।। ଆପିଏଲ ପ୍ରିମିୟର ଲିଗ୍ ଉଦଘାଟିତ ।।

Mar 3, 2024 - 12:04
Mar 3, 2024 - 12:08
 0  55
।। ଆପିଏଲ ପ୍ରିମିୟର ଲିଗ୍ ଉଦଘାଟିତ ।।

ନୂଆପଡ଼ା : ନୂଆପଡା ଜ଼ିଲ୍ଲା ଅନ୍ତର୍ଗତ ଖରିଆର ରୋଡ ମିନି ଷ୍ଟାଡ଼ିଯମ ଠାରେ ଵାରୀୟର୍ସ କ୍ରିକେତ କ୍ଲୁବ ଦ୍ୱାରା ଆପିଏଲ ପ୍ରିମିୟର ଲିଗ ଉଦ୍ଘାଟିତ ହୋଇଯାଇଛି l ଵାରୀୟର୍ସ କ୍ରିକେତ କ୍ଲୁବର ନିଖିଲେଶ ଲଖମନିଆଙ୍କ ଅଧକ୍ଷତାରେ ଉଦଘାଟନୀ ଦିବସରେ ମୁଖ୍ୟ ଅତିଥି ଭାବରେ ବିଧାୟକ ରାଜେନ୍ଦ୍ର ଢୋଲକିଆ, ସାଂସଦ ବସନ୍ତ ପଣ୍ଡା, ବ୍ଲକ ଅଧକ୍ଷା ତାରେଶ୍ୱରୀ ସାହୁ, ଖରିଆର ରୋଡ ନାଗପାଳ ସୋନିଆ ଜୈନ, ଉପାଧ୍ୟକ୍ଷ ନିଶାନ୍ତ ଡାଗା, ବିଧାୟକ ପ୍ରତିନିଧି ଜୟ ଢୋଲକିଆ, ସାଂସଦ ପ୍ରତନିଧି ଗୋଲଡି ଅଗ୍ରୱାଲ, ଧ୍ୱନିରାମ ସାହୁ, ରାମଲାଲ ହଂସ ପ୍ରମୁଖ ମଂଚାସୀନ ଥିଲେ l ଖେଳ ଦ୍ୱାରା ନିଜ ପ୍ରତିଭା ଆହୁରି ସଦୃଡ଼ ହୋଇଥାଏ ବୋଲି ଆସିଥିବା ଅତିଥିମାନେ ନିଜ ନିଜ ମତ ରଖିଥିଲେ l ଉଦଘାଟନୀ ପ୍ରାରମ୍ଭରେ ପ୍ରଥମେ ଅତିଥିମାଙ୍କ ଦ୍ୱାରା ଷ୍ଟାଡ଼ିଯମରେ ସୁନ୍ଦର ଅତିସବାଜୀ ହୋଇଥିଲା ଖେଳାଳି ମାନଙ୍କ ଉତ୍ସାହରେ ସାରା ଷ୍ଟାଡ଼ିଓ ଉତ୍ସବମୁଖର ହୋଇଥିଲାବେଳେ ପ୍ରଥମ ମ୍ୟାଚ ଫରହାନ ଅସରର୍ଫି ର ଟିମ ହାଇଦ୍ରାବାଦ ଏବଂ ଚେନେଇ ଟିମ ପ୍ରଥମ ମ୍ୟାଚ ହୋଇଥିଲାବେଳେ ଏଥିରେ ହାଇଦ୍ରାବାଦ ଟିମ 4 ୱେକେଟରେ ବିଜୟ ଲାଭ କରି ମ୍ୟାନ ଅଫ ଦ ମ୍ୟାନ ଆୱାର୍ଡ ପାଇଥିଲା l ଏହି ଆପିଏଲ ପ୍ରିମିୟର ଲିଗ୍ ରେ ମୁମ୍ବାଇ ଇଣ୍ଡିଆନ୍ସ, ହାଇଦ୍ରାବାଦ ବ୍ଲାଷ୍ଟର୍ସ, ଚେନ୍ନାଇ ହିରୋଜ୍, ରାଇଜିଂ ପୁନେ ପାୱାର, ରାଜସ୍ଥାନ ଇଗଲ, ଦିଲ୍ଲୀ ଡେଭିଲର୍ସ, ଲକ୍ଷ୍ନୌ ଟାଇଗର୍ସ, ଗୁଜରାଟ ଟାଇଟନର୍ସ, କୋଲକାତା ଫାଇଟର୍ସ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଭଳି ୧୦ଟି ଦଳ ଅଂଶ ଗ୍ରହଣ କରିଛନ୍ତି। ଏହି ସବୁ ମ୍ୟାଚ ରାତ୍ରୀକାଳୀନ ହେବ ଓ ଆଇପିଏଲ ନିୟମ ଅନୁସାରେ ଖେଳ ହେବ। ଏଥିପାଇଁ ଖେଳାଳୀଙ୍କ ନିଲାମ ହୋଇଥିଲା। ସେଥୁରୁ ଖରିଆର ରୋଡର ସିଦ୍ଧାର୍ଥ ସଲମା ୨୦ ହଜାର ଟଙ୍କାରେ ବିକ୍ରି ହୋଇଛନ୍ତି । ମାର୍ଚ୍ଚ ୬ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଏଥରେ ଚାମ୍ପିଅନ ଦଳକୁ ୧ ଲକ୍ଷ ଓ ରନର୍ସଅପ ଦଳକୁ ୫୦ ହଜାର ଟଙ୍କାର ନଗଦ ରାଶି ସହ ଟ୍ରଫି ଦିଆଯିବ ବୋଲି ଦଳ ପକ୍ଷରୁ ସୂଚନା ମିଳିଛି l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ