।। Dr. B R ଆମ୍ବେଦକର ୟୁଥକ୍ଳବ ଦ୍ଵାରା ଶିକ୍ଷା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ l।

Jun 11, 2023 - 18:22
 0  5
।। Dr. B R ଆମ୍ବେଦକର ୟୁଥକ୍ଳବ ଦ୍ଵାରା ଶିକ୍ଷା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ  l।

କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଡେକାପାର ଗ୍ରାମର Dr.B R ଆମ୍ବେଦକର ୟୁଥ କ୍ଳବ ଏକ ଶିକ୍ଷା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ କରିଥିଲେ l ଏହି କାର୍ଯ୍ୟକ୍ରମରେ କୋରାପୁଟ D A V କଲେଜ ଆସିଷ୍ଟାନ୍ସ ପ୍ରପେସୋର ଶ୍ରୀଯୁକ୍ତ ସୁଶାନ୍ତ କୁମାର ତନ୍ତି ମୁଖ୍ୟ ଅତିଥି ଭାବେ ଜଗଦେଇଥିବା ବେଳେ କୁ୍ୱି ସମାଜ ସାଦାରଣ ସମ୍ପାଦକ ଶ୍ରୀ ବିଂଗେଆ ସାନ୍ତା ଜଗଦେଇଥିଲେ l ଅନ୍ୟ ମାନେ Dr.ସୁରେଶ ସାନ୍ତା,ନାନ୍ଦୁ ଯାନୀଙ୍କ ସହିତ ପାଞ୍ଚଜଣ ଶିକ୍ଷକ ଉପସ୍ଥିତ ରହିଥିଲେ l ପ୍ରଥମେ Dr. B R ଆମ୍ବେଦକର ଫୋଟୋ ଚିତ୍ରରେ କ୍ୟାଣ୍ଡାଲ ଲଗେଇ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ l କୁନି କୁନି ପିଲାମାନେ ଏକ ସ୍ବାଗତଂ ଗୀତ ଗାନ କରି କାର୍ଯ୍ୟକ୍ରମକୁ ଆଗକୁ ନେଇଥିଲେ l ଏହି କାର୍ଯ୍ୟକ୍ରମରେ ଶ୍ରୀ ବିଂଗେଆ ନିଜ ଅଭିଭାଷଣରେ Dr. B R ଆମ୍ବେଦକରଙ୍କ କିଭଳି ଶିକ୍ଷା ଲାଭ କରିଥିଲେ ସେ ଉପରେ କିଛି ଗୁରୁତପୂର୍ଣ୍ଣ ଟିପ୍ପଣୀ ଦେଇ ପିଲାମାନଙ୍କୁ ଆକୃଷ୍ଟ କରିଥିଲେ l ସେଆଡେ଼ ପାଠ ପଡ଼ିବାକୁ କିଭଳି ଏକ ଲକ୍ଷ ରଖି ପାଠ ପଡ଼ାଯାଏ ସେ ଉପରେ କିଛି ଶିକ୍ଷକ ପିଲାମାନଙ୍କୁ ସୂଚେଇ ଥିଲେ l ଏହି କାର୍ଯ୍ୟକ୍ରମରେ ଡେକାପାର ଗ୍ରାମର ସତାଦିକ ଅବିଭାବକ ଉପସ୍ଥିତ ଥିବାବେଳେ ପ୍ରାୟ ଅସିଏରୁ ଉର୍ଦ୍ଧ ପ୍ରଥମ ଶ୍ରେଣୀ ଠାରୁ +3 ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ଉପସ୍ଥିତହୋଇଥିଲେ l ଏହି କାର୍ଯ୍ୟକ୍ରମ ୟୁଥକ୍ଳବ ସଭାପତି ଶ୍ରୀ ଶନ୍ତସ ହନ୍ତାଳଙ୍କ ଅଦକ୍ୟତାରେ କରାଯାଇ ଥିବାବେଳେ କାର୍ଯ୍ୟକ୍ରମକୁ ଶ୍ରୀ ନାନ୍ଦୁ ଯାନୀ ପରିଚାଳନା କରିହିଲେ l ଶେଷରେ କୁନି କୁନି ପିଲାମନେ ଏକ ଆଦିବାସୀ ଢେମସା ନାଚ କରି କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ l

 (ସେମିଲିଗୁଡା ରୁ ଦେବେନ୍ଦ୍ର ଖିଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର)

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ