।। R.D.C. (C.D) Cullack ଙ୍କର ପତ୍ର ।।

Nov 16, 2024 - 12:11
 0  25
।। R.D.C. (C.D) Cullack ଙ୍କର ପତ୍ର ।।

ସଂଖ୍ୟା ୧୦୯୧,ତା୨୦/୦୯/୨୦୨୪ରିଖ ଅନୁଯାୟୀ ଭଗବାନ ବୀର୍ସା ମୁଣ୍ଡାଙ୍କର ଜନ୍ମ ଜୟନ୍ତୀ ୧୫ ନଭେମ୍ବର ପରିବର୍ତ୍ତେ ୧୬ ନଭେମ୍ବରକୁ ଓଡ଼ିଶା ସରକାର ଆଞ୍ଚଳିକ ଛୁଟି ଘୋଷଣାକୁ ନେଇ ମୁଣ୍ଡା ଶାସନ ଗୁଟ ଗାମର ସମସ୍ତ କର୍ମକର୍ତ୍ତା ଏହାକୁ ଦୃଢ଼ ନିନ୍ଦା କରିବା ସହିତ ବିରୋଧ କରୁଛନ୍ତି। ଏହା ଉଦ୍ଦେଶ୍ୟରେ ତା୧୧/୧୧/୨୦୨୪ରିଖ ଦିନ ଜିଲ୍ଲାପାଳ ମୟୂରଭଞ୍ଜଙ୍କ ଜରିଆରେ R.D.C.(CD) Cuttackଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ଆବାହକ ଶ୍ରୀ ଯୁକ୍ତ ମନୋରଞ୍ଜନ ସିଂ ଏବଂ ସମାଜ ସେବୀ ଶ୍ରୀ ଯୁକ୍ତ ସୁନ୍ଦର ମୋହନ ସିଂ, ସତ୍ୟବାନ ସିଂ, ବୁଧୁରାମ ସିଂ, ବୁଧୁ ସିଂ(ଜାମ୍ଵୁଦାଃ), ସବୋଧ ଚନ୍ଦ୍ର ସିଂ, ପ୍ରଦୀପ ସିଂ,କୈଳାସ ଚନ୍ଦ୍ର ସିଂ, ମହେଶ୍ୱର ସିଂ, ରହିଦାସ ସିଂ, ପ୍ରଫୁଲ୍ଲ ସିଂ, ରୁଦ୍ର ପ୍ରସାଦ ସିଂ, ଜୀତରାୟ ସିଂ, ସୁନ୍ଦର ମୋହନ ସିଂ (ଜଜ), ମାନୀନ୍ଦ୍ର ସିଂ, ଦିବାକର ସିଂ, ସୀତାରାମ ସିଂ, ବିଶ୍ଵନାଥ ସିଂଙ୍କ ନେତୃତ୍ବରେ ଏକ ଦାବି ପତ୍ର ପ୍ରଦାନ କରାଗଲା। ପ୍ରକାଶ ଥାଉ କି ଅନ୍ୟ ମହାପୁରୁଷ ଯଥା ମହାତ୍ମାଗାନ୍ଧୀଙ୍କ ୨ୟ ଅକ୍ଟୋବର ଓ ନେହେରୁଙ୍କର ୧୪ ନଭେମ୍ବର ଇତ୍ୟାଦିଙ୍କ ନିମନ୍ତେ ସଠିକ ଦିନରେ ଜନ୍ମ ଜୟନ୍ତୀ ଘୋଷଣା କରାଯାଉଥିବା ବେଳେ ଭଗବାନ ବୀର୍ସା ମୁଣ୍ଡାଙ୍କର କ୍ଷେତ୍ରରେ ୧୫ ନଭେମ୍ବର ପରିବର୍ତ୍ତେ ୧୬ ନଭେମ୍ବର ଦିନ କାହିଁକି ଛୁଟି ଘୋଷଣା କରାଯାଉ ଅଛି? ଏଥିରୁ ଜଣା ଯାଉଅଛି କି ଓଡ଼ିଶା ସରକାର ଜାଣିଶୁଣି ଆଦିବାସୀ ମାନଙ୍କୁ ତାଙ୍କ ମହାପୁରୁଷ ମାନଙ୍କର ଐତିହାସିକ ତଥ୍ୟ ଭୁଲ୍ ଜଣେଇବାକୁ ଚେଷ୍ଟା କରୁଛନ୍ତି। ବାସ୍ତବରେ ଓଡ଼ିଶା ସରକାର ଭଗବାନ ବୀର୍ସା ମୁଣ୍ଡାଙ୍କର ଜନ୍ମ ଜୟନ୍ତୀ ଉପଲକ୍ଷେ ଯଦି ଛୁଟି ଘୋଷଣା କରିବାର ଅଛି ତେବେ ଯଥାଶୀଘ୍ର ୧୬ ନଭେମ୍ବର ପରିବର୍ତ୍ତେ ୧୫ ନଭେମ୍ବରକୁ ଛୁଟି ଘୋଷଣା କରାଯାଉ। ନଚେତ୍ ଆଗାମୀ ଦିନରେ ମୁଣ୍ଡା ଶାସନ ଗୁଟଗାମ ସରକାରଙ୍କର ଏହି ଭୁଲ୍ ତଥ୍ୟକୁ ଆଧାର କରି ଦୃଢ଼ ପ୍ରତିବାଦ କରିବା ସହିତ ଆନ୍ଦୋଳନ କରିବାକୁ ବାଧ୍ୟ ହେବ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ