।। ଅବକାରୀ ବିଭାଗ ଓ ରେଲୱେ RPF ଷ୍ଟାଫ୍ ଙ୍କ ମିଳିତ ଭାବେ 6kg 250 gm ଗଂଜେଇ ସହ ଜଣେ ଯୁବକ କୁ ଗିରଫ ।।

ଟିଟିଲାଗଡ଼,21/4/24, ଆଜି ସକାଳେ ଟିଟିଲାଗଡ଼ ଅବକାରୀ ବିଭାଗ ଆଉ ରେଲୱେ RPF ଷ୍ଟାଫ୍ ଙ୍କ ମିଳିତ ଉଦ୍ୟମ ରେ ଟିଟିଲାଗଡ଼ ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର-4 ରୁ 6kg 250 gm ଗଂଜେଇ ସହ ଜଣେ ଯୁବକ କୁ ଗିରଫ କରିଛନ୍ତି. ଯୁବକ ଜଣକ ହେଲା, ରୋହିତ କୁମାର (25y), ଉତ୍ତରପ୍ରଦେଶ ର | ଏହି ମିଳିତ ଚଢ଼ାଉ ରେ RPF IIC ଶ୍ରୀ ଭଗବାନ ପୁନିଆ, କନଷ୍ଟେବଲ ଅଶୋକ କୁମାର ବେହେରା, ଆବକାରୀ OIC ଆଶିଷ ବେହେରା, ASI ସତ୍ୟନାରାୟଣ ପ୍ରଧାନ, ବୁଲୁ ସେଠି, କୁମୁଦିନୀ ମଲ୍ଲିକ, ସୁନୀଲ ବଢ଼େଇ ଓ ଗଗନ ବିହାରୀ ମିଶ୍ର ସାମିଲ ଥିଲେ | ଜବତ କରିଥିବା ଗଂଜେଇ ର ମୂଲ୍ୟ ପ୍ରାୟ 62,500/- ଟଙ୍କା ହେବ ବୋଲି ଅନୁମାନ କରାଯାଉଛି | ଅପରାଧୀ କୁ କେସ ନମ୍ବର-11/2024-2025 U/S 20(b)ii(b) NDPS ACT 1985 ସହ କୋଟ ଚାଲଣ କରାଯାଇଛି |
ଟିଟିଲାଗଡ଼ ରୁ ବ୍ୟୁରୋ ଚିଫ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ସହ ବାଳକୃଷ୍ଣ ମିଶ୍ର ଙ୍କ ରିପୋର୍ଟ First News ଓଡିଶା
What's Your Reaction?






