ଉମରକୋଟ ଠାରେ ଅତିରିକ୍ତ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ
ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଙ୍କ ଅଭିଯୋଗ ଶୁଣାଣି ଶିବିର ପରିଦର୍ଶନ ! ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୧୯.୦୧.୨୦୨୬ ରିଖ: ନବରଙ୍ଗପୁର ଜିଲ୍ଲାର ଉମରକୋଟ ପୌରପାଳିକା ସମ୍ମିଳନୀ ଗୃହରେ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ୱ ) ବିଶ୍ଵଜିତ ବର୍ମନ ଏବଂ ଆରକ୍ଷୀ ଅଧିକ୍ଷକ ମଡକର ସନ୍ଦୀପ ସମ୍ପଦଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି !ଏହି ଅବସରରେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଅଭିଯୋଗ ଶୁଣାଣି ଶିବିର ପରିଦର୍ଶନ ପୂର୍ବକ ଦିବ୍ୟାଙ୍ଗ ମାନଙ୍କୁ ଉତ୍ସାହିତ କରିବା ସହ ୫ ଜଣ ଦିବ୍ୟାଙ୍ଗଙ୍କୁ ହୁଇଲ୍ ଚେୟାର ପ୍ରଦାନ କରିଥିଲେ ଓ କୃତ୍ରିମ ଅଙ୍ଗ ମାପ ପାଇଁ ଅପେକ୍ଷାରତ ଦିବ୍ୟାଙ୍ଗ ମାନଙ୍କ ସହ ସମୟ ଅତିବାହିତ କରିଥିଲେ ! ଏହି ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ,ବି ଡି ଓ ମନୋଜ କୁମାର ମେହେରଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ! ଏହି ଜନ ଶୁଣାଣି ଶିବିରରେ ମୋଟ ୨୯ ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ ! ସେଥିମଧ୍ୟରୁ ୧୬ ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୧୩ ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା ! ସାମାଜିକ ସୁରକ୍ଷା ବିଭାଗ ତରଫରୁ ଚିହ୍ନଟ ଦିବ୍ୟାଙ୍ଗ ମାନଙ୍କୁ ୦୫ ଟି ହୁଇଲ ଚେୟାର, ୯ ଜଣ ଅଙ୍ଗହୀନ ଦିବ୍ୟାଙ୍ଗ ଙ୍କୁ କୃତିମ ଅଙ୍ଗ ପ୍ରଦାନ ନିମନ୍ତେ ମଞ୍ଜୁରୀ କରାଯାଇଥିଲା ! ବିଭିନ୍ନ କାରଣରୁ ଆହତ ଏବଂ ଅକ୍ଷମ ୨୬ ଜଣ ରୋଗୀଙ୍କୁ ଉତ୍ତମ ଶାରୀରିକ ଚିକିତ୍ସା ନିମନ୍ତେ ଉନ୍ନତ ପୁନର୍ବାସ କେନ୍ଦ୍ର ରେ ଯନ୍ତ୍ରଣା ଉପଶମ ଓ ଚିକିତ୍ସା ପାଇଁ ପଦକ୍ଷେପ ନିଆଗଲା ! ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0