୭୯ ଜଣ କେନ୍ଦୁପତ୍ର ତୋଳାଳୀ ହିତାଧିକାରୀ ଙ୍କୁ ମୃତ୍ୟୁ କାଳୀନ ସହାୟତା ଅର୍ଥ ଦୁଇ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ
ନୂଆପଡ଼ାରୁ : ତରବୋଡ ରେଞ୍ଜ କାର୍ଯ୍ୟଲୟ ପ୍ରାଙ୍ଗଣ ରେ ଖଡ଼ିଆଳ କେନ୍ଦୁ ପତ୍ର ଡିଭିଜନ ର ୭୯ ଜଣ କେନ୍ଦୁପତ୍ର ତୋଳାଳୀ ହିତାଧିକାରୀ ଙ୍କୁ ସାମାଜିକ କଲ୍ୟାଣ ଯୋଜନା ରୁ ମୃତ୍ୟୁ କାଳୀନ ସହାୟତା ଅର୍ଥ ଦୁଇ ଲକ୍ଷ ଟଙ୍କା ଲେଖାଏଁ ଏକ ବିଶେଷ ଆୟୋଜନ କରି ସମସ୍ତ ଙ୍କୁ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ପି ସି ସି ଶ୍ରୀମତୀ ଊମା ନାନ୍ଦୂରୀ ଦେବୀ ମୁଖ୍ୟ ଅତିଥି,ସି ସି ଏଫ୍ ବଲାଙ୍ଗୀର ସର୍କଲ ଶ୍ରୀ ରଞ୍ଜିତ ମଲ୍ଲିକ, ଖଡ଼ିଆଳ କେନ୍ଦୁପତ୍ର ଡି ଏଫ୍ ଓ ଶ୍ରୀମତୀ ଏ ମାଧବୀ ଲତା ଦେବୀ, ଜିଲ୍ଲା ସ୍କିଲ୍ ଡେଭଲାପମେଣ୍ଟ ଅଫିସର ଲାକ୍ରା ବାବୁ, ଖଡ଼ିଆଳ ଏସ ବି ଆଇ ଚିଫ ମ୍ୟାନେଜର ଶ୍ରୀ ଦୀନେଶ କୁମାର ମିଶ୍ର, ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ରାଜ୍ୟ ସମ୍ପାଦକ ଶ୍ରୀ ଯଦୁମଣି ପାଣିଗ୍ରାହୀ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ସାମିଲ ହୋଇ ପ୍ରତ୍ୟେକ ହିତାଧୀକାରୀ ମାନଙ୍କୁ ଦୁଇ ଲକ୍ଷ ଟଙ୍କା ର ଚେକ୍ ମାଧ୍ୟମ ରେ ଆଠର ଜଣ ଙ୍କୁ ତଥା ଅନ୍ୟ ସମସ୍ତ ଙ୍କୁ ଡି ବି ଟି ମାଧ୍ୟମ ରେ ପ୍ରଦାନ କରିଥିଲେ। ଜିଲ୍ଲା ପାଇଁ ଖୁସିର କଥା ଯେ,କେନ୍ଦୁପତ୍ର ଵିଭାଗ ଓ ସ୍କିଲ ଡେଭଲପମେଣ୍ଟ ଵିଭାଗ ର ମିଳିତ ଆନୁକୁଲ୍ୟରେ ତରବୋଡ ଠାରେ ଏକ ସ୍କିଲ୍ ଡେଭଲପମେଣ୍ଟ କେନ୍ଦ୍ର ପ୍ରସ୍ତୁତ କରାଯାଇଛି, ଯହିଁରେ ଅଠର ରୁ ପଇତିରିସ ବର୍ଷ ର ମେଟ୍ରିକ୍ ପାସ୍ ଓ ଅଣ ମେଟ୍ରିକ୍ ପିଲା ମାନେ ବିଭିନ୍ନ ଧନ୍ଦା ମୂଳକ ପ୍ରଶିକ୍ଷଣ ନେଇ ନିଜ ପାଇଁ ରୋଜଗାର ପନ୍ଥା ବାଛିପାରିବେ। ତରବୋଡ ଦୁଇଟି ଅବ୍ୟବହୃତ ଗୋଦାମ ଘର କୁ ପୁନର୍ନିମାଣ କରି, କ୍ଲାସ ରୁମ, ଡାଇନିଂ ହଲ୍, କିଚେନ୍, ଶୌଚାଳୟ ଆଦି ନିର୍ମାଣ ସରି ଯାଇଛି ଯହିଁରେ ଅଳ୍ପ ଦିନ ଭିତରେ କୋର୍ସ ଆରମ୍ଭ ହେବ । ସମସ୍ତ ବ୍ୟବସ୍ଥା କୁ ଅଧିକାରୀ ଏବଂ ଅତିଥି ମାନେ ବୁଲି ବୁଲି ଦେଖିଥିଲେ। ଷ୍ଟେଟ୍ ବ୍ୟାଙ୍କ୍ ତରଫ ରୁ କର୍ପୋରେଟ ଦାୟିତ୍ୱ ପାଣ୍ଠି ରୁ ଚିଫ ମ୍ୟାନେଜର ସମସ୍ତ ୭୯ଜଣ ହିତାଧୀକାରୀ ମାନଙ୍କ ପାଇଁ ଗୋଟିଏ ଲେଖାଏଁ କମ୍ବଳ ପ୍ରଦାନ କରିଥିଲେ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0