ଉତ୍ତମ ମାଲିକ ଗ୍ରୁପ ଅଫ ଶିକ୍ଷା ଅନୁଷ୍ଠାନରେ ବିଶ୍ଵ ଏଡସ ଦିବସ ପାଳିତ

Dec 1, 2025 - 16:58
 0  50
ଉତ୍ତମ ମାଲିକ ଗ୍ରୁପ ଅଫ ଶିକ୍ଷା ଅନୁଷ୍ଠାନରେ ବିଶ୍ଵ ଏଡସ ଦିବସ ପାଳିତ

ମାଲକାନଗିରି, ୦୧/୧୨: ଆଜି ମାଲକାନାଗିରି ସ୍ଥିତ ଉତ୍ତମ ମାଲିକ ମହାବିଦ୍ୟାଳୟର ସଭା ଗୃହ ଠାରେ ୱାଲ୍ଡ ଏଡ଼ସ ଦିବସ ୨୦୨୫ ପାଳିତ ହୋଇ ଯାଇଛି। ଏହି ଅନୁଷ୍ଠାନରେ ବି ଏସ ସି ନର୍ସିଂ ,ଜି ଏନ ଏମ , ଏ ଏନ ଏମ ଛାତ୍ର ଛାତ୍ରୀ ମାନେ ଅଧ୍ୟାରତ । ଏହି ଅନୁଷ୍ଠାନରେ ଡ଼ଃ ଶିବ ନାରାୟଣ ପାତ୍ର ଅଧ୍ୟକ୍ଷ ତଥା ସମ୍ପାଦକ ଙ୍କ ନିର୍ଦ୍ଦେଶନା ରେ ୱାଲ୍ଡ ଏଡ଼ସ ଡେ ୨୦୨୫ ପାଳିତ ହୋଇ ଯାଇଛି। ମୁଖ୍ୟ ଅତିଥି ରୂପେ ଶ୍ରୀ ପି କିଶୋର କୁମାର ଉପାଧ୍ୟକ୍ଷ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଏହି ଦିବସ ର ମହତ୍ୱ ସତର୍କତା ଓ ସଚେତନତା ଉପରେ ଉଦବୋଧନ ଦେଇଥିଲେ ମୁଖ୍ୟବକ୍ତା ଭାବରେ ଶ୍ରୀ ଦିଲୀପ ଦାସ ଓ ସମ୍ମାନୀତ ଅତିଥି ରୂପେ ଶ୍ରୀ ରାଜୁ ସରକାର ଉପସ୍ଥିତ ହୋଇ ଛାତ୍ର ଛାତ୍ରୀ ମାନଙ୍କୁ ସ୍ଵାସ୍ଥ୍ୟ ଶିକ୍ଷା ଓ ଚିକିତ୍ସl ସହ ରୋଗୀ ଙ୍କ ଉତ୍ତମ ବ୍ୟବହାର ଉପରେ ଅବଗତ କରାଇଥିଲେ ସମାଜ ଓ ଦେଶରୁ ଏଡସ ରୋଗ ଓ ଏଚ ଆଇ ଭି ଭାଇରସ କୁ ଦୂରେଇବା ସହ ପ୍ରତି ଯୁବ ପୀଢ଼ି , ଦୈନିକ ଶ୍ରମିକ ଓ ସାଧାରଣ ଜନତା ଙ୍କୁ ସଚେତନତା କରେଇବା ପାଇଁ ଉତ୍ସାହିତ କରିଥଲେ । ଉକ୍ତ କାର୍ଯ୍ୟକ୍ରମ ପରେ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ଶରୀର ଅଙ୍ଗ ଗୁଡ଼ିକର ମଡେଲ ପ୍ରସ୍ତୁତ କରି କିପରି ଶରୀର ର ଅଙ୍ଗ କାର୍ଯ୍ୟ କରିଥାଏ ଉପସ୍ଥିତ ଦର୍ଶକ କନିଷ୍ଟ ବର୍ଗର ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରିଥିଲେ ଶେଷରେ ବିଭିନ୍ନ ଝୋଟି ଚିତ୍ର ଓ ଚିତ୍ରାଙ୍କନ ଓ ନାଟକ ପରିବେଷିତ କରି ସଚେତନତା ବାର୍ତ୍ତା ବାଣ୍ଟି ଥିଲେ । ଏହି କାର୍ଯ୍ୟକ୍ରମକୁ ନର୍ସିଂ ଇନ୍ ଷ୍ଟ୍ରାକଟର ନେହା ରାୟ, ନିକିତା ଗଣ୍ଡ ବର୍ଷା ସରକାର ଉତ୍ତମ ମାଲିକ ମହାବିଦ୍ୟାଳୟ ଅଧ୍ୟାପକ ଆଲିଶା ପଟ୍ଟନାୟକ,ଆକାଶ ମିସ୍ତ୍ରୀ, ଅଭିଜିତ ମଣ୍ଡଳ, ବନିତା ବର୍ମନ୍, ସୁଚିଶ୍ମିତା ପାଢ଼ୀ , ନନ୍ ଟିଚିଂ ଷ୍ଟାଫ ଲିଜା ରାୟ, କବିତା ସରକାର , ଶିଉଳୀ ହଲଦାର ସହଯୋଗ କରିଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ