ଇନ୍ଦ୍ରାବତୀ ଉଠା ଜଳସେଚନ କେନାଲ ପାଣି ରେ ବୁଡି ବୃଦ୍ଧ ମୃତ, ଘଟଣା ସ୍ଥଳରେ ଶବ ଉଦ୍ଧାର
କଳାହାଣ୍ଡି:ତା-୦୪/୦୩(ବାବୁଲି ହରିଜନ; ଫାଷ୍ଟ ନ୍ୟୁଜ୍ ଓଡିଶା) ଗତକାଲି ଚନ୍ଦ୍ରଗ୍ରହଣ ଥିବାରୁ ସନ୍ଧ୍ୟାରେ ଗାଁ ନିକଟସ୍ଥ କେନାଲ କୁ ଚନ୍ଦ୍ରଗ୍ରହଣ ସରିବା ପରେ ମୋକ୍ଷ ପ୍ରାପ୍ତି ପାଇବାକୁ ଗାଧେଇବାକୁ ଯାଇ ଇନ୍ଦ୍ରାବତୀ ଉଠା ଜଳସେଚନ କେନାଲର ପ୍ରଖର ସ୍ରୋତ ରେ ଭାସିଯାଇ ଜୟପାଟଣା ବ୍ଲକ ଅଁଳାଭଟା ଗ୍ରାମ ପଞ୍ଚାୟତ ଚାଚିଗୁଡା ଦାସପଡା ର ସୁବାସ ଦାସ (୬୫) ନାମକ ଜଣେ ବୃଦ୍ଧ ଙ୍କ ମୃତଦେହ ଆଜି ଲଡୁଗାଁ ନିକଟସ୍ଥ କେନାଲ ରେ ଉଦ୍ଧାର କରାଯାଇଛି। ଆଜି ସକାଳୁ କେନାଲ ରେ ଶବ ଭାସୁଥିବା ଦେଖି କେନାଲ କର୍ମଚାରୀ ସ୍ଥାନୀୟ ଲୋକଙ୍କୁ କହିବା ପରେ କୋକସରା ପୋଲିସ ସମେତ ଦମକଲ କର୍ମଚାରୀ ଙ୍କୁ ଖବର ଦେଇଥିଲେ।ଦମଲକ କର୍ମଚାରୀ ପହଞ୍ଚି କେନାଲ ପାଣି ରୁ ବୃଦ୍ଧ ଙ୍କ ଶବ କୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାଙ୍କୁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ଜଣାପଡିଛି।
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0