ଏମସିଏଏମ କଲେଜର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ
ବାରିପଦା ତା 9/12(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା) ସ୍ଥାନୀୟ ମହାରାଜପୁର ସ୍ଥିତ ମୟୁରଭଞ୍ଜ କଲେଜ ଅଫ ଆକାଉଣ୍ଟନସି ଆଣ୍ଡ ମ୍ୟାନେଜମେଣ୍ଟ ଖେଳପଡିଆରେ ଅଧକ୍ଷ ପ୍ରଦୀପ କୁମାର ନାୟକଙ୍କ ଦ୍ୱାରା ଉଦଘାଟିତ ହୋଇଥିବା କଲେଜର ବାର୍ଷିକ କ୍ରୀଡାଉତ୍ସବ ଆଜି ଉଦଯାପିତ ହୋଇଯାଇଛି. ଜୁନିଅର ଓ ସିନିଅର ବିଭାଗରେ ଲମ୍ବଡିଆଁ, ଉଚ୍ଚଡିଆଁ, ଜାଭଲିନ ଥ୍ରୋ, ସଟଫୁଟ ଥ୍ରୋ, ଡିସ୍କସ ଥ୍ରୋ, ବ୍ୟାଡ଼ମିଣ୍ଟନ, ଭଲିବଲ, କବାଡି, 100 ମିଟର, 200 ମିଟର, 400 ମିଟର ଦୌଡ଼ ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା. ଆଜି ଉଦଯାପନୀ ଦିବସରେ ଏକ ମାରାଥନ ଦୌଡ ପ୍ରତିଯୋଗିତା ରଘୁନାଥପୁର ସ୍ଥିତ ହରିହର ମନ୍ଦିର ଠାରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା. ଆଜିର ଉଦଯାପନୀ ଉତ୍ସବରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱ ବିଦ୍ୟାଳୟର ସାନ୍ତାଳୀ ବିଭାଗର ମୁଖ୍ୟ ପ୍ରଫେସର ଡ଼. ଯତୀନ୍ଦ୍ର ନାଥ ବେଶ୍ରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ. ମହାବିଦ୍ୟାଳୟ ର ଖେଳ ଅଧିକାରୀ ଅଧ୍ୟାପକ ସମ୍ବିତ କୁମାର ମିଶ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ପ୍ରତିଯୋଗିତାରେ ବାସ୍ତବ ମହାନ୍ତ ଓ ଅଧ୍ୟାପକ ରଂଜିତ ମାରାଣ୍ଡି ସହାୟତା କରିଥିଲେ. ମୟୁରଭଞ୍ଜ ସାଇନ୍ସ ହାଏର ସେକେଣ୍ଡାରୀ ସ୍କୁଲ ଛାତ୍ରଛାତ୍ରୀ ମାନେ ମଧ୍ୟ୍ୟ ଏଥିରେ ଅଂଶ ଗ୍ରହଣ କରିଥିବା ବେଳେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା, ମୟୁରଭଞ୍ଜ ସାଇନ୍ସ ହାଏର ସେକେଣ୍ଡାରୀ ସ୍କୁଲର ଅଧ୍ୟାପକ ଓ ଅଧ୍ୟାପିକା ସହଯୋଗ କରିଥିଲେ.
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0