ଆଦର୍ଶ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ ଦୃଢ ମନୋବଳ, ଏକାଗ୍ରତା ସହିତ ପରୋପକାରୀ ହେବାକୁ ପରାମର୍ଶ
ବାରିପଦା ତା 22/12(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା) ବାଙ୍ଗିରିପୋଷି ବ୍ଲକ ବଣକାଟୀ ପଞ୍ଚାୟତ ଜାମଦାପାଳ ଠାରେ ଥିବା ଆଦର୍ଶ ବିଦ୍ୟାଳୟର ତୃତୀୟ ବାର୍ଷିକ ଉତ୍ସବ ଅଧ୍ୟକ୍ଷା ଚୁମକି ରାଣୀ ମାଝୀଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି. ଅତିଥି ଭାବେ ବାଙ୍ଗିରିପୋଷି ବିଧାୟିକା ସଞ୍ଜଲୀ ମୁର୍ମୁ, ଡିଆରଡିଓ ଚାନ୍ଦିପୁରର ଡେପୁଟି ଡାଇରେକ୍ଟର ବୈଜ୍ଞାନିକ ଡ଼. ସୁଜିତ କୁମାର ସି, ବାରିପଦା ଉପଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡା, ବିଡ଼ିଓ ପରମା ନନ୍ଦ ଖଣ୍ଡେଇ, ତହସିଲଦାର ଶୁଭଙ୍କରୀ ସୁଦେଷ୍ନା, ଗୋଷ୍ଠୀ ଶିକ୍ଷା ଅଧିକାରୀ ଯତୀନ୍ଦ୍ର ନାଥ ଦତ୍ତ, ଜିଲ୍ଲା ପରିଷଦ ରାମଚନ୍ଦ୍ର ମୁର୍ମୁ ପ୍ରମୁଖ ଯୋଗଦେଇ ଆଗାମୀ କାଲିର ଭବିଷ୍ୟତ ମାନଙ୍କୁ ଦୃଢ ମନୋବଳ, ଏକାଗ୍ରତା ସହିତ ପରୋପକାରୀ ହେବା ପାଇଁ ପରାମର୍ଶ ଦେଇଥିଲେ. ବିଭିନ୍ନ ବିଭାଗରେ କୃତି ଛାତ୍ର ଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ. ଶିକ୍ଷୟତ୍ରୀ ଜ୍ୟୋତି ଅଳକା ନନ୍ଦ, ସତ୍ୟପ୍ରକାଶ ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ, ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା. ଶିକ୍ଷକ ରସବୋଲ୍ଲଭ ଟିପିରିଆ ସହଯୋଗ କରିଥିଲେ. ବାଲ୍ୟବିବାହ, ଅନ୍ଧ ବିଶ୍ବାସ ଓ ଅହେତୁକ ମୋବାଇଲ ବ୍ୟବହାର ପାଇଁ ଛାତ୍ର ଛାତ୍ରୀ ସହିତ ପରିବାର କିପରି ବିପଥ ଗାମୀ ହେଉଛନ୍ତି ତାହା ପ୍ରଥପ୍ରାନ୍ତ ନାଟକ ମାଧ୍ୟମରେ ପରିବେଶ କରାଯାଇଥିଲା. ଶେଷରେ ଅଧକ୍ଷା ଚୁମକି ରାଣୀ ଧନ୍ୟବାଦ ଅର୍ପଣ କରିଥିଲେ.
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0