2025 ସ୍ୱାଧୀନତା ଦିବସ ଉପଲକ୍ଷେ ଡ଼କ୍ଟର ମହେନ୍ଦ୍ର କୁମାର ମିଶ୍ର, ଭାଷା ଓ ସଂସ୍କୃତିବିତଙ୍କୁ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ

Aug 14, 2025 - 19:28
 0  12
2025 ସ୍ୱାଧୀନତା ଦିବସ ଉପଲକ୍ଷେ ଡ଼କ୍ଟର ମହେନ୍ଦ୍ର କୁମାର ମିଶ୍ର, ଭାଷା ଓ ସଂସ୍କୃତିବିତଙ୍କୁ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ

ନୂଆପଡ଼ା : ଆଗାମୀ ପନ୍ଦର ଅଗଷ୍ଟ 2025ରେ ସ୍ୱତନ୍ତ୍ରତା ଦିବସ ଉପଲକ୍ଷେ ନୂଆପଡା ଜିଲ୍ଲା ସିନାପାଲି ଗ୍ରାମର ବିଶିଷ୍ଟ ଭାଷାବିତ ଓ ଲେଖକ ଡ଼କ୍ଟର ମହେନ୍ଦ୍ର କୁମାର ମିଶ୍ର ଙ୍କୁ ସ୍ୱତନ୍ତ୍ର ଅତିଥି ରୂପେ ରାଷ୍ଟ୍ରପତିଙ୍କ ଭବନରୁ ନିମନ୍ତ୍ରଣ କରାଯାଇଛି! ଭାରତର ବିଶିଷ୍ଟ ପଚାଶ ଜଣ ବୁଦ୍ଧିଜୀବୀ, କଳାକାର, ଲେଖକ, ଶିଳ୍ପୀ, ସାହିତ୍ୟକ, ସଂଗୀତଜ୍ଞ, ବୈଜ୍ଞାନିକ ମାନଙ୍କୁ ରାଷ୍ଟ୍ରପତିଙ୍କ " At Home"କାର୍ଯ୍ୟକ୍ରମରେ କଲଚୁରାଲ ସେନଟରରେ ଯୋଗଦେବା ପାଇଁ ଡ଼କ୍ଟର ମିଶ୍ର ନିମନ୍ତ୍ରିତ! ଏହି ସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ସହ ବିଶିଷ୍ଟ ବ୍ୟକ୍ତି ମାନଙ୍କ ସହିତ ବାର୍ତାଳାପ କାର୍ଯ୍ୟକ୍ରମ ରହିଛି! ଡ଼କ୍ଟର ମିଶ୍ର ଭାରତର 36 ଟି ଆଦିବାସୀ ଭାଷାରେ ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ କରି 35 ଲକ୍ଷ୍ୟ ଛାତ୍ର ଛାତ୍ରୀଙ୍କୁ ମାତୃଭାଷାରେ ଶିକ୍ଷାଦାନ କରିବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ଥିବାରୁ ତାଙ୍କୁ ଏହି ସମ୍ମିଳନୀରେ ଯୋଗ ଦେବାପାଇଁ ମନୋନୀତ କରାଯାଇଛି! ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ମିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ