ଅପୂରଣୀୟ ରହିଲା ଶେଷଇଚ୍ଛା : ପୁଅକୁ ଦେଖୂପାରିଲେନି ମୂଷିନା

Sep 26, 2024 - 11:58
 0  163
ଅପୂରଣୀୟ ରହିଲା ଶେଷଇଚ୍ଛା : ପୁଅକୁ ଦେଖୂପାରିଲେନି ମୂଷିନା

ବରୀ,ମୋବାଇଲ ଫୋନ୍‌ରେ ଦୈନନ୍ଦିନ ଖବର ତଥା ମନ ପସନ୍ଦର ଗୀତ ଶୁଣୁଥିବା ଜଣେ ବାପା ଗୋଟିଏ ରେଡିଓ ପାଇଁ ପୁଅକୁ କହିଥିଲେ। ବାପାଙ୍କ କଥାକୁ ପୂରଣ କରିବାକୁ ସୁଦୂର କତାରରେ ରହୁଥିବା ପୁଅ ଜଣଙ୍କ ୬୦ ରିୟାଲ (ଭାରତୀୟ ମୁଦ୍ରା ୧୩ ଶହ) ଦେଇ ରେଡିଓ କିଣିବା ପରେ ବାପାଙ୍କ ଅସୁସ୍ଥତା ଖବର ପାଇଥିଲେ । ହଠାତ୍ ସମୟ ବିଳମ୍ବ ନ‌କରି ଦୁଇ ଦିନ ମଧ୍ୟରେ କତାରରୁ ଆସି ପହଞ୍ଚିଲା ବେଳକୁ ବାପା ଚିକିତ୍ସାଳୟରେ ଭର୍ତ୍ତି ହୋଇ ସାରିଥିଲେ। ଆଉ କିଛି ଦିନ ସଂଘର୍ଷ ପରେ ତାଙ୍କର ଜୀବ ନଦୀପ ଲିଭି ଯାଇଥିଲା । ବାପାଙ୍କ କଥା ରଖିଥିଲେ ମଧ୍ୟ ରେଡିଓଟି ବାପା ବ୍ୟବହାର କରି ପାରିନ ନଥୁବା ଦୁଃଖରେ ଭାଙ୍ଗି ପଡ଼ିଥ‌ିବା କଥା ଅତି ଭାବ ଭାବବିହ୍ବଳ ଭାବରେ କ‌ହିଛନ୍ତି ବରୀ ବ୍ଲକ ଧାରପୁର ପଟଣା ଗାଆଁର ପୁଅ ତୁଷା ତୁଷାରକାନ୍ତ ଦାଶ। ସମସ୍ତଙ୍କର ପ୍ରିୟ ଖବରକାଗଜ ବିକ୍ରେତା ବଳରାମ ଦାଶ ଓରଫ ମୁଷିନା'ଙ୍କ ସାନ ପୁଅ ତୁଷାର କତରରେ ହୋଟେଲ ଶିଳ୍ପରେ କାମ କରେ । ଖବର ପ୍ରତିଦିନ ଓ ମ ମନ ମସନ୍ଦର ଗୀତ ଶୁଣିବା ମୁଷିନାଙ୍କର ଥିଲା ଅତ୍ୟନ୍ତ ଦୁର୍ବଳତା । ପ୍ରତି ରାତିରେ ତୁଷାର ଫୋନ୍‌ଯୋଗେ ଘରକୁ କଥା ହେବା ବେଳେ ରେଡିଓଟିଏ ଆସିଲା ବେଳେ ଆଣିବାକୁ ମୁଷିନା' ପୁଅକୁ କହନ୍ତି। ବାପାଙ୍କ ସଉକ ପାଇଁ ତୁଷାର ବି ମନ ପସନ୍ଦର ରେଡିଓଟିଏ କିଣି ଗତ ଅଗଷ୍ଟ ୨୮ରେ ଘରକୁ ଆସିବାକୁ ଟିକେଟ୍ କରିଥ୍ ରିଥିଲେ। ହେଲେ ହଠାତ୍ ବାପାଙ୍କ ଅସୁସ୍ଥତା କାରଣ ଯୋଗୁଁ ସେହି ମାସ ୧୫ରେ ସେ କତାର ଛାଡିଥିଲେ। ଆସିଲାବେଳକୁ ବାପା କଟକ ବଡ ଡାକ୍ତରଖାନାରୁ ଯାଇ ଭୂବନେ ଭୂବନେଶ୍ବରସ୍ଥିତ କିମ୍ସ ହସ୍ପିଟାଲର ଆଇସିୟୁରେ ଭର୍ତି ହୋଇ ସାରିଥିଲେ। କିଛି ଦିନ ଜୀବ ବନ ସଂଗ୍ରାମ ପରେ ଅଗଷ୍ଟ ୨୫ରେ ମୁଷିନା' ମୁଷିନା' ସବୁଦିନ ପାଇଁ ଆଖୁ ବୁଜିଦେଲେ। ଶୁଦ୍ଧିକ୍ରିୟା ପରେ ପରିସ୍ଥିତି ସ୍ବାଭାବିକ ହେବା କ୍ରମରେ ବଡପୁଅ ପର୍ଶୁରାମ ବାପାଙ୍କ କର୍ମକୁ ଆଦରି ଖବର କାଗଜ ନେଇ ଗ୍ରାହକଙ୍କ ପାଖରେ ପହଞ୍ଚିଛି।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ