।। ଆନ୍ଧ୍ର ପ୍ରଦେଶକୁ ଦାଦନ ଖଟିବାକୁ ଯାଇ ଶ୍ରମିକ ଦାଦନ ଦୁଃଖ, ଇଟା ଭାଟିରେ କାମ କରିବା ବେଳେ ଶ୍ରମିକର ମୃତ ।।

Mar 30, 2024 - 19:51
 0  10
।। ଆନ୍ଧ୍ର ପ୍ରଦେଶକୁ ଦାଦନ ଖଟିବାକୁ ଯାଇ ଶ୍ରମିକ ଦାଦନ ଦୁଃଖ, ଇଟା ଭାଟିରେ କାମ କରିବା ବେଳେ ଶ୍ରମିକର ମୃତ ।।

ଓଡ଼ିଶା ଶରକାରଙ୍କ ମାଳ ମାଳ ଯୋଜନା ଗୁଡ଼ିକ କାହା ସ୍ଵାର୍ଥ ପାଇଁ ଏଇଠି ଦେଖିବାକୁ ହେଲେ,। ଓଡ଼ିଶା ଶ୍ରମିକମାନେ କାମଧନ୍ଦା ନପାଇ ଅଧିକଟଙ୍କା ରୋଜଗାର କରି ପରିବାର ପୋଷିବା ଆସାରେ ଓଡ଼ିଶା ରୁ ଅନ୍ୟ ରାଜ୍ୟକୁ ଯାଉଥିବା ଓଡ଼ିଶା ର ବିଭିନ୍ନ ଜିଲ୍ଲା ର ବିଭିନ୍ନ ରେଳ ଷ୍ଟେସନ ମାନଙ୍କରେ ଶ୍ରମିକ ଲୋକ ମାନେ ଯାଉଥିବା ଦୃଶ୍ୟ ବିଭିନ୍ନ ସମୟରେ ଦେଖାଯାଇଥାଏ।ଜଦି ଓଡ଼ିଶାରେ କାମଧନ୍ଦା ମିଳିଥାନ୍ତା ତାହାହେଲେ ଆଜି ଲଦି ମାଝି ଅନ୍ୟରାଜ୍ୟକୁ ଦାଦନ ଖଟିବାକୁ ଯାଇ ମୃତ୍ୟୁ ବରଣ କରି ନଥାନ୍ତା ବୋଲି।ଏପରି ଅଭିଯୋଗ ଆସିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଶଙ୍କରଡ଼ା ପଞ୍ଚାୟତ ବାହାରକୁଟୁମି ଗାଁରୁ , ମୃତକ ଜଣଙ୍କ ହେଲେ ଲଦି ମାଝୀ(୪୩)। ସେ ୩ ମାସ ପୂର୍ବେ ଗାଁର କିଛି ଲୋକଙ୍କ ସହିତ ଆନ୍ଧ୍ରପ୍ରଦେଶ ଗୁଣ୍ଟୁରୁ ଜିଲା କପର ଗାଁରେ ଏକ ଇଟା ଭାଟିରେ କାମ କରିବକୁ ଯାଇଥିଲେ। ଗତକାଲି ଅପରାହ୍ନ ତିନିଟା ବେଳେ କାମ କରିବା ବେଳେ ଛତିରେ ଯନ୍ତ୍ରଣା ହେବାରୁ ସେ ରହୁଥିବା ବସାକୁ ପଠେଇ ଦେଇଥିଲେ ସେଠାର ସେ ବେହୋଶ ହୋଇଯାଇଥିଲେ ତୁରନ୍ତ ଗୁଣ୍ଟୁରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ପରେ ଡାକ୍ତର ଆଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି,ମୃତକଙ୍କ ମୃତ ଦେହ ଗାଁକୁ ଅଣାଯାଇଛି। ଜିଲାରେ କମ ନମିଳିବାରୁ ପେଟ ପାଟଣା ପାଇଁ ବାହାର ରାଜ୍ୟକୁ ଚାଲିଯାଉଛନ୍ତି ଅନେକ ଶ୍ରମିକ। ମୃତ ଶ୍ରମିକ ଲୋଦି ମାଝି କିଛି ଦିନ ଆଗରୁ ଦେହ ଭଲ ଲାଗୁନି କହି ଗାଁକୁ ଚାଲିଯିବାକୁ ଭେଟି ମାଲିକକୁ କହିଥିଲେ କିନ୍ତୁ ମାଲିକ ତାଙ୍କୁ ଟଙ୍କା ଦେଇନଥିଲେ କି ଯିବାକୁ ଛାଡି ନଥିଲେ ବୋଲି ସାଙ୍ଗରେ ଥିବା ସାଥି ଶ୍ରମିକ ମାନେ ଅଭିଯୋଗ କରି ଛନ୍ତି। ଏନେଇ ପ୍ରସାଶନିକ ପ୍ରତିକ୍ରିୟା ମିଳିପାରି ନାହିଁ।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ