ଏମସିଏଏମ କଲେଜରେ ବୀର ବାଲ ଦିବସ ପାଳିତ
ବାରିପଦା ତା 27/12(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା) ୟୁନିଭରସିଟି ଗ୍ରାଣ୍ଟ କମିଶନଙ୍କ ନଷ୍ପତି କ୍ରମେ ସ୍ଥାନୀୟ ମହାରାଜପୁର ସ୍ଥିତ ମୟୁରଭଞ୍ଜ କଲେଜ ଅଫ ଏକାଉଣ୍ଟେନସି ଆଣ୍ଡ ମ୍ୟାନେଜମେଣ୍ଟ ରେ ବୀର ବାଲ ଦିବସ ପାଳିତ ହୋଇଯାଇଛି. ଶାହିବଜାଦା ଜୋରୱାର ସିଂହ ଏବଂ ବାବା ଫତେହ ସିଂହଜି ଙ୍କ ଅତୁଳନୀୟ ସାହାସିକତା ଏବଂ ବଳିଦାନ କୁ ସମ୍ମାନ ଜଣାଇବା ସହ ଏହି ମୂଲ୍ୟବୋଧକୁ ଯୁବ ପିଢ଼ିଙ୍କ ନିକଟରେ ପହଂଚାଇବା ଉଦେଶ୍ୟରେ ମହାବିଦ୍ୟାଳୟର ଅଧକ୍ଷ ପ୍ରଦୀପ କୁମାର ନାୟକଙ୍କ ପୌରାହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷା ସଂଘମିତ୍ରା ରାଉତ, ଅଧ୍ୟାପିକା ଅଭିଲିପ୍ସା ଗିରି, ଇପ୍ସିତା ମଲ, ତୃପ୍ତି ଦାସ, କବିତା ସାହୁ ସୁଶ୍ରୀ ନାୟକ ପ୍ରମୁଖ ଯୋଗଦେଇ ସାହସ ଏବଂ ନୈତିକ ମୂଲ୍ୟବୋଧ ପ୍ରେରଣା ବାଣ୍ଟିବାକୁ ହେଲେ ଛାତ୍ରଛାତ୍ରୀ ମାନଙ୍କୁ ସାହସ, ସାଧୁତା ଏବଂ ପ୍ରତିବଦ୍ଧତା ର ମୂଲ୍ୟବୋଧ ବିଷୟରେ ଶିକ୍ଷାଗ୍ରହଣ କରିବାକୁ ପଡିବ ବୋଲି କହିଥିଲେ.ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା ଆୟୋଜନ ହୋଇଥିଲା. ଜାତୀୟ ସେବା ଯୋଜନା ୟୁନିଟ ସ୍ବେଛାସେବୀ ମନେ ସହାୟତା କରିଥିବା ବେଳେ ଇତିହାସ ବିଭାଗର ମୁଖ୍ୟ ଅଧ୍ୟାପିକା ପ୍ରତିଭା ଦାସ ଧନ୍ୟବାଦ ଅର୍ପଣ କରିଥିଲେ.
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0