।। 53 ବର୍ଷର ଶିକ୍ଷାନୁଷ୍ଟାନରେ, ବାର୍ଷିକ ଉତ୍ସବ ପାଳନ ।।

Feb 14, 2024 - 15:24
 0  100
।। 53 ବର୍ଷର ଶିକ୍ଷାନୁଷ୍ଟାନରେ, ବାର୍ଷିକ ଉତ୍ସବ ପାଳନ ।।

ରାୟଗଡା ଜିଲ୍ଲା, ଚନ୍ଦ୍ରପୁର ବ୍ଲକ ସଦର ମହକୁମାରେ ସ୍ଥିତ, ସରକାରୀ ( S. S. D.) ଉଚ୍ଚ ବିଦ୍ୟାଳୟ ଠାରେ, ଗ୍ରାମବାସୀ, ଛାତ୍ର ଛାତ୍ରୀ ଏବଂ ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତିରେ, ବାର୍ଷିକ ଉଛବ ପାଳନ ହୋଇ ଯାଇଛି. ଏହି ବାର୍ଷିକ ଉତ୍ସବକୁ ମୁଖ୍ୟ ଅତିଥି ଓ ସନ୍ମାନୀୟ ଅତିଥି ମାନେ କାର୍ଯ୍ୟକ୍ରମ ରେ ଯୋଗଦାନ କରି ଶୁଭ ଉଦଘାଟନ କରିଥିଲେ । ଅତିଥି ଓ ସନ୍ମାନୀୟ ମାନଙ୍କୁ ଛାତ୍ର ଛାତ୍ରୀଙ୍କ ଦ୍ୱାରା ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ବାଗତ ଜଣାଇବା ପରେ ଦୀପ ପ୍ରଜ୍ଜଳନ, କରିଥିଲେ ଓ ସ୍ୱାଗତ ସଂଗୀତ ଗାନ, କରି ଥିବା ବେଳେ ପ୍ରଧାନ ଶିକ୍ଷକଙ୍କ ବାର୍ଷିକ ବିବରଣୀ ପାଠ ସାଙ୍ଗକୁ, ମୁଖ୍ୟ ଅତିଥି, ବ୍ଲକ ଅଧ୍ୟକ୍ଷ କଇନ କିମ୍ଵାକା, ମୁଖ୍ୟବକ୍ତା, ରାୟଗଡା ଶିକ୍ଷାଧିସ ସ୍ୟାମଘନ ଭୁଆଁ, ସଭାପତି, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାସ୍କର ଗମାଙ୍ଗ, I. I. C. ଚନ୍ଦ୍ରପୁର ଥାନା ଏବଂ ସମ୍ମାନିତ ଅତିଥି ମାନଙ୍କ ଅଭିଭାଷଣ ପ୍ରେରଣା ଦାୟ ହୋଇଥିଲା. ଏହି 53 ବର୍ଷର ଶିଖ୍ୟାନୁଷ୍ଟାନର ବାର୍ଷିକ ଉତ୍ସବରେ, ଛାତ୍ରଛାତ୍ରୀ ମାନେ କିପରି ପଢିବେ, ଜାଣିବେ ଜିଣିବେ ଓ ଜଣାଇବେ ଏବଂ ବିଦ୍ୟା ସାଙ୍ଗକୁ ନମ୍ରତା ଓ ଭଦ୍ରତା ସହକାରେ , ପିତା ମାତା, ଗୁରୁଜନ ଓ ସମାଜ ପ୍ରତି ଦାୟିତ୍ୱ ଓ କର୍ତବ୍ୟନିଷ୍ଠ ଭାବରେ, ସେମାନଙ୍କର ଲକ୍ଷ୍ୟ, କୋଠର ପରିଶ୍ରମ ଓ ଶୃଙ୍ଖଳିତ ଆଚରଣ ଦ୍ୱାରା ଆଗକୁ ବଢିବେ , ଅତିଥି ମାନଙ୍କ ଅଭିଭାଷଣର ମୂଳମନ୍ତ୍ର ଥିଲା.ଏହି ଉତ୍ସଵକୁ, ସହକାରୀ ଶିକ୍ଷକ ଚୌଧୁରୀ ସାର, ମଞ୍ଚ ପରିଚାଳନା କରିଥିବା ବେଳେ , ଅନ୍ୟ ଶିକ୍ଷକ ବୃନ୍ଦ, ପୁରସ୍କାର, ମାନପତ୍ର ଓ ଉପଢୌକନ ଦେବାରେ ସାହାଯ୍ୟ କରିଥିଲେ. ଏହି କାର୍ଯ୍ୟକ୍ରମ ରେ ଗଣମାଧ୍ୟମ ପ୍ରତିନିଧି ବିଜୟ ଉଲ୍ଲାକା ଙ୍କୁ ଓଢ଼ଣୀ ଢ଼କଣି ସହ ମାନପତ୍ର ପ୍ରଦାନ କରି ସମ୍ବର୍ଧନା କରିଥିଲେ। ଏଥିସହ ପ୍ରତ୍ୟେକ ଆମନ୍ତ୍ରିତ ମୁଖ୍ୟ ଅତିଥି ଓ ସନ୍ମାନୀୟ ଅତିଥି ମାନଙ୍କୁ ଓଢ଼ଣୀ ଢ଼କଣି ସହ ମାନପତ୍ର ଦେଇ ସନ୍ମାନୀତ କରି ଥିବା ବେଳେ ଅନୁଷ୍ଠାନ ର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମଧ୍ୟ ସନ୍ମାନୀତ ସ୍କୁଲ ପକ୍ଷରୁ କରାଯାଇଥିଲା।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ