ଉଦୟଲଷ୍ମୀ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଂଟ ଚତୁର୍ଥ ଦଳ ଭାବେ ବାଗଡ଼ିହି ସେମି ଫାଇନାଲକୁ ଉନ୍ନୀତ

Jan 18, 2026 - 23:40
 0  23
ଉଦୟଲଷ୍ମୀ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଂଟ ଚତୁର୍ଥ ଦଳ ଭାବେ ବାଗଡ଼ିହି ସେମି ଫାଇନାଲକୁ ଉନ୍ନୀତ

କୋଲାବିରା,୧୮।୧(ଫାଷ୍ଟ ନ୍ୟୁଜ ଓଡିଶା): ଉଦୟଲଷ୍ମୀ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଂଟର ଚତୁର୍ଥ ଦିବସରେ ଦାଗଡ଼ିହି ଦଳ ଅଇତାପଲି ଦଳକୁ ପରାସ୍ତ କରି ସେମି ଫାଇନାଲରେ ପ୍ରଵେଶ କରିଛି।ରବିବାର ଆୟୋଜିତ ପ୍ରଥମ ମ୍ୟାଚ କୋଲାବିରା ଓ ବାଗଡ଼ିହି ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ କୋଲାବିରା ଦଳ ଟସ ଜିଣି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବାଗଡ଼ିହି ଦଳ ନିର୍ଦ୍ଧାରିତ ୮ ଓଭରରେ ଗୋଟିଏ ଉଇକେଟ ହରାଇ ୯୩ ରନ ସଂଗ୍ରହ କରିଥିଲେ। ଜବାବରେ କୋଲାବିରା ଦଳ ୮ ଓଭରରେ ୫ ଉଇକେଟ ହରାଇ ୮୫ ରନ କରିଥିଲେ ଫଳରେ ବାଗଡ଼ିହି ଦଳ ୮ ରନରେ ବିଜୟଲାଭ କରିଥିଲା। ଏହି ମ୍ୟାଚରେ ବାଗଡ଼ିହି ଦଳର ରାଜ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ।ସେହିପରି ଦ୍ଵିତୀୟ ମ୍ୟାଚ ଅଇତାପାଲି ଓ ରଙ୍ଗିଆଟିକିରା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ରଙ୍ଗିଆଟିକିରା ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଓ ନିର୍ଦ୍ଧାରିତ ୮ ଓଭରରେ ୬ ଉଇକେଟ ହରାଇ ୭୫ ରନ ସଂଗ୍ରହ କରିଥିଲା। ଜବାବରେ ଅଇତାପାଲି ଦଳ ୪.୩ ଓଭରରେ ୨ ଉଇକେଟ ହରାଇ ନିର୍ଦ୍ଧାରିତ ୭୬ ରନ କରି ୮ ଉଇକେଟରେ ବିଜୟୀ ହୋଇଥିଲେ। ଏହି ମ୍ୟାଚରେ ଅଇତାପାଲି ଦଳର ପବିତ୍ର ମ୍ୟାନ ଅଫ ଦ ମ୍ୟାଚ ହୋଇଥିବା ବେଳେ ତୃତୀୟ ମ୍ୟାଚରେ ଦୁଇଟି ଯାକ ମ୍ୟାଚରେ ବିଜୟୀ ହୋଇଥିବା ବାଗଡ଼ିହି ଓ ଅଇତାପଲି ଦଳ ମଧ୍ୟରେ ଚତୁର୍ଥ କ୍ୱାର୍ଟର ଫାଇନାଲ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଇତାପଲି ଦଳ ଟସ ଜିଣି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବାଗଡ଼ିହି ଦଳ ନିର୍ଦ୍ଧାରିତ ୮ ଓଭରରେ ୭ ଉଇକେଟ ହରାଇ ୯୫ ରନ ସଂଗ୍ରହ କରିଥିବା ବେଳେ ଜବାବରେ ଅଇତାପଲି ଦଳ ୮ ଓଭରରେ ୫ ଉଇକେତ ହରାଇ ମାତ୍ର ୭୨ ରନ ସଂଗ୍ରହ କରିପାରିଥିଲେ ଓ ବାଗଡ଼ିହି ଦଳ ୨୩ ରନରେ ବିଜୟଲାଭ କରି ସେମିଫାଇନାଳକୁ ଉନ୍ନୀତ ହୋଇଥିଲେ। ଏହି ମ୍ୟାଚରେ ବାଗଡ଼ିହି ଦଳର ରାଜ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ।ଆଜିର ଖେଳରେ ସ୍ବର୍ଗତଃ ଉଦୟନାଥ ପୁରୋହିତ ଓ ଲକ୍ଷ୍ମୀ ପୁରୋହିତଙ୍କ ଯାମାତା ଅବସରପ୍ରାପ୍ତ ଶିକ୍ଷକ ସଞ୍ଜୟ ଗୁରୁ, ଝିଅ ମମତା, ବୋହୁ ନିବେଦିତା ଓ ସୁଚିସ୍ମିତା ଅତିଥି ଭାବେ ଯୋଗଦାନ କରି ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ବିତରଣ କରିଥିଲେ। ଖେଳଗୁଡିକୁ ପରିଚାଳନା କରିବାରେ କୋଲବିରା ମା ସମଲେଶ୍ୱରୀ କ୍ଲବର ସୁନୀଲ, ଗୁଡୁ, ଧନଞ୍ଜୟ, ରଜତ, ଭାଡ଼ି, ଦିଲୀପ, ଗଣେଶ, ପ୍ରେମ, ଲୋକନାଥ, ଜିତେନ୍ଦ୍ର, ଅନିଲ, ଭକ୍ତ ଓ ଖେଳ ଶିକ୍ଷକ ରାଜେଶ ପଟେଲ ଓ ଆୟୋଜକ ମାନସ ପୁରୋହିତ ସାହାଯ୍ୟ କରିଥିଲେ।ଆସନ୍ତାକାଲି ସୋମବାର ତରେଇକେଲା ଓ ବାଗଡ଼ିହି ଦଳ ମଧ୍ୟରେ ପ୍ରଥମ ସେମିଫାଇନାଲ ହେବାକୁ ଥିବା ବେଳେ ଲଇଡା ଓ ମହାବୀର ଦଳ ମଧ୍ୟରେ ଦ୍ଵିତୀୟ ସେମିଫାଇନାଲ ହେବ । ଶେଷରେ ଦୁଇ ଦଳର ବିଜେତା ମଧ୍ୟରେ ଏହି ପ୍ରତିଯୋଗିତାର ଫାଇନାଲ ମ୍ୟାଚ ଆସନ୍ତା କାଲି ଅନୁଷ୍ଠିତ ହେବ ।

କୋଲାବିରା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା।

What's Your Reaction?

Like Like 1
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ