।। 14ଜଣ ଚାରା ଜଗୁଆଳି ଙ୍କୁ କେବେ ମିଳିବ ଛଅ ମାସର ପାଉଣା ।।

Sep 5, 2023 - 06:43
 0  36
।। 14ଜଣ ଚାରା ଜଗୁଆଳି ଙ୍କୁ କେବେ ମିଳିବ ଛଅ ମାସର ପାଉଣା ।।

ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ର କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଥୁଆମୂଳ ରାମପୁର ଉତ୍ତର ବନାଞ୍ଚଳ ର ସାଇସୁରନି ସେକ୍ସନ ସ୍ଥାୟୀ ଚାରା ଉତ୍ପାଦନ କେନ୍ଦ୍ର କିରକିଚା ରେ କାର୍ଯ୍ୟ ରତ ଚଉଦ ଜଣ ଜଗୁଆଳି ଛଅ ମାସ ହେଲା

ଦିନ ମଜୁରୀ ଟଙ୍କା ପାଇ ନ ଥିବା ନେଇ ଜିଲ୍ଲା ବନବିଭାଗ ଠାରୁ ଆରମ୍ଭ କରି ବିଧାୟକ ପର୍ଯ୍ୟନ୍ତ ଲିଖିତ ଅଭିଯୋଗ କରିବା ପରେ ବି କିଛି ସୁଫଳ ମିଳି ନ ଥିବା ପରେ ଶେଷରେ ଗଣମାଧ୍ୟମ କୁ ଜଣାଇଥିଲେ l

ଏହେଉଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଗୁଣୁପୁର ପଞ୍ଚାୟତ କିରକିଚାଗ୍ରାମ ର ଚାରା ଉତ୍ପାଦନ କେନ୍ଦ୍ରlଏନେଇ ଜଗୁଆଳି ଲାଲ ପାତ୍ର କଣ କହୁଛନ୍ତି ଶୁଣିବା l ଏନେଇ ଫୋରେଷ୍ଟର କୁ ଫୋନ ରେ ଯୋଗାଯୋଗ କରାଯାଇଥିଲା l

ସେ କହିଲେ କି ସରକାର ପଇସା ଆମ କୁ ପଠାଇ ନାହିଁ କେଉଁଠି ର କରିବୁ ଏବଂ ମୋ ନାଁ ରେ ଯାହା କରିବା କଥା କର ମୁଁ ସେମାନଙ୍କ ମାସିକ ପାଉଣା କେମିତିଦେବି ବୋଲି କହିଥିଲେ l ନିରୀହ ଗରିବ ଲୋକମାନେ ଦିନ ରାତି ଏକ କରି ଅକ୍ଲାନ୍ତ ପରିଶ୍ରମ କରି ଥିବା ମଜୁରୀ ଟଙ୍କା ନ ପାଇ ବାରୁ ତାଙ୍କ ପରିବାର ପ୍ରତିପୋଷଣ କରିବା ବହୁ ଅସୁବିଧା ସହ କଷ୍ଟ ରେ ବଞ୍ଚି ଆସୁଛନ୍ତି l

ଆଜି ମିଳିବ କାଲି ମିଳିବ ପାଉଣା ଟଙ୍କା ବୋଲି ଅପେକ୍ଷା କରି କରି ନିରାଶ ହୋଇ ପଡିଲେ l ବନ ବିଭାଗ ରେ ଥିବା ଅଫିସର ବାବୁ ମାନଙ୍କ କାର୍ଯ୍ୟ କୁ ନେଇ ଅବହେଳା ଓ ବୈମାତୃକ ମନ ଭାବ ଯୋଗୁଁ ଜଗୁଆଳି ଚଉଦ ଜଣଙ୍କ ଛଅ ମାସ ଟଙ୍କା ହେରଫେର ହୋଇଛି lଏହିମାନଙ୍କ ପାଉଣା ଟଙ୍କା ଆତ୍ମ ସାତ ହୋଇ ଥିବା ଆଶଙ୍କା ହେଉଛି ତେଣୁ ବିଭାଗର ଉଚ୍ଚ ପଦାଧିକାରୀ ତଦନ୍ତ କରିବା ପାଇଁ ସାଧାରଣ ରେ ଦାବୀ ହେଉଛି l ଏହିଖବର ଗଣମାଧ୍ୟମ ରେ ପ୍ରସାରଣ ହେଲା ପରେ ପାଉଣା ଟଙ୍କା ପାଇବେ କି ନାହିଁ ତାହା ଦେଖିବାକୁ ବାକି ରହିଲା l

 କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ