ଆନ୍ତଃକଲେଜ କ୍ରିକେଟ ଓ ଫୁଟବଲ ପ୍ରତିଯୋଗିତା ଏମପିସି ସ୍ୱୟଂଶାସିତ କଲେଜ ଚାମ୍ପିଅନ

Nov 28, 2025 - 20:41
 0  4
ଆନ୍ତଃକଲେଜ କ୍ରିକେଟ ଓ ଫୁଟବଲ ପ୍ରତିଯୋଗିତା ଏମପିସି ସ୍ୱୟଂଶାସିତ କଲେଜ ଚାମ୍ପିଅନ

ବାରିପଦା ତା ୨୮/୧୧(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା) ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ଅଧିନସ୍ଥ କଲେଜ ସମୂହକୁ ନେଇ ଚାଲିଥିବା ଆନ୍ତକଲେଜ କ୍ରିକେଟ ଓ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଏମପିସି ସ୍ଵୟଂ ଶାସିତ କଲେଜ ଚାମ୍ପିଅନ ହୋଇଛି. କ୍ରିକେଟରେ ଏମ.ସି ଏ.ଏମ. ବାରିପଦାକୁ ହରାଇ ଏମପିସି କଲେଜ ଚାମ୍ପିଅନ ହୋଇଥିଲା ଫୁଟବଲରେ ଏସ.ଏସ. କଲେଜ କୁଆମରାକୁ ୨-୦ ଗୋଲ ରେ ହରାଇ ଏମପିସି ଚାମ୍ପିଅନ ହେବାର ଗୌରବ ଅର୍ଜନ କରିଛି. ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ପ୍ରମୋଦ ଶତପଥୀ ଯୋଗଦେଇ ଚାମ୍ପିଅନ ଦଳଙ୍କୁ ପୁରସ୍କୃତ କରିଥିଲେ. ଏହି ସଫଳତାରେ ଏମ.ପି.ସି କଲେଜର ଅଧ୍ୟକ୍ଷ ପ୍ରଫେସର ନାରାୟଣ ପ୍ରସାଦ ବେହେରା ଖୁସି ବ୍ୟକ୍ତ କରିବା ସହ ଉଭୟ ଫୁଟବଲ ଓ କ୍ରିକେଟ ଟିମର ଅଧିନାୟକ ଜଗନ୍ନାଥ ମୁର୍ମୁ ଓ ଅମିତ ସାହୁ ଏବଂ ଅନ୍ୟ ସଦସ୍ୟ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି. ଏମପିସି କଲେଜର ପିଇଟି ସତ୍ୟ ନାରାୟଣ ବାରିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଏହି ଦୁଇ ଟିମ କୃତିତ୍ଵ ଅର୍ଜନ କରିଥିବାରୁ କଲେଜର ବିଭିନ୍ନ ମହଲରେ ପ୍ରସଂଶା କରାଯାଇଛି.

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ