18 ତମ ରୋୟାଲ କପ କ୍ରିକେଟ ଚାମ୍ପିୟନସିପ ଉଦଘାଟିତ

Jan 14, 2025 - 19:19
 0  18
18 ତମ ରୋୟାଲ କପ କ୍ରିକେଟ ଚାମ୍ପିୟନସିପ ଉଦଘାଟିତ

ନୂଆପଡା ଜିଲ୍ଲା କୋମନା ବ୍ଲକ ଗନିଆରୀ ରୋୟାଲ କ୍ଳବ ଦ୍ୱାରା 18 ତମ ରୋୟାଲ କପ କ୍ରିକେଟ ଚାମ୍ପିୟନସିପ ଉଦଘାଟିତ ହୋଇଯାଇଛି. ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ସମାଜସେବୀ ଶ୍ରୀଯୁକ୍ତ ଲୋକନାଥ ରଥ, ସମ୍ମାନିତ ଅତିଥି ରୂପେ ବିଜେଡି ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ସୁଧୀର ମିଶ୍ର, ମାନିଗୁଡା ସରପଞ୍ଚ ଶ୍ରୀଯୁକ୍ତ ଯୋଗେନ୍ଦ୍ର ବାଗ, ଜାନ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ରତନ କେତକୀ, ସଂଯୋଜକ ଶ୍ରୀଯୁକ୍ତ ଅଶ୍ବିନୀ ପାଣିଗ୍ରାହୀ, ପ୍ରଗତିବାଦୀ ଜିଲ୍ଲା ପ୍ରତିନିଧି ଶ୍ରୀଯୁକ୍ତ ପୁରୋହିତ ସୁନାନୀ ଯୋଗଦେଇ ଉଦଘାଟନ କରିଥିଲେ । ଦିନର ପ୍ରଥମ ମ୍ୟାଚ ତରବୋଡ଼ ଓ ଜଡ଼ାମୁଣ୍ଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଜଡ଼ାମୁଣ୍ଡା ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଧାରିତ 10 ଓବର ରେ 6 ବିଜେଟ ବିନିମୟରେ 66 ର ସଂଘ୍ର କରିଥିଲେ ଜବାବ ରେ ତରବୋଡ ଦଳ 8 ଓଭର 3 ବଳ 5 ବିଜେଟ ବିନି ମୟରେ ରନ ସଂଘ୍ର କରି ଜିତ ହାସଲ କରିଥିଲେ. ସେହିଭଳି ଦିନର ଦ୍ଵିତୀୟ ମ୍ୟାଚ ନୂଆପଡା ଓ ମାନିଗୁଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ପ୍ରଥମେ ମାନିଗୁଡା ଦଳ 8 ଓଭର ରେ 5 ବିଜେଟ ହରାଇ 58 ରନ ସଂଘ୍ର କରିଥିଲେ ଜବାବ ରେ ନୂଆପଡା ଦଳ 7 ଓଭର 4ବଳ ରେ 4 ବିଜେଟ ହରାଇ ରନ ସଂଘ୍ର କରିଥିଲେ ଓ ଜିତି ଥିଲେ. ରୋୟାଲ କ୍ଳବ ସଦସ୍ୟ ଥୟରାମ ହଂସ, ଟିକେଶ୍ୱର ହଂସ, ମୋହନ ହଂସ, ସହଦେଵ ଥପା, କୃଷ୍ଣ ବେମାଲ, ଧ୍ରୁବ ହଂସ, ଦଶମୁ ବେମାଲ, ଦୀପକ ବାଗ, ଯଶୋବନ୍ତ ହଂସ, ନିକୁ ବାଗ, ଆର୍ଯ୍ୟନ ବାଗ, କୈଳାଶ ଧରୁଆ ପ୍ରମୁଖ ସହଯୋଗ କରିଥିଲେ ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ