।। ଏକଦିନିଆ ନୂଆପଡା ଗସ୍ତରେ ଗୃହ ଓ ନଗର ଉନ୍ନୟନ, ସାଧାରଣ ଉଦ୍ୟୋଗ ବିଭାଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ।।

Aug 7, 2024 - 00:55
 0  26
।। ଏକଦିନିଆ ନୂଆପଡା ଗସ୍ତରେ ଗୃହ ଓ ନଗର ଉନ୍ନୟନ, ସାଧାରଣ ଉଦ୍ୟୋଗ ବିଭାଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ।।

ନୂଆପଡା : ଆଜି ଓଡିଶା। ସରକାରଙ୍କ ଗୃହ ଓ ନଗର ଉନ୍ନୟନ, ସାଧାରଣ ଉଦ୍ୟୋଗ ବିଭାଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ନୂଆପଡା ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ସରକାରୀ କାର୍ଯ୍ୟକ୍ରମ ସହିତ ଦଳିୟ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ମାନ୍ୟବର ମନ୍ତ୍ରୀ ରେଳ ଯୋଗେ ଭୁବନେଶ୍ବରରୁ ବାହାରି ଆଜି ସକାଳ ୭, ୧୫ ମିନିଟରେ ନୂଆପଡା ରେଲଷ୍ଟେସନରେ ପହଞ୍ଚିଥିଲେ । ସେଠାରେ ସରକାରୀ ଅଧିକାରୀ ଏବଂ ଦଳୀୟ କାର୍ଯ୍ୟକର୍ତା ମାନେ ଫୁଲତୋଡା ଦେଇ ସ୍ବାଗତ ଜଣାଇ ପାଛୋଟି ଆଣିବାପରେ ମନ୍ତ୍ରୀ ସ୍ନାନୀୟ ସରକିଟ ହାଉସରେ ପହଞ୍ଚି ଥିଲେ । ପରେ ୯.୧୫ମିନିଟରେ ଫାୟାରଷ୍ଟେସନ ସମ୍ମୁଖରେ ଥିବା ପଡିଆଠାରେ ଏନଏସି ର ନୂଆ ପ୍ରକଳ୍ପ ସ୍ମାର୍ଟ ପାର୍କର ଶିଳାନ୍ୟାସ ଦେବା ପରେ ଏକ ଆୟୋଜିତ ସଭାରେ ଯୋଗଦାନ କରି ମୋଦି ଓ ମୋହନ ସରକାରଙ୍କ ଗୁଣଗାନ କରିବା ସହିତ ଲୋକଙ୍କ ବିକାଶ ପାଇଁ ସରକାର ଆଣିଥିବା ବିଭିନ୍ନ ନୂତନ ଯୋଜନା ଉପରେ ଲୋକଙ୍କୁ ବୁଝାଇଥିଲେ । ପରେ ନୂଆପଡା ଜିଲ୍ଲାପାଳଙ୍କ ଜନଫରେନ୍ ହଲ ଠାରେ ଏକ ସମିକ୍ଷା ବୈଠକରେ ଯୋଗଦାନ କରି ନୂଆପଡା ଏନଏସିର ବିଭିନ୍ନ ପ୍ରକାର ଯୋଜନା ଏବଂ ଏହାର କାର୍ଯ୍ୟକାରିତା ଉପରେ ପଚାରୀ ବୁଝିଥିଲେ । ଏହି ସମିକ୍ଷା ବୈଠକରେ ଜିଲ୍ଲାପାଳ ହେମକାନ୍ତ ସୟ, ପୂର୍ବତନ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା, ଜିଲ୍ଲାପରିଷଦ ନିର୍ବାହି ଅଧିକାରୀ ତଥା ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବଧର ଧରୁଆ, ନୂଆପଡା ଏନଏସି ଚ୍ୟାରମେନ ମହମ୍ମଦ ଆଦମ, ନୂଆପଡା ଏନଏସି ଇଓ ଚନ୍ଦନ ଶତପଥୀ ଏବଂ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ନୂଆପଡା ଏନଏସି କର୍ମଚାର ପ୍ରମୁଖ ଉପସ୍ଥିତ ଥିଲେ । ପରେ ସ୍ଥାନୀୟ ବିଜେପି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ କେନ୍ଦ୍ର ଓ ରାଜ୍ୟ ବଜେଟ ପରିପେକ୍ଷିରେ ଜିଲ୍ଲା ସ୍ତରୀୟ ସାମ୍ବାଦୀକ ସମ୍ମିଳନୀରେ ଯୋଗଦେଇ ସରକାରଙ୍କ ଜନହିତକାରୀ ଯୋଜନା ମାନ ବୁଝାଇଥିବା ସହ ଭାରତର ପ୍ରଧାନମନ୍ତ୍ରୀ । ମାନ୍ୟବର ନରେନ୍ଦ୍ର ମୋଦି ଏବଂ ଓଡିଶାର ମୋହନ ସରକାରଙ୍କ ଭୂରିଭୂରି ପ୍ରଶଂସା କରିଥିଲେ । ଏହି ସାମ୍ବାଦିକ ସମ୍ମିଳନିରେ ପୂର୍ବତନ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା, ବିଜେପି ଜିଲ୍ଲା ସଭାପତି ସୁବ୍ରତ ଠାକୁର ଜିଲ୍ଲା ଯୁବମୋର୍ଚା ସଭାପତି ଅଭିନନ୍ଦନ ପଣ୍ଡା, ବରିଷ୍ଠ ବିଜେପି ନେତା ହରିଶ୍ଚନ୍ଦ୍ର ପଣ୍ଡା, ବରିଷ୍ଠ ବିଜେପି ନେତା ହିତେଶ ବଗର୍ତି, ବିଜେପି ବରିଷ୍ଠ ନେତ୍ରୀ ତଥା ଖରିଆର ରୋତ ଏନଏସି ଚ୍ୟାରମେନ ଡ. ସୋନିଆ ଜୈନ ପ୍ରମୁଖ ଉପସ୍ଥିତ ଥିଲେ । ପରେ 4ଟା ୩୦ ମିନିଟରେ ଖରିଆର ରୋଡ ଏନଏସି ଠାରେ ମନ୍ତ୍ରୀଙ୍କୁ ସ୍ୱାଗତ ଓ ସମ୍ୱର୍ଦ୍ଧନା କରାଯାଇଥିବାବେଳେ ଆୟୋଜିତ ସଭାରେ ଏନଏସି ଚ୍ୟାରମେନ ଡ. ସୋନିଆ ଜୈନ, ପୂର୍ବତନ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା, ସ୍ଥାନୀୟ ବିଧାୟକ ରାଜେନ୍ଦ୍ର ଢୋଲକିଆ, କଳାହାଣ୍ଡି ସାଂସଦ ପ୍ରତିନିଧି ପ୍ରେମ ଲାଲ ଅଗ୍ରୱାଲ, ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବଧର ଧରୁଆ ଏବଂ ସ୍ଥାନୀୟ ପାର୍ଷଦ ମଞ୍ଚାସିନ ଥିଲେ l ମନ୍ତ୍ରୀ ଖରିଆର ରୋତ ସହରକୁ ଏକ ଉନ୍ନତ ସହର ଗଡ଼ିବା ପାଇଁ ପ୍ରତିଶୁତି ଦେଇଥିଲେ l ପରେ ମନ୍ତ୍ରୀ ପ୍ରକଳ୍ପ ଓ ଅନ୍ୟାନ୍ୟ ପ୍ରକଳ୍ପ ଗୁଡିକର ଶିଳାନ୍ୟାସ କରିଥିଲେ l ଚ୍ୟାରମେନ ଡ. ସୋନିଆ ଜୈନ ନଗର ବାସୀଙ୍କୁ ଉନ୍ନୟନ ମୂଳକ କାର୍ଯ୍ୟ ଚାଲିଛି ତାହା ଉଦବୋଧନ ଦେଇଥିଲେ l ସରକାରଙ୍କ ଜାଗା ମିଶନ ଜରିଆରେ କିପରି ଲୋକଙ୍କୁ ଘର ମିଳିବ ତାହା ସ୍ଥାନୀୟ ବିଧାୟକ ବୁଝାଇଥିଲାବେଳେ ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା ମୋଦି ସରକାରଙ୍କ ସୁ ଶାସନ ବ୍ୟବସ୍ଥା ଚାଲିଛି ବୋଲି କହିଥିଲେ l ଉକ୍ତ ସଭାରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ କମଲାସନ ରଥ ମଞ୍ଚ ପରିଚାଳନା କରିଥିବାବେଳେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ନଗର ବାସୀ ଉପସ୍ଥିତ ଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ