।। ଆଗୁଳ ଗ୍ରାମର ହରିଜନ ସାହି ବାସିନ୍ଦା ପାଣି ପାଇଁ ଡହକ ବିକଳ ପାଣି ସମସ୍ୟାର ସମାଧାନ ଶ୍ରିଘ୍ର ନକରାଗଲେ ଭୋଟ ବର୍ଜନ ପାଇଁ ଚେତାବନୀ ।।

ପାଣିନାହି ତ ଭୋଟନାହିଁ ନାରାରେ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ହାଣ୍ଡି ମାଠିଆ ଧରି ମହିଳାଙ୍କ ପ୍ରତିବାଦ l ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଆଗୁଳ ପଞ୍ଚାୟତ କାର୍ଯ୍ୟାଳୟ ସମ୍ଭୁଖରେ l ଆଜି ଆଗୁଳ ଗ୍ରାମ ହରିଜନ ସାହିର ମହିଳାମାନେ ଦିର୍ଘସାତ ମାସ ଧରି ପାନୀୟଜଳ ସମସ୍ୟା ଭୋଗୁଥିବା ଘୋଟଣାକୁ ନେଇ ଅନେକବାର ସ୍ଥାନୀୟ ପ୍ରଶାସନ ଓ ସରପଞ୍ଚଙ୍କୁ ଗୁହାରି କରିବା ସତ୍ତ୍ବେ କୌଣସି ସମାଧାନ ନହେବରୁ ଆଜି ହାଣ୍ଡି , ବାଲଟି ଧରି ଗ୍ରାମର ମହିଳାମାନେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ଭୁଖରେ ପାଣିନାହିଁ ତ ଭୋଟନାହିଁ ବୋଲି ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି l ତେବେ ସମସ୍ୟା ପ୍ରତି ପ୍ରଶାସନ ଯଥାଶିଘ୍ର ପଦକ୍ଷେପ ନେଇ ପାଣିର ସମସ୍ୟା ଦୂର ନକଲେ ଆଗାମି ସାଧାରଣ ନିର୍ବାଚନରେ ସମସ୍ତେ ଏକତ୍ରିତ ହୋଇ ଭୋଟ ବର୍ଜନ କରିବୁ ବୋଲି ପ୍ରଶାସନକୁ ଚେତାବନି ଦେଇଛନ୍ତି l
ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






