।। 52ଟି ଗ୍ରାମ ବାସୀ ମିଳିତ ଭାବେ ତିଜି ମାଳିରେ ପର୍ବ ପାଳନ ।।

Mar 6, 2024 - 12:22
 0  22
।। 52ଟି ଗ୍ରାମ ବାସୀ ମିଳିତ ଭାବେ ତିଜି ମାଳିରେ  ପର୍ବ ପାଳନ ।।

କଳାହାଣ୍ଡି ଜିଲ୍ଲା, ଥୁଆମୂଳ ରାମପୁର ବ୍ଲକ, ଓ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଏହି ଦୁଇଟି ସୀମାରେ ଥିବା ତିଜି ମାଳି ଠାରେ ପାରମ୍ପରିକ ପର୍ବ ଧୁମ ଧାମ ରେ ପାଳନ ହୋଇଯାଇଛିl ମାଳିରେ ଥିବା ତିଜି ରାଜା ପୀଠରେ ରୀତିନୀତି ଭାବରେ ପୂଜାର୍ଚନା କରି ଥିଲେଲଲ lଏଥିରେ ମାଳି ସୁରକ୍ଷା ପାଇଁ, ନିୟମ ଗିରି, ମାଳି ପର୍ବତ ସୁରକ୍ଷାକୋରାପୁଟ, ଖଣ୍ଡୁଆଳ ମାଳି ସୁରକ୍ଷା, ବାପଲା ମାଳିସୁରକ୍ଷା , ଶାଶୁ ବହୁ ମାଳି ସୁରକ୍ଷା ଭୋଳି ଅନେକ ମାଳି ସୁରକ୍ଷା କମିଟି ଏଠାରେ ଯୋଗ ଦେଇଥିଲେ ଓ ମାଳି ସୁରକ୍ଷା ନେବା ପାଇଁ ବଜ୍ର ଶପଥ କରି ଥିଲେ l ମାଳି ସୁରକ୍ଷା ପାଇଁ ଅନେକ ଦୂର ଦୁରାନ୍ତ ରୁ ଯାଇ ତିଜି ମାଳି କୁ କେମିତି ସୁରକ୍ଷା ଦେବା ପାଇଁ ଅନେକ ମାଳି ସୁରକ୍ଷା କମିଟି ଅଣ୍ଟାଭିଡି ଥିଲେ l ଉକ୍ତ ପର୍ବରେ ଆଦିବାସୀ ର ପାରମ୍ପରିକ ବୀରବାଦ୍ୟ ରେ ପୁରୁଷ ମହିଳା, ଯୁବକ ଯୁବତୀ ଗୀତ, ନାଚ ସହ ସାଂକୃତିକ କାର୍ଯ୍ୟ ରେ ତିଜି ମାଳି ଦୁଲୁକି ଉଠୁଥିଲାl ଉକ୍ତ ପର୍ବ ସ୍ଥାନୀୟ ଲୋକମାନେ ହିଁ ଆୟୋଜନ କରି ଥିଲାବେଳେ ଆୟୋଜନ ବହୁତ ସୁନ୍ଦର ଭାବେ କରାଯାଇଥିଲା ଏବଂ ଶାନ୍ତି ପୂର୍ଣ୍ଣ ଭାବେ ଶେଷ ହୋଇଥିଲାl

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ