।। ଓଡ଼ିଶା ରେ ବିଜେପି ର ମିଶ୍ରଣ ପ୍ରବ ଜୋର ଧରିଲା:ବିଜେପି ପକ୍ଷରୁ ପରିବର୍ତ୍ତନ ସମାବେଶ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ।।

Mar 4, 2024 - 15:54
 0  26
।। ଓଡ଼ିଶା ରେ ବିଜେପି ର ମିଶ୍ରଣ ପ୍ରବ ଜୋର  ଧରିଲା:ବିଜେପି ପକ୍ଷରୁ ପରିବର୍ତ୍ତନ ସମାବେଶ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ।।

ଭାରତୀୟ ଜନତା ପାର୍ଟି ପାରାଦୀପ ନଗର ପକ୍ଷରୁ ପାରାଦୀପ ମୁନସିପାଲିଟି ଅଧିନ ଷଣ୍ଢକୁଦ ର ୧୭,୧୮,୧୯ନମ୍ବର ଓ୍ବାଡ କୁ ନେଇ ଷଣ୍ଢକୁଦ ଠାରେ ପରିବର୍ତ୍ତନ ସମାବେଶ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ପାରାଦୀପ ନିର୍ବାଚନ ମଣ୍ଡଳୀର ବିଜେପି ଯୁବ ନେତା ସମ୍ପଦ ସ୍ବାଇଁ, ଶ୍ରମିକ ନେତା ପ୍ରକାଶ ତ୍ରିପାଠୀ, ପାରିଷଦ ପ୍ରତାପ ନାୟକ ଙ୍କ ସମେତ ଅନ୍ୟ ବିଜେଡି ନେତା ମାନେ ଯୋଗ ଦେଇ ବିଜେପି ର ହାତମୁଠାକୁ ଟାଣ କରିବା ପାଇଁ ଆହ୍ବାନ ଦେଇଥିଲେ। ଏହି ଷଣ୍ଢକୁଦ ବସ୍ତିରେ ଶ୍ରମିକ ଓ ତେଲୁଗୁ ସଂମ୍ପ୍ରଦାୟର ମତ୍ସ୍ୟଜୀବୀ ମାନେ ବସବାସ କରୁଥିବା ବେଳେ ଦୀର୍ଘ ବର୍ଷ ଧରି ପାନୀୟଜଳ ସମସ୍ୟା ଓ ଜମିଜମା ର ସମସ୍ୟା ଭଳି ବିଭିନ୍ନ ସମସ୍ୟାର କୌଣସି ସମାଧାନ ହୋଇ ପାରିନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଓ ଜନାଭିମୁଖୀ କାର୍ଯ୍ୟ ରେ ଅନୁପ୍ରାଣିତ ହୋଇ ଷଣ୍ଢକୁଦ ବସ୍ତିର ଶତାଧିକ ଲୋକ ଆସି ବିଜେପି ରେ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ରେ ପାରାଦୀପ ନଗର ବିଜେପି ଦଳର ବହୁ କର୍ମୀ ଯୋଗ ଦେଇଥିବା ବେଳେ ବିଭିନ୍ନ ଦଳରୁ ଆସିଥିବା ଶତାଧିକ କର୍ମୀ ବିଜେପିରେ ସାମିଲ ହୋଇ ପଦ୍ମ ଧରିଥିଲେ। ଆଗକୁ ବିଜେପି ଏକ ଶକ୍ତିଶାଳୀ ଦଳ ଭାବେ ପାରାଦୀପ ରେ ବାହାରିବ ବୋଲି ବିଜେପି ନେତା ସମ୍ପଦ ସ୍ବାଇଁ ଏଥର ଓଡ଼ିଶା ରେ ବିଜେପି ସରକାର କରିବା ସୁନିଶ୍ଚିତ ।

ପାରାଦୀପ ରୁ ବ୍ୟୁରୋ ଚିପ ,,ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ