ମାଟି କାମୁଡିଲା ରୋହିତ ବାହିନୀ, ଦିନିକିଆ ସିରିଜ୍ ଜିତି ଟେଷ୍ଟର ପ୍ରତିଶୋଧ ନେଲା କଙ୍ଗାରୁ ।

ମାଟି କାମୁଡିଲା ରୋହିତ ବାହିନୀ, ଦିନିକିଆ ସିରିଜ୍ ଜିତି ଟେଷ୍ଟର ପ୍ରତିଶୋଧ ନେଲା କଙ୍ଗାରୁ ।

Mar 23, 2023 - 05:08
Mar 23, 2023 - 17:12
 0  59
ମାଟି କାମୁଡିଲା ରୋହିତ ବାହିନୀ, ଦିନିକିଆ ସିରିଜ୍ ଜିତି ଟେଷ୍ଟର ପ୍ରତିଶୋଧ ନେଲା କଙ୍ଗାରୁ ।

ବିଶ୍ଵକପ୍ ୨୦୨୩ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ଭାରତ ଝୁଣ୍ଟିଛି। ଅପେକ୍ଷାକୃତ ଦୁର୍ବଳ ଦଳକୁ ହରାଇ ଆତ୍ମ ବିଭୋର ହେଉଥିବା ଭାରତ ଅଷ୍ଟ୍ରେଲିଆ ଆଗରେ ହାର ମାନିଛି। ବିଶ୍ଵକପ୍ ପୂର୍ବରୁ ପଦାରେ ପଡିଛି ଦଳର ବ୍ୟାଟିଂ ଦୁର୍ବଳତା। ପୁଣି ଥରେ ନିରାଶ କରିଛି ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ। ବ୍ୟାଟରଙ୍କ ବିଫଳତା ଯୋଗୁଁ ତୃତୀୟ ଦିନିକିଆରେ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୨୨ ରନରେ ହାରିଛି ଭାରତ। ଏହି ବିଜୟ ସହ ଅଷ୍ଟ୍ରେଲିଆ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ ୨-୧ରେ ଜିତି ନେଇଛି। ଆଉ ଟେଷ୍ଟ ଶୃଙ୍ଖଳା ପରାଜୟର ମଧୁର ପ୍ରତିଶୋଧ ନେଇଛି କଙ୍ଗାରୁ ଦଳ। ଅନ୍ୟପକ୍ଷେ ସିରିଜ୍ ହାତଛଡା କରିଛି ଭାରତ।

 ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୪୯ ଓଭରରେ ୨୬୯ ରନରେ ଅଲଆଉଟ୍ ହୋଇଥିଲା। ଜବାବରେ ଭାରତ ୪୯ ଓଭରରେ ୨୪୮ ରନ କରିବାକୁ ସକ୍ଷମ ହୋଇଥିଲା। ବିରାଟ କୋହଲି ସର୍ବାଧିକ ୫୪ ରନ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୪୦ ରନ କରିଥିଲେ। ଅଷ୍ଟ୍ରେଲିଆ ତରଫରୁ ଆଡମ ଜାମ୍ପା ୪ ଓ୍ଵିକେଟ୍ ନେଇ ଦଳ ବିଜୟର କର୍ଣ୍ଣଧାର ସାଜିଛନ୍ତି। ୨୭୦ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତକୁ ଦୁଇ ଓପନର ରୋହିତ ଶର୍ମା ଏବଂ ଶୁଭମନ ଗିଲ୍ ଦୃଢ ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟର ପ୍ରଥମ ଓ୍ଵିକେଟ୍ ପାଇଁ ୬୫ ରନ ଯୋଡିଥିଲେ। ଭଲ ଆରମ୍ଭ କରିଥିଲେ ହେଁ ରୋହିତ ଶର୍ମା ୧୭ ବଲ୍‌ରୁ ୨ ଚୌକା ଏବଂ ୨ ଛକା ସହ ୩୦ ରନ କରି ବିଦାୟ ନେଇଥିଲେ। ତାଙ୍କ ପରେ ଶୁଭମନ ଗିଲ୍(୪୯ ବଲ୍, ୩୭ ରନ ଆଉଟ୍ ହୋଇଥିଲେ।

 ଏହା ପରେ ବିରାଟ କୋହଲି ଏବଂ କେଏଲ ରାହୁଲ ଦଳର ଇନିଂସ ସମ୍ଭାଳି ତୃତୀୟ ଓ୍ଵିକେଟ୍‌ରେ ୬୯ ରନ ଯୋଡିଥିଲେ। ରାହୁଲ ମଧ୍ୟ ମିଳିଥିବା ଭଲ ଆରମ୍ଭକୁ ବଡ ସ୍କୋରରେ ପରିଣତ କରିପାରିନଥିଲେ। ସେ ୩୨ ରନ କରି ଆଉଟ୍ ହୋଇଥିଲେ। ତାଙ୍କ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଅକ୍ଷର ପଟେଲ୍(୨ ରନ) ନିରାଶ କରିଥିଲେ। ଅନ୍ୟପଟେ କ୍ରିଜରେ ଜମିଥିବା ବିରାଟ କୋହଲି ଅର୍ଦ୍ଧଶତକ ହାସଲ ପରେ ଆଉଟ୍ ହେବା ଦଳକୁ ଶକ୍ତ ଝଟକା ଲାଗିଥିଲା। ସେ ୭୨ ବଲ୍‌ରୁ ୨ ଚୌକା ଏବଂ ଓ ୧ ଛକା ସହ ୫୪ ରନ କରିଥିଲେ। ଭାରତ ପାଇଁ ସବୁଠୁ ବଡ ଚିନ୍ତାର କାରଣ ପାଲଟିଥିବା ସୂର୍ଯ୍ୟକୁମାର ଯାଦବ ଲଗାତାର ତୃତୀୟ ମ୍ୟାଚ୍‌ରେ ଖାତା ଖୋଲି ପାରିନଥିଲେ। ସେ ଗୋଲ୍ଡେନ ଡକର ଶିକାର ହୋଇଥିଲେ।

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ