।। ଆଶ୍ରୟ ସେବା ସଂସ୍କୃତି ଉତ୍ସବ-୨୦୨୪" ପାଳିତ ।।

Feb 25, 2024 - 17:37
 0  26
।। ଆଶ୍ରୟ ସେବା ସଂସ୍କୃତି ଉତ୍ସବ-୨୦୨୪" ପାଳିତ ।।

ନୟାଗଡ଼, ଜିଲ୍ଲା ଶରଣକୁଳ ନିକଟବର୍ତ୍ତୀ ବାଉଁଶିଆ ଗ୍ରାମରେ ଥିବା ଦିବ୍ୟାଙ୍ଗ, ଅସହାୟ, ବୃଦ୍ଧବୃଦ୍ଧା ଏବଂ ମାନସିକ ଅନଗ୍ରସର ବ୍ୟକ୍ତିଙ୍କ ସାହାରା “ଆଶ୍ରୟ”ର ଦିବ୍ୟାଙ୍ଗ ସେବାଶ୍ରମ ପରିସରରେ ପ୍ରତିବର୍ଷ ଭଳି ଆଜି "ଆଶ୍ରୟର ସେବା ସଂସ୍କୃତି ଉତ୍ସବ- ୨୦୨୪" ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆଶ୍ରୟ ର ପ୍ରତିଷ୍ଠାତା ତଥା ନିର୍ଦ୍ଧେଶକ ଓ ସାମାଜସେଵୀ ଲୋକନାଥ ଦାଶ ସଭାପତିତ୍ୱ କରିଥିଲା ବେଳେ ଅତିଥି ଭାବେ ପୂର୍ବତନ ମହିଳା କମିଶନର, ଓଡିଶା ଶ୍ରୀମତୀ ଲୋପାମୁଦ୍ରା ମହାନ୍ତି, ବରିଷ୍ଠ କୈବୟତ୍ରୀ ବସରିନ ବିବି, ଖ୍ୟାତନାମା ସାହିତ୍ୟିକ ଓ ଗବେଷକ ତଥା ଆଶ୍ରୟର ଦିଗଦ୍ରଷ୍ଟା ଦାଶ ବେନହୁର, ଶରଣକୂଳ ମହାବିଦ୍ୟାଳୟ ଅଧକ୍ଷ ବସନ୍ତ କୁମାର ରଥ, ଅବସରପ୍ରାପ୍ତ ଶିକ୍ଷକ ତଥା କବି ବ୍ରଜବନ୍ଧୁ ମହାପାତ୍ର ଯୋଗଦେଇ ଥିଲେ। ଅତିଥି ମାନେ ଦିବ୍ୟାଙ୍ଗ, ଅସହାୟ, ବୃଦ୍ଧବୃଦ୍ଧା ଏବଂ ମାନସିକ ବିକାରଗ୍ରସ୍ତ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଆଶ୍ରୟର ପ୍ରଚେଷ୍ଟାକୁ ଭୁୟସୀ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୫୦ରୁ ଉର୍ଦ୍ଧ ବିଶିଷ୍ଟ କବି, ଲେଖକ, ସାହିତ୍ୟିକ ଓ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ପ୍ରତିଭା ସମ୍ପନ୍ନ ପ୍ରତିଭୁମାନେ ଯୋଗଦେଇ ସ୍ୱରଚିତ କବିତାପାଠ କରିଥିଲେ। ଏହି କବିତା ଆସରକୁ କବି ଗୋଦାବରୀ ବସନ୍ତିଆ ଓ ନିରାକାର ସ୍ୱାଇଁ ସଂଯୋଜନା କରିଥିଲେ। ପରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ ଶରଣକୂଳ ଧରିତ୍ରୀ ଖବରଦାତା ଦୀପକ କର, ସମାଜ ଖବରଦାତା ଦିଲ୍ଲୀପ କୁମାର ମିଶ୍ର, ପ୍ରତିଦିନ ଖବରଦାତା ସୁରେନ୍ଦ୍ର କୁମାର ତ୍ରିପାଠୀ ଓ ଓଡଗାଁ ସମ୍ବାଦ ଖବରଦାତା ସୁନୀଲ କୁମାର ପଟ୍ଟନାୟକ ଓ ନିତିଦିନ ଖବରଦାତା ଗଣେଶ୍ୱର ସାହୁଙ୍କୁ ଉପଢୌକନ, ମାନପତ୍ର ଓ ସାର୍ଟିଫିକେଟ ସହ ପୁଷ୍ପ ଗୁଚ୍ଛ ଦେଇ "ଆଶ୍ରୟ ସଂମ୍ମାନ-୨୦୨୪"ରେ ସଂମ୍ମାନିତ କରାଯାଇଥିଲା। ପରେ ପ୍ରତ୍ୟେକ କ୍ଷେତ୍ରରେ ସହଯୋଗ ପାଇଁ ନୟାଗଡର ଆଜିକାଲିର ଖବରଦାତା ପ୍ରଭାତ ମହାପାତ୍ର ଓ ନାରାୟଣ ଉଚ୍ଚ ବିଦ୍ୟାଳୟର ପରିଧାନ ବିଭାଗର ପ୍ରଶିକ୍ଷିକା ଶ୍ରୀମତୀ ରୋଜାଲିନ ମିଶ୍ରଙ୍କ ସମେତ କବି, କବୟିତ୍ରୀ ଓ ସ୍ଵେଛାସେବୀମାନଙ୍କୁ ସମ୍ମାନିତ କରାଯାଇଥିଲା। ଆଶ୍ରୟର ଅନ୍ତେବାସୀ ପ୍ରଫୁଲ୍ଲ ନାହାକ, ରାମକୃଷ୍ଣ ମହାରଣା, ରମେଶ କୁମାର ମହାପାତ୍ର, ଦିଲ୍ଲୀପ କୁମାର ସାହୂ, ରବୀନ୍ଦ୍ର କୁମାର ଦାଶ ଓ ଭିଖାରି ଚରଣ ସ୍ୱାଇଁ ପ୍ରମୁଖ ସ୍ବେଛାସେବୀ କାର୍ଯ୍ୟକ୍ରମକୁ ସହଯୋଗ କରିଥିବା ବେଳେ ଆଶ୍ରୟର ସଦସ୍ୟ ବିଭୁଦତ୍ତ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

 ନୟାଗଡ ରୁ ବ୍ୟୁରୋ ଚିପ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ