୂପାନ୍ତର ର ମୁଖ୍ୟ ନିର୍ଦ୍ଦେଶକ ପରେଶ ଚନ୍ଦ୍ର ସାହୁ, ସମ୍ପାଦକ ସତ୍ୟନାରାୟଣ ଦାସ ବହୁ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରିଥିଲେ. ଶେଷରେ ନିର୍ଦ୍ଦେଶକ ପରେଶ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ.

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ