ଏଣେ ଶିକ୍ଷୟିତ୍ରୀ ଙ୍କ ଆତ୍ମହୁତି ଧମକ ; ତେଣେ ତାଙ୍କ ବିରୁଦ୍ଧରେ ସାଙ୍ଘାତିକ ଜାଲିଆତି ଅଭିଯୋଗ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବୀ

Nov 14, 2025 - 05:05
 0  67
ଏଣେ ଶିକ୍ଷୟିତ୍ରୀ ଙ୍କ ଆତ୍ମହୁତି ଧମକ ; ତେଣେ ତାଙ୍କ ବିରୁଦ୍ଧରେ ସାଙ୍ଘାତିକ ଜାଲିଆତି ଅଭିଯୋଗ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବୀ

ବାରିପଦା - ତା 12/11 ; ଠାକୁରମୁଣ୍ଡା ବ୍ଲକ, ଚମ୍ପା୍ଝର ପଂଚାୟତ, ନୂଆଗାଁ ସ୍ଥିତ ଆର ଏନ ହାଇସ୍କୁଲ ର ଶିକ୍ଷୟିତ୍ରୀ ପ୍ରମିଳା ସାହୁ ସରକାର ଙ୍କ ପାଖରୁ ନ୍ୟାୟ ପାଇବା ପାଇଁ ଆତ୍ମହୁତି ଦେବେ ବୋଲି ଧମକ ଦେଇଥିବାବେଳେ ଏବଂ ଏଥିପାଇଁ ପ୍ରଶାସନ ଓ କର୍ତୃପକ୍ଷ ଙ୍କ ପାଖରୁ ଆଠ ସପ୍ତାହ ସମୟ ଦିଆଯାଇଥିବାବେଳେ ଏବେ ପ୍ରମିଳା ସାହୁଙ୍କ ବିରୁଦ୍ଧରେ ସାଙ୍ଘାତିକ ଜାଲିଆତି କରିଥିବାର ଅଭିଯୋଗ ହୋଇଛି | ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଓ ଅନ୍ୟ ଶିକ୍ଷକ ଙ୍କ ଉପସ୍ଥିତି ରେ ପ୍ରମିଳା ସାହୁ ଶିକ୍ଷକ ନିଯୁକ୍ତି ରେ ବ୍ୟାପକ ଅର୍ଥ ବାଟମାରଣା କରିବା ସହିତ ବିଦ୍ୟାଳୟ ର ସମସ୍ତ ରେକର୍ଡ ପତ୍ର ରେ ଜାଲିଆତି କରିଥିବାର ସାଙ୍ଘାତିକ ଅଭିଯୋଗ କରିଛନ୍ତି ହତାଶ ହୋଇଥିବା ଶିକ୍ଷକ କାହ୍ନୁ ଚରଣ ପଣ୍ଡା | ଶ୍ରୀ ପଣ୍ଡା ଚାକିରୀ ପାଇବା ପାଇଁ ବିଦ୍ୟାଳୟ ର ଉନ୍ନତି ନିମନ୍ତେ ଲକ୍ଷେ କୋଡିଏ ହଜାର ଟଙ୍କା ଡୋନେସନ ଦେଇଥିବାବେଳେ ଏହି ଅର୍ଥ ବାଟ ମାରଣା କରାଯିବା ସହିତ ତାଙ୍କୁ ଦରମା ଦିଆଯାଇନାହିଁ ବୋଲି ସେ ଅଭିଯୋଗ ରେ ପ୍ରକାଶ କରିଛନ୍ତି | ଏହାଛଡା ପ୍ରମିଳା ସାହୁ ନିଜେ ଏହିବିଦ୍ୟାଳୟ ରେ ଚାକିରୀ କରିବା ସହିତ ତାଙ୍କ ସ୍ୱାମୀ, ଭାଉଜ ଓ ଅନ୍ୟ ଜଣେ ବନ୍ଧୁ ଅନ୍ୟ ଏକ ବିଦ୍ୟାଳୟ ରେ ଶିକ୍ଷକତା କରିବା ସହିତ ଏହି ବିଦ୍ୟାଳୟ ରେ ମଧ୍ୟ ଶିକ୍ଷକତା କରିଥିବାର ଯଥେଷ୍ଟ ପ୍ରମାଣ ସହିତ ଦେଇଥିବା ଅଭିଯୋଗ ପତ୍ର ରେ ପ୍ରକାଶ କରିଛନ୍ତି | ହିନ୍ଦୀ କ୍ଲାସ ହୋଇ ନଥିଲେ ମଧ୍ୟ ପ୍ରମିଳା ତାଙ୍କ ଭାଉଜଙ୍କୁ ହିନ୍ଦୀ ଶିକ୍ଷୟିତ୍ରୀ ଭାବେ ଦରମା ଦେଇଛନ୍ତି ବୋଲି ଅଭିଯୋଗ ରେ କୁହାଯାଇଛି |ଏପରିକି ତାଙ୍କ ସହିତ ତାଙ୍କ ସ୍ୱାମୀ, ତାଙ୍କ ଭାଉଜ ଙ୍କ ଫେକ ସାର୍ଟିଫିକେଟ ରେ ନିଯୁକ୍ତି ଦେବା ସହିତ ସଭା ବହିକୁ ଜାଲିଆତି କରିଛନ୍ତି ବୋଲି ଶ୍ରୀ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀ ରେ ଅଭିଯୋଗ କରି ଉଚ୍ଚ ସ୍ତରୀୟ ତଦନ୍ତ ପୂର୍ବକ ତାଙ୍କୁ ନ୍ୟାୟ ମିଳିବାପାଇଁ ଶ୍ରୀ ପଣ୍ଡା ଅନୁରୋଧ କରିଛନ୍ତି | ପୂର୍ବରୁ ପ୍ରମିଳାଙ୍କ ଅନିୟମିତତା ଯୋଗୁଁ ତାଙ୍କୁ ନିଲମ୍ବନ କରାଯାଇଥିଲା | ଚାରି ବର୍ଷ ପରେ ସେ ସହକାରୀ ଶିକ୍ଷୟିତ୍ରୀ ଭାବେ ପୁନଃ ଅବସ୍ଥାପିତ ହୋଇଥିଲେ | ଭିଜିଲାନ୍ସ, ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ଏବଂ ବିଭାଗୀୟ ତଦନ୍ତ ପରେ ମଧ୍ୟ ସମସ୍ୟାର ସମାଧାନ ହେବା ପରିବର୍ତ୍ତେ ପ୍ରମିଳା ସାହୁ ଆତ୍ମ|ହୁତି ଧମକ କୁ ସରକାର କେତେ ମାନ୍ୟତା ଦେବେ ତାହା ଦେଖିବାକୁ ବାକି ରହିଲା |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ