।। ଆଦର୍ଶ ଶିକ୍ଷକଙ୍କ ସ୍ମୃତିଚାରଣ ।।

Jul 17, 2024 - 12:00
 0  190
।। ଆଦର୍ଶ ଶିକ୍ଷକଙ୍କ ସ୍ମୃତିଚାରଣ ।।

ଯାଜପୁର ଜିଲ୍ଲା ବରୀ ବ୍ଲକ ଅର୍ନ୍ତଗତ ଅଭିମନ୍ୟୁ ବାଲିଆସ୍ଥିତ ଜୟନ୍ତୀ ମଣ୍ଡପ ପରିସରରେ ସେବା ନିବୃତ୍ତ କର୍ମଚାରୀ ମଞ୍ଚ ଅଭିମନ୍ୟୁ ବାଲିଆ ପକ୍ଷରୁ ଆଦର୍ଶ ଶିକ୍ଷକ ସ୍ୱର୍ଗତ ଅକ୍ଷୟ କୁମାର ଘଡାଇଙ୍କ ସ୍ମୃତିଚାରଣ ସଭା ଅବସରପ୍ରାପ୍ତ ଶିକ୍ଷକ ନଟବର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତିଚାରଣ ସଭାରେ ସେବା ନିବୃତ୍ତ କର୍ମଚାରୀ ମଞ୍ଚର ସଦସ୍ୟ ଗଗନ ବିହାରୀ ଜେନା, ଡଃ ନୃସିଂହ ଚରଣ ବେହେରା, କର୍ଣ୍ଣଚନ୍ଦ୍ର ଘଡାଇ, ବଟକୃଷ୍ଣ ସେଠୀ, ଅନନ୍ତ ଚରଣ ମଳିକ, ହରିଶ୍ଚନ୍ଦ୍ର ଦାସ, କପିଳ ଚରଣ ସାମଲ, ଅକ୍ଷୟ କୁମାର ମହାନ୍ତି, ଶରତ ଚନ୍ଦ୍ର ଦାସ, ଗୁନ ଚରଣ ନାୟକ, ବଳରାମ ପଣ୍ଡା, ଅବସରପ୍ରାପ୍ତ ସେନା ଅଧିକାରୀ ବିରଞ୍ôଚ କୁମାର ମିଶ୍ର, ବିଦଗ୍ଧାର ନିର୍ଦ୍ଦେଶକ ଶରତ କୁମାର ଜେନା, ଗଣମାଧ୍ୟମ ପ୍ରତିନିଧି ଚୈତନ୍ୟ ଚରଣ ଜେନା, ଶିଶୁ ସାହିତ୍ୟିକ ଅଜୟ କୁମାର ଜେନା ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ଘଡାଇଙ୍କ ସ୍ମୃତିଚାରଣ କରିଥିଲେ । ସଭା ପ୍ରାରମ୍ଭରେ ସ୍ୱର୍ଗତ ଘଡାଇଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ପରେ ନିରବ ପ୍ରାର୍ଥନା କରାଯାଇଥିଲା ।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତି ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ