।। ଆଜିର ଶିଶୁ କାଲି ର ଭବିଷ୍ୟତ: ସୁସମାଜ ଗଠନରେ ଏହି ଶିଶୁ ର ଭୂମିକା ଅତ୍ୟନ୍ତ ଗୁରୁତ୍ବ ପୂର୍ଣ୍ଣ ।।

Nov 14, 2023 - 19:20
 0  17
।। ଆଜିର ଶିଶୁ କାଲି ର ଭବିଷ୍ୟତ: ସୁସମାଜ ଗଠନରେ ଏହି ଶିଶୁ ର ଭୂମିକା ଅତ୍ୟନ୍ତ ଗୁରୁତ୍ବ ପୂର୍ଣ୍ଣ  ।।

ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ମହକୁମା ରେ ଆଜି ନଭେମ୍ବର ୧୪ ଶିଶୁ ଦିବସ ଉପଲକ୍ଷେ ଅଭ୍ୟାସ ଟେକ୍ନୋ ସ୍କୁଲ୍ , ପଦ୍ମପୁର ଠାରେ ଶିଶୁ ଦିବସ ପାଳିତ ହୋଇ ଯାଇଛି । ଏହି ଶିଶୁ ମହୋତ୍ସବ କାର୍ଯ୍ୟ କ୍ରମ ରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ତହସିଲଦାର ଶ୍ରୀମତି ଗୀତାଞ୍ଜଳି ବେହେରା ଯୋଗ ଦେଇଥିବା ବେଳେ B.E.O ଶ୍ରୀ ସୁବାସ ଚନ୍ଦ୍ର ଶବର ଅତିଥି ରୁପେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଏହାର ଶୁଭାରମ୍ଭ କରି ଥିଲେ । ଏହି ଶିଶୁ ଦିବସ କାର୍ଯ୍ୟକ୍ରମ ବହୁ ଆଡମ୍ବର ସହକାରେ ପାଳିତ ହୋଇ ଥିଲା । ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ତରଫରୁ ଆଦର୍ଶ ,ନବଦୟ , ଓଲୋମ୍ପିୟାଡ ରେ କୃତକାର୍ଯ୍ୟ ହୋଇ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇ ଥିଲା । ପିଲାଙ୍କୁ ମିଠା,ଚକ୍ଲେଟ,ପେନ୍, ପେନ୍ସିଲ,ଭୋଜନ ର ବ୍ୟବସ୍ଥା ସହ ବିଦାୟ କରାଯାଇ ଥିବା ବେଳେ। କୁନି କୁନି ଶିଶୁ ପ୍ରାଣେ ଆନନ୍ଦ ର ଲହରୀ ଖେଳାଇବା ସହ ନାଚ ଗୀତ ପରିବେଷଣ କରି ଏହାକୁ ଧୁମ୍ ଧାମରେ ପାଳନ କରାଯାଇଥିଲା। ପିଲାଙ୍କ ସହ ଅଭିଭାବକ ମାନେ ମଧ୍ୟ ଯୋଗ ଦେଇଥିଲେ । ଶିଶୁଙ୍କୁ ଶିକ୍ଷକ ଶିକ୍ଷୟତ୍ରୀ ଚନ୍ଦନ ଟୀକା ଲଗାଇ ପୂଜା ଅର୍ଚ୍ଚନା କରିଥିଲେ । ଆଜି ର ଏହି ପବିତ୍ର ଦିବସ ରେ ଅଭ୍ୟାସ ସୁନ୍ଦର inauguration ମଧ୍ୟକରିଥିଲେ । ତାହା ହେଉଛି CBSE affiliation ଅଭ୍ୟାସ AFFI LIATION ର Inauguration ସ୍ଥାନୀୟ ତହସିଲ୍ ଦାର ,BEO ଏବଂ ସମସ୍ତ ଷ୍ଟାଫ ମିଶି ଏହାର ପରଦା ହଟାଇ ଶୁଭ ଉଦ୍ ଘାଟନ କରି ଥିଲେ ।ଶେଷରେ ସ୍କୁଲ୍ ସେକ୍ରେଟାରୀ ଶ୍ରୀ ଲାଡ଼ି ତୁକାରାମ୍,ପ୍ରିନ୍ସିପାଲ ଦିବ୍ୟ ଦେବାଶିଷ ଦୁବେ ,ଭାଇସ ପ୍ରିନ୍ସିପାଲ ମନୀଷା ପରିଛା

ଯୋଗ ଦେଇ ଧନ୍ୟବାଦ୍ ଅର୍ପଣ ସହ ଏହାକୁ ଶେଷ କରିଥିଲେ।ଧନ୍ୟବାଦ୍ ଅର୍ପଣ ସମୟରେ ସ୍କୁଲ୍ ସେକ୍ରେଟାରୀ ଲାଡୀ ତୁକାରମ ପଦ୍ମପୁର ବାସି ଙ୍କୁ ଅତି ସୁନ୍ଦର ଭାବ ଏବଂ ଭାଷା ଦେଇ ଧନ୍ୟବାଦ୍ ଅର୍ପଣ କରି ଥିଲେ ।ସମସ୍ତ ପଦ୍ମପୁର ଅଞ୍ଚଳ ବାସୀଙ୍କୁ ମୋର ଆନ୍ତରିକ ପ୍ରଣାମ। ଆଜି ଆମ ଅଞ୍ଚଳ ର ଗୋଟିଏ ଗର୍ବ ଏବଂ ଗୌରବ ର କଥା ଆପଣ ମାନଙ୍କ ସହଯୋଗ ଓ ସହାୟତା ରେ ଅଭ୍ୟାସ ଟେକ୍ନୋ ସ୍କୁଲ୍ ୨୦୧୯ ମସିହା ଏପ୍ରିଲ ୪ ତାରିଖ ଠାରୁ ଆରମ୍ଭ କରି । ଆଜି ପର୍ଯ୍ୟନ୍ତ ଆପଣ ମାନେ ଆମ ଉପରେ ବିଶ୍ୱାସ ଦେଖାଇ ବହୁ ପୁରୁଣା ସ୍କୁଲ୍ ଗୁଡ଼ିକୁ ଛାଡି ଆମ ସ୍କୁଲରେ ପିଲାମାନଙ୍କ ନାମ ପଞ୍ଜିକରଣ କରି ଉସ୍ଥାହିତ କରି ଥିଲେ। ସେଥି ପାଇଁ ଆମେ ଆପଣ ମାନଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରୁଛୁ। ଭାଗ୍ୟର ବିଡମ୍ବନା ଯୋଗୁଁ ତା ପର ବର୍ଷ ହିଁ କରୋନା ମହାମାରୀ ସମସ୍ତ ବିଶ୍ଵ କୁ ଗ୍ରାସ କରିଥିଲା ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଆପଣ ମାନେ ଆମ ଉପରେ ବିଶ୍ୱାସ କରି ମନୋବଳ ବଢାଇଥିଲେ।ଆମେ କିପରି। ଆପଣ ମାନଙ୍କ ବିଶ୍ୱାସ ର ଫଳ ପ୍ରଥମ ବର୍ଷ ର CBSE ବୋର୍ଡ ପରୀକ୍ଷାରେ ଦେଇଥିଲୁ ,ଯାହାକି ସ୍କୁଲ୍ ର ଫଳାଫଳ ଶତପ୍ରତିଶତ ହୋଇ ଥିଲା ଏବଂ ସର୍ବତ୍ତମ ୯୪ ପ୍ରତିଶତ ରଖି ଗୋଟିଏ ଝିଅ ପାସ୍ କରିଥିଲା , ଯିଏକି ବର୍ତ୍ତମାନ ODM ଭୁବନେଶ୍ୱର ରେ ଅଧ୍ୟୟନ କରୁଅଛି। । ସେହିପରି ଗତ ବର୍ଷ ମଧ୍ୟ ଆମ ସ୍କୁଲର ଫଳାଫଳ ଶତ ପ୍ରତିଶତ ହୋଇଥିଲା ଏବଂ ସର୍ବୋଚ୍ଚ ୯୨ ପ୍ରତିଶତ ରହିଥିବା । ଆପଣ ମାନଙ୍କ ଆଶିର୍ବାଦ ରୁ ଆମ ସ୍କୁଲ୍ ର ବହୁତ ପିଲା ଆଦର୍ଶ , ନବୋଦୟ ଭଳି ପରୀକ୍ଷାରେ ମଧ୍ୟ ଉତ୍ତୀର୍ଣ୍ଣ ହୋଇ ସେହି ସ୍କୁଲ୍ ମାନଙ୍କରେ ଅଧ୍ୟୟନ କରୁଛନ୍ତି । ଗତ ବର୍ଷ ଆମ ସ୍କୁଲ୍ ର ୫ ଜଣ ପିଲା ନବୋଦୟ ସ୍କୁଲ୍ ରେ ସ୍ଥାନ ପାଇବା । ଆମ ସ୍କୁଲ୍ ର ଗୋଟିଏ ପିଲା ଅଲମ୍ପିଆଡ ରେ NATIONAL ରେଙ୍କ୍ ପାଇବା ଆମ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ? ଆଣିବା ଅତି କମ୍ ସମୟରେ ଦୁଇ ବର୍ଷ କରୋନା ର ସମସ୍ୟା ମଧ୍ୟରେ ମଧ୍ୟ ଆପଣ ମାନଙ୍କ ଆଶିର୍ବାଦ ଦ୍ଵାରା ଆମେ ଅନେକ ମାଇଲ ଖୁଣ୍ଟ ଅତିକ୍ରମ କରି ଚାଲିଛି ଡାନ୍ସ ହେଉ କି ବିଜ୍ଞାନ ମେଳା ଜିଲ୍ଲା ସ୍ତରରେ ଭାଗ ନେଇ ପୁରସ୍କାର ଆଣିବାରେ ସକ୍ଷମ ହୋଇ ପାରିଛି। ଆମ ସ୍କୁଲ୍ ର ଗୋଟେ ଛାତ୍ର ଷ୍ଟେଟ BEDMINTON ରେ ଭାଗ ନେଇ ମଧ୍ୟ ଦ୍ବିତୀୟ ସ୍ଥାନ ହାସଲ କରିଅଛି। ଏହି ସବୁ ସଫଳତା ଶ୍ରେୟ ଆପଣ ମାନଙ୍କୁ ହିଁ ଯିବ । ଅଭ୍ୟାସ ସ୍କୁଲ୍ ଆଉ ଗୋଟିଏ ମାଇଲ ଖୁଣ୍ଟ ଅତିକ୍ରମ କରିଛି ଏବଂ ତାହା ହେଉଛି CBSE AFFILIATION । ଆଜି ଆପଣ ମାନଙ୍କ ABHYASH TECHNO SCHOOL,CBSE AFFILIATED ସ୍କୁଲ ହୋଇପାରିଛି ବୋଲି ସ୍କୁଲ ସେକ୍ରେଟାରୀ ଶ୍ରୀ ଲାଡୀ ତୁକା ରାମ,ଓ ପ୍ରିନ୍ସିପାଲ ଦିବ୍ୟଦେବାଶିଷ ଦୁବୈ ପ୍ରକାଶ କରିଛନ୍ତି।

 ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ