ଏକାଦଶ ବାର୍ଷିକୀ ରୟାଲସ ପ୍ରିମିୟର ଲିଗର ୬ଷ୍ଠ ଦିନରେ ୪ଟି ମ୍ୟାଚ
ବାରିପଦା - ତା :- ୦୭୮/୦୧/୨୦୨୬ ରିଖ ଷ୍ଟେସନ ଆଥେଲେଟିକ ଆସୋସିଏସନ୍ , ଷ୍ଟେସନ ବଜାର, ବାରିପଦା ଆନୁକୁଲ୍ୟରେ ଆୟୋଜିତ ଏକାଦଶ ବାର୍ଷିକ ରୟାଲ୍ସ୍ ପ୍ରିମୀୟର ଲିଗର ୬ଷ୍ଠ ଦିନରେ ମଧ୍ୟ ୪ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା I ମୁଖ୍ୟ ଅତିଥି ଭାବେ ଯୁବ ନେତା ତଥା ସମାଜସେବା ରାକେଶ ସିଂ ଓ ସମ୍ମାନିତ ଅତିଥି ଭାବେ ସମାଜସେଵୀ ବିକ୍ରମ କେଶରୀ ବେହେରା ଯୋଗଦେଇ ଆଜିର ଖେଳକୁ ଉଦଘାଟନ କରିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଲିଗର ସଭାପତି ସଞ୍ଜୀବ ଦ୍ବିବେଦୀ, ଷ୍ଟେସନ ଏଥଲେଟିକ ଏସୋସିଏସନର ଉପ ସଭାପତି ଆଦିତ୍ୟ ଦଣ୍ଡପାଟ, କ୍ରିକେଟ ସମ୍ପାଦକ ରାମେଶ୍ବର ମାଝୀ ଓ ବରିଷ୍ଠ ସଦସ୍ୟ ପୱନ କୁମାର ଅଗ୍ରୱାଲ ଉପସ୍ଥିତ ଥିଲେ I ପ୍ରଥମ ମ୍ୟାଚରେ ଭି ରୋର ୨୫ ରନରେ ଥ୍ରୀଲର ଦଳକୁ ପରାସ୍ତ କରିଥିଲା I ଆଦିତ୍ୟ ବସା ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ I ୨ୟ ମ୍ୟାଚରେ ଆଞ୍ଜୋଲ ରଣା ୮୭ ରନରେ ମା ଅମ୍ବିକା ସୁପର ସ୍ମସର ଦଳକୁ ପରାସ୍ତ କରିଥିଲା I ଅମର ସାମନ୍ତ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ I ୩ୟ ମ୍ୟାଚରେ ପରି ଚାଲେଞ୍ଜର ଦଳ ୧୧ ରନରେ ଏମାରଜିଙ୍ଗ ଟାଇଟନ ଦଳକୁ ପରାସ୍ତ କରିଥିଲା I ଶୁଭେନ୍ଦୁ ଦାସ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ I ୪ର୍ଥ ମ୍ୟାଚରେ ମା ତାରିଣୀ ୱରୟାର୍ସ ୨ ରନରେ ଜଗନ୍ନାଥ ୱରିୟାର୍ସ ଦଳକୁ ପରାସ୍ତ କରିଥିଲା I ଅମିତ ମହାନ୍ତି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ I ଲକ୍ଷ୍ମୀଧର ସିଂ, ପ୍ରସନ୍ନଜିତ ମହାନ୍ତି, ଅବିନାଶ କଲିଆ ଓ ତାପସ ଦେ ଖେଳ ପରିଚାଳନା କରିଥିବା ବେଳେ ସ୍କୋରିଙ୍ଗରେ ବିଭୁ ଓ ମ୍ୟାଚ ରେଫେରୀ ଭାବେ ରାଜେଶ ସାହୁ ସହଯୋଗ କରିଥିଲେ I ପଙ୍କଜ ମହାକୁଡ଼ ଧାରା ବିବରଣୀ ପ୍ରଦାନ କରିଥିଲେ I
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0